ଏହି 10 ଜଣ ଖେଳାଳି T20 ଫର୍ମାଟରେ ମାରିଛନ୍ତି ଅଧିକ ଛକା, ଲିଷ୍ଟରେ କେବଳ ଜଣେ ଭାରତୀୟ ଖେଳାଳି ସାମିଲ

 

କ୍ରିକେଟ ଖବର : ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଟି -୨୦ ମ୍ୟାଚ୍, କ୍ରିକେଟ୍ ଦେଖିବାର ମନୋଭାବ ବଦଳାଇ ଦେଇଛି। ଏହି ସୀମିତ ଓଭର ଖେଳରେ, ପ୍ରତ୍ୟେକ ମୁହୂର୍ତ୍ତ ରୋମାଞ୍ଚକର ରହିଥାଏ । ଟି -୨୦  ହେଉଛି ଏକ ଫର୍ମାଟ୍ ଯେଉଁଥିରେ ପ୍ଲେୟାର ବିସ୍ଫୋରକ୍ ଢଙ୍ଗରେ ଭଲ ଖେଳିବାକୁ ଚାହିଁଥାଏ । ଅନ୍ୟପଟେ ବୋଲର ମଧ୍ୟ ଅଧିକ ସମୟ ନେଇପାରିବେ ନାହିଁ, ତାଙ୍କୁ ଯଥାଶୀଘ୍ର ୱିକେଟ୍ ନେବାକୁ ପଡିବ ।ଏହି କାରଣରୁ ଟି -୨୦ ଫର୍ମାଟକୁ ଅନେକ କ୍ରୀଡାପ୍ରେମୀଙ୍କୁ ଭଲ ଲାଗୁଛି। ଏହି ଫର୍ମାଟରେ ପ୍ରତ୍ୟେକ ବଲରେ ସସପେନ୍ସ ଏବଂ ଥ୍ରୀଲର ଥାଏ।

ତେବେ ଆଜିର ଏହି ଆର୍ଟିକାଲରେ ଆମ ଏପରି ୧୦ ଜଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ନିଜର ଟି-୨୦ କ୍ୟାରିୟରରେ ଅଧିକା ଛକା ମାରିଛନ୍ତି।

ଏହି ୧୦ ଜଣ ଖେଳାଳି ପଡ଼ିଆରେ କରିଛନ୍ତି ଅଧିକ ଛକା ବର୍ଷା :

କ୍ରିସ୍ ଗେଲ୍ ସବୁଠାରୁ ଅଧିକ ଛକା ମାରିବା ତାଲିକାରେ ଶୀର୍ଷରେ ଅଛନ୍ତି। ଗେଲ୍ ତାଙ୍କ ଟି -୨୦ କ୍ୟାରିୟରରେ ୧୪,୫୪୭ ରନ୍ ସଂଗ୍ରହ କରି ୪୬୧ ଟି ମ୍ୟାଚରେ ୧୦୫୬ଟି ଛକା ମାରିଛନ୍ତି। ଆନ୍ତର୍ଜାତୀୟ ମ୍ୟାଚରେ ଗେଲ୍ ମୋଟ ୧୨୧ଟି ଛକା ମାରିଛନ୍ତି।

ଦ୍ଵିତୀୟ ସ୍ଥାନରେ କିରନ୍ ପୋଲାର୍ଡ ରହିଛନ୍ତି । ସେ ୫୭୯ ଟି ମ୍ୟାଚରେ ୭୬୪ ଟି ଛକା ମାରିଛନ୍ତି।

ତୃତୀୟ ସ୍ଥାନରେ ରହିଛନ୍ତି ଆଣ୍ଡ୍ରେ ରସଲ। ସେ ୩୯୩ ଟି ମ୍ୟାଚରେ ୫୧୭ ଟି ଛକା ମାରିଛନ୍ତି।

ଚତୁର୍ଥ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ପୁର୍ବତନ ବିସ୍ଫୋରକ୍ ଖେଳାଳି ବ୍ରାଣ୍ଡନ୍ ମ୍ୟାକକୁଲମ୍। ସେ ୩୬୭ ଟି ମ୍ୟାଚରେ ୪୮୫ ଟି ଛକା ମାରିଛନ୍ତି।

ପଞ୍ଚମ ସ୍ଥାନରେ ସେନ ୱାଟସନ ରହିଛନ୍ତି । ସେ ୩୪୧ ଟି ମ୍ୟାଚ୍ ଖେଳି ୪୬୭ ଟି ଛକା ମାରିଛନ୍ତି।

ତାଲିକାରେ ଜଣେ ହିଁ ଭାରତୀୟ ଖେଳାଳି ସାମିଲ : 

ଏହି ତାଲିକାର ଷଷ୍ଠ ସ୍ଥାନରେ ଏ ବି ଡି ଭିଲିୟର୍ସ ୪୩୬ ଟି ଛକା ମାରି ରହିଛନ୍ତି। ଏ ବି ଏହି ରେକର୍ଡ ୩୪୦ ଟି ମ୍ୟାଚ ଖେଳି ସୃଷ୍ଟି କରିଛନ୍ତି।

ଆରୋନ ଫିଞ୍ଚ ଏହି ଲିଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି। ସେ ୩୪୬ ଟି ମ୍ୟାଚ୍ ଖେଳି ୪୨୪ ଟି ଛକା ମାରିଛନ୍ତି।

ଅଷ୍ଟମ ସ୍ଥାନରେ ରହିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା। ସେ ୩୬୪ ଟି ମ୍ୟାଚ ଖେଳି ୪୧୮ ଟି ଛକା ମାରିଛନ୍ତି।

୩୨୩ ଟି ମ୍ୟାଚ୍ ଖେଳି କଲିନ୍ ମୋନେରୋ ୪୧୭ ଟି ଛକା ସହିତ ନବମ ସ୍ଥାନରେ ରହିଛନ୍ତି।

ଆଉ ପରିଶେଷରେ ରହିଛନ୍ତି ଡେଭିଡ ୱାର୍ଣ୍ଣର । ସେ ୩୧୩ ଟି ଟି-୨୦ ମ୍ୟାଚରେ ୩୮୯ ଟି ଛକା ମାରିଛନ୍ତି।