Asia Cup ଇତିହାସରେ ଏହି 5 ଜଣ ବୋଲର୍ ନେଇଛନ୍ତି ଅଧିକା ୱିକେଟ, ଏହି ଲିଷ୍ଟ ରେ 2 ଜଣ ଭାରତୀୟ ସାମିଲ

 

କ୍ରିକେଟ୍ ଖବର : ଏସିଆ କପର ୧୫ ତମ ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହି ସଂସ୍କରଣ ୟୁଏଇରେ  ଆରମ୍ଭ ହେବାକୁ ଯାଉଛି, ଯେଉଁଠାରେ ୬ଟି ଏସିଆନ୍ ଦଳ ପରସ୍ପର ବିପକ୍ଷରେ ଟାଇଟଲ୍ ପାଇଁ ଲଢ଼ିବେ।ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ରବିବାର ହେବାକୁ ଥିବା ବେଳେ ଶନିବାର ଦିନ ପ୍ରଥମ ମ୍ୟାଚ  ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ହେବ। 

ଏସିଆ କପ୍ ଟି-୨୦ ଫର୍ମାଟରେ ଆୟୋଜିତ ହେବ, କାରଣ ଗତ ଥର ଏହା ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା। ତେବେ ଆସନ୍ତୁ ଜାଣିବା ଏଭଳି ୫ ଜଣ ବୋଲରଙ୍କ ବିଷୟରେ, ଯେଉଁମାନେ ଏସିଆ କପ୍ ଇତିହାସରେ ସବୁଠୁ ଅଧିକା ୱିକେଟ ନେଇଛନ୍ତି। 

୫) ରବିଚନ୍ଦ୍ରନ ଅଶ୍ୱିନ୍(୧୪ ୱିକେଟ୍) :

ରବିଚନ୍ଦ୍ରନ ଅଶ୍ୱିନ୍ ସ୍ପିନର ଭାବରେ ଅନେକ ରେକର୍ଡ କରିଛନ୍ତି। ତାଙ୍କୁ ଭାରତୀୟ ଦଳର ସ୍ପିନ୍ କିଙ୍ଗ୍ ବି କୁହାଯାଏ। ତେବେ ଗତ ୭ଟି ଏସିଆ କପ ମ୍ୟାଚରେ ସେ ୧୪ଟି ୱିକେଟ ନେଇଛନ୍ତି। ୨୦୧୦ ମସିହା ଠାରୁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଅଧିକା ୱିକେଟ୍ ନେବା ସ୍ଥାନ ୫ ନମ୍ବର ର‌୍ୟାଙ୍କରେ ନିଜର ନାମ ବଜାୟ ରଖିଛନ୍ତି। ଏସିଆ କପରେ ଅଶ୍ବିନ୍ ମୋଟ ୬୮.୪ ଓଭର ବୋଲିଂ କରି ୪.୬୩ ଇକୋନୋମି ହାସଲ କରିଛନ୍ତି । ୨୦୧୪ ମସିହାରେ ଅଶ୍ୱିନ ଆଫଗାନିସ୍ତାନ ବିପକ୍ଷରେ ବୋଲିଙ୍ଗ କରି  ନିଜକୁ ବେଷ୍ଟ ବୋଲର ଭାବେ ପରିଚୟ ଦେଇଛନ୍ତି। 

୪) ଶାକିବ ଅଲ୍ ହାସନ୍ (୧୯ ୱିକେଟ) :

ବାଂଲାଦେଶ ଅଧିନାୟକ ସାକିବ୍ ଅଲ୍ ହାସନ୍ ୧୩ଟି ଏସିଆ କପ୍ ମ୍ୟାଚ୍ ଖେଳି ୧୯ଟି ୱିକେଟ ଅକ୍ତିଆର କରିଛନ୍ତି । ଏସିଆ କପରେ ଏହି ଅଲରାଉଣ୍ଡରଙ୍କ ଇକୋନୋମି ୪.୮୭ ରହିଛି, ଯେଉଁଥିରେ ଶ୍ରେଷ୍ଠ ବୋଲିଂ ଫିଗର ୪/୪୨ ରହିଛି । ୨୦୧୮ ମସିହାର ଏସିଆ କପରେ ହୋଇଥିଲା ଏହି ରେକର୍ଡ।

୩) ରବିନ୍ଦ୍ର ଜାଡେଜା (୧୯ ୱିକେଟ) :

ଇଣ୍ଡିଆ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜର ଶ୍ରେଷ୍ଠ ସ୍ପିନ୍ ବୋଲିଂ ଆଉ ବ୍ୟାଟିଂ ପାଇଁ ଜଣାଶୁଣା। ସେ ବର୍ତ୍ତମାନ ସୁଦ୍ଧା ୧୪ଟି ଏସିଆ କପ୍ ମ୍ୟାଚ୍ ଖେଳି ୧୯ଟି ୱିକେଟ ସହ ୪.୩୪ ଇକୋନୋମି ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଏସିଆ କପ୍ ୨୦୧୮ରେ ବାଂଲାଦେଶ ବିପକ୍ଷରେ ୨୯ ରନ୍ ଦେଇ ୪ଟି ୱିକେଟ  ଅକ୍ତିଆର କରିଥିଲେ ଜାଡେଜା । ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

୨) ସାଇଦ ଆଜମଲ୍ (୨୨ ୱିକେଟ) :

ପାକିସ୍ତାନର ପୂର୍ବତନ ସ୍ପିନର ଆଜମଲ୍ ୨୦୧୦ ମସିହା ପରେ ଏସିଆ କପରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଜମଲ୍ ୧୦ଟି ଏସିଆ କପରେ ମ୍ୟାଚରେ ୪.୩୩ ଇକୋନୋମିରେ ୨୨ଟି ୱିକେଟ ଅକ୍ତିଆର କରିଛନ୍ତି । ଏସିଆ କପରେ ଆଜମଲଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୨୬। ୨୦୧୪ ମସିହା ଏସିଆ କପ୍ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ ଏହି ରେକର୍ଡ।

୧) ଲସିଥ୍ ମାଲିଙ୍ଗା (୨୫ ୱିକେଟ) :

ଏସିଆ କପରେ ୧୧ଟି ମ୍ୟାଚ୍ ଖେଳି ୨୫ଟି ୱିକେଟ  ନେଇଛନ୍ତି ଶ୍ରୀଲଙ୍କା ଦଳର ପୂର୍ବତନ ଖେଳାଳି ଲସିଥ୍ ମାଲିଙ୍ଗା । ଏହି ତାଲିକାରେ ସେ ଶୀର୍ଷରେ ରହିଛନ୍ତି। ମାଲିଙ୍ଗା ଏସିଆ କପରେ ତିନି ଥର ୫ଟି ଲେଖାଏଁ ୱିକେଟ ନେଇଛନ୍ତି, ଯେଉଁଥିରୁ ଗୋଟିଏ ୨୦୧୪ ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୫/୩୪।