ଏହି 5ଜଣ ଷ୍ଟାର ଖେଳାଳି ସମସ୍ତଙ୍କର ପ୍ରିୟ ଅଟନ୍ତି, ନମ୍ବର 1 ରେ କେଉଁ ଖେଳାଳି ଅଛନ୍ତି ? ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : କ୍ରିକେଟ ଏମିତି ଏକ ଖେଳ ଯାହାକି ସାରା ବିଶ୍ୱରେ ଏକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।କିନ୍ତୁ ଏବେ ଏହି ଖେଳ କିଛି ସୀମିତ ଦେଶରେ ଖେଳାଯାଉଛି। ଏହି ଖେଳର ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି । ଏହି ଖେଳ ଖେଳୁଥିବା କିଛି ଏଭଳି ଖେଳାଳିଙ୍କୁ ଆମେ ଦେଖିଛେ, ଯାହାକୁ ତାଙ୍କ ଖେଳ ଓ ଖେଳର ଭାବନା ଯୋଗୁଁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ଏହି ଖେଳାଳିମାନଙ୍କୁ ନା ପସନ୍ଦ କରିବାର କୌଣସି କାରଣ ହିଁ କାହା ନିକଟରେ ନାହିଁ । ତେବେ ସେହିଭଳି ଖେଳାଳିଙ୍କ ମଧ୍ୟରେ ୫ ଜଣ ଖେଳାଳି ରହିଛନ୍ତି। ଚାଲନ୍ତୁ ଜାଣିବା ସେହି ଖେଳାଳିମାନଙ୍କ ବିଷୟରେ..

5- ଏଡ଼ମ ଗିଲକ୍ରିଷ୍ଟ:

ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ବ୍ୟାଟସମ୍ୟାନ ଏଡମ ଗିଲକ୍ରିଷ୍ଟ ମଇଦାନରେ ଆକ୍ରମଣାତ୍ମକ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ ଜଣାଶୁଣା। କିନ୍ତୁ ମଇଦାନ ବାହାରେ ତାଙ୍କର ସ୍ୱଭାବ ବେଶ୍ ଶାନ୍ତ ଓ ଆଦର୍ଶ ବ୍ୟକ୍ତିତ୍ୱ। ଗିଲକ୍ରିଷ୍ଟ ତାଙ୍କ ବ୍ୟାଟିଂ ଏବଂ ୱିକେଟ୍ କିପିଂ ସହିତ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କର ପ୍ରିୟ ହୋଇ ପାରିଛନ୍ତି।

4- କ୍ରିସ୍ ଗେଲ୍:

ୱେଷ୍ଟଇଣ୍ଡିଜର ଦିଗଜ ବ୍ୟାଟସମ୍ୟାନ କ୍ରିସ ଗେଲ୍ ନିଜର ମଜାକିଆ ଅନ୍ଦାଜ ଏବଂ କୁଲ୍ ସ୍ୱଭାବ ପାଇଁ ଚାରିଆଡ଼େ ପରିଚିତ। ପଡ଼ିଆ ଭିତରେ ବଡ ଛକା ମାରିବା ସହିତ ଗେଲ୍ ସାଥୀ ଖେଳାଳିଙ୍କ ସହିତ ଥଟ୍ଟା କରୁଥିବା ଦେଖାଯାଏ। ଏହି କାରଣରୁ ଏହି ଖେଳାଳିଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।

3- କେନ ୱିଲିୟମସନ:

ନ୍ୟୁଜିଲାଣ୍ଡର କ୍ୟାପ୍ଟେନ କେନ ୱିଲିୟମସନ ବିଶ୍ୱ କ୍ରିକେଟରେ ନିଜର ଭଲ ବ୍ୟାଟିଂ ଦମରେ ଅଧିକ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି । କିନ୍ତୁ ସେ ସର୍ବଦା ନିଜ ଅପେକ୍ଷା ନିଜ ଟିମର ଚିନ୍ତା ପ୍ରଥମେ କରିଥାନ୍ତି।

2- ମହେନ୍ଦ୍ର ସିଂ ଧୋନି:

2020 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଜଣେ ଉତ୍ତମ ଅଧିନାୟକ ଏବଂ ତାଙ୍କର ଚତୁର ପ୍ରକୃତି ସାଥୀ ଖେଳାଳି ତଥା ଦର୍ଶକଙ୍କୁ ପସନ୍ଦ କରନ୍ତି । ଦେଶରେ ଧୋନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି ।  ଅନେକ ଯୁବ କ୍ରିକେଟର ତାଙ୍କୁ ନିଜର ଆଦର୍ଶ ମାନନ୍ତି ଏବଂ ସମଗ୍ର ବିଶ୍ୱରେ ସେ ‘ଦି ଫିନିଶର୍ସ’ ଭାବରେ ଜଣାଶୁଣା ।

1- ଏବି ଡିଭିଲିୟର୍ସ:

ସାଉଥଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ବିଶ୍ୱର ଲୋକମାନଙ୍କର ବହୁତ ପସନ୍ଦିତା ଖେଳାଳି ଅଟନ୍ତି। ପଡ଼ିଆ ଭିତରେ ଡି ଭିଲିୟର୍ସଙ୍କ ବ୍ୟାଟିଂ ସମସ୍ତଙ୍କର ପସନ୍ଦ।  ଡି ଭିଲିୟର୍ସ ମଧ୍ୟ ହେଉଛନ୍ତି ଭାରତୀୟମାନଙ୍କ ସବୁଠାରୁ ପ୍ରିୟ ଖେଳାଳି। ଏହି ଖେଳାଳି ସର୍ବଦା ଖେଳର ସମ୍ମାନ ବଜାୟ ରଖିଛନ୍ତି ଏବଂ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି।