ଏହି 5 ଜଣ ଖେଳାଳି ଟିମ ଇଣ୍ଡିଆ ପାଇଁ ମୁଣ୍ଡବଥା ର କାରଣ, ଖରାପ ପ୍ରଦର୍ଶନ ଯୋଗୁଁ T20 ବିଶ୍ୱକପ ଦଳରୁ ପଡିପାରନ୍ତି ବାଦ୍

 

କ୍ରିକେଟ ଖବର : ଭାରତୀୟ ଖେଳାଳିମାନେ ବର୍ତ୍ତମାନ ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ସ୍ଥାନ ପାଇବା ପାଇଁ ନିଜର ଜି ଜାନ୍ ଲଗାଉଛନ୍ତି । ଆସନ୍ତା ସପ୍ତାହରେ ବିସିସିଆଇକୁ ମେଗା ଇଭେଣ୍ଟ ପାଇଁ ୧୫ ଜଣିଆ ଦଳ ଘୋଷଣା କରିବାକୁ ଯାଉଛି ଏବଂ ଲାଗୁଛି ଯେ ଟୁର୍ନାମେଣ୍ଟରେ ଆଠରୁ ନଅ ଜଣ ଭାରତୀୟ ଖେଳାଳି ନିଜର ସ୍ଥାନ ନିଶ୍ଚିତ କରିଛନ୍ତି।

ଅବଶିଷ୍ଟ ସ୍ଥାନଗୁଡିକ ଖାଲି ଅଛି ଏବଂ ଆଗାମୀ ଦ୍ୱିପାକ୍ଷିକ ମ୍ୟାଚର ରେଜଲ୍ଟ ଦେଖିଲେ ଅଲଗା ନିଷ୍ପତ୍ତି ନିଆଯିବ । ଗତ ଏକ ମାସ ମଧ୍ୟରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ମୋଟ ୧୦ଟି ଟି -୨୦ ମ୍ୟାଚ୍ ଖେଳିଛି । ଆଉ ପାଞ୍ଚ ଜଣ ଖେଳାଳି ସମ୍ପ୍ରତି ଟି-୨୦ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ ସହ ଟି -୨୦ ବିଶ୍ୱକପରେ ପ୍ରବେଶ କରିବାର ସମ୍ଭାବନାକୁ ହ୍ରାସ କରିଛନ୍ତି। 

ଏହି ୫ ଜଣ ଖେଳାଳି ହେବେ ଦଳରୁ ବାହାର : 

୧) ବିରାଟ କୋହଲି :

୨୦୨୨ ବର୍ଷରେ କ୍ରିକେଟର ଠାରୁ ବହୁତ ଦୂରରେ ଅଛନ୍ତି ବିରାଟ। ୨୦୨୨ ରେ ବହୁତ ଖରାପ ପ୍ରଦର୍ଶନ କରୁଛନ୍ତି କିଙ୍ଗ୍ କୋହଲି। ତେବେ କ୍ୟାପଟେନ ରୋହିତ ଶର୍ମା ତାଙ୍କୁ ସମର୍ଥନ କରିଛନ୍ତି ସତ, କିନ୍ତୁ ଅନେକ ପ୍ରଂଶସକମାନେ ଅନୁଭବ କରିଛନ୍ତି କି ଦୀପକ ହୁଡା, କୋହଲିଙ୍କ ସ୍ଥାନ ପାଇଁ ଫିଟ୍ ।

୨) ଉମ୍ରାନ୍ ମଲ୍ଲିକ : 

ଉମ୍ରାନ୍ ଆଇପିଏଲ ୨୦୨୨ରେ ଏମର୍ଜିଂ ପ୍ଲେୟାର ପୁରସ୍କାର ଜିତିବା ପରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେତେବେଳେ ଉମ୍ରାନ ମଲିକଙ୍କଠାରୁ ପ୍ରଶଂସକମାନେ ବହୁତ ଆଶା ରଖିଥିଲେ । ତେବେ ସେ ଗତ ୩ଟି ମ୍ୟାଚରେ ଭଲି ଖେଳିନାହାନ୍ତି।

୩) ଅକ୍ସର ପଟେଲ :

ଆଇପିଏଲ ୨୦୨୨ରେ ପଟେଲ ଭଲ ଖେଳିଥିଲେ। କିନ୍ତୁ ଚଳିତ ବର୍ଷ ଆଠଟି ଟି-୨୦ରେ ସେ ୪୦ ରନ୍ ସଂଗ୍ରହ କରି ତିନୋଟି ୱିକେଟ୍ ନେଇଛନ୍ତି । ଦଳ ପରିଚାଳନା ତାଙ୍କୁ ନିଜକୁ ପ୍ରମାଣ କରିବାର ସୁଯୋଗ ଦେଇଛି କିନ୍ତୁ ଅକ୍ସର ଏହି ସୁଯୋଗକୁ ହାସଲ କରିବାରେ ବିଫଳ ହୋଇଛନ୍ତି । 

୪) ରୁତୁରାଜ ଗାଇକୱାଡ୍ :

ଆଇପିଏଲ୍ ୨୦୨୧ରେ ଅରେଞ୍ଜ କ୍ୟାପ୍ ବିଜେତା ରୁତୁରାଜ ଗାଇକୱାଡଙ୍କୁ ଟି -୨୦ ବିଶ୍ୱକପରେ ପ୍ରବେଶ କରିବାର ଅନେକ ସୁଯୋଗ ହାତ ଛଡା କରି ସାରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଖେଳିଥିଲେ , କିନ୍ତୁ ଭଲ ପ୍ରଦର୍ଶନ କରିପାରିନଥିଲେ। ଏହା ପରେ ସେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଆହତ ହୋଇଥିଲେ । 

୫) ଶ୍ରେୟସ୍ ଆୟର :

ବର୍ତ୍ତମାନ ଆୟର୍ ନିଜର ଖରାପ ସମୟ ଦେଇ ଗତି କରୁଛନ୍ତି। ସେ ଆଉ ବ୍ୟାଟିଂରେ ପୂର୍ଵଭଳି ବିସ୍ଫୋରକ୍ ପ୍ରଦର୍ଶନ କରିପାରୁ ନାହାନ୍ତି। ୨୦୨୨ ମସିହା ଶ୍ରେୟସ୍ ଆୟରଙ୍କୁ ବହୁତ ଅସୁବିଧାରେ ପକାଇଛି । ସେ ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ, କିନ୍ତୁ ତାଙ୍କର ସମ୍ପ୍ରତି ପ୍ରଦର୍ଶନକୁ ଦେଖିଲେ ସେ ଟି -୨୦ ବିଶ୍ୱକପ ଦଳରେ ପ୍ରବେଶ କରିବା ସମ୍ଭବ ନୁହଁନ୍ତି।