ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ, ଦିନେ ଥିଲେ ବିରାଟଙ୍କର ବ୍ରହ୍ମାସ୍ତ୍ର, ଆଉ ଆଜି...

 
Kedar yadav

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଭାବରେ ମନୋନୀତ ହେବା ଯେତିକି କଷ୍ଟସାଧ୍ୟ, ତାହାଠାରୁ ଅଧିକ କଷ୍ଟ ଟିମରେ ନିଜର ସ୍ଥାନକୁ ଅଧିକ ଦିନ ବଜାୟ ରଖିବା। ଏହାର କାରଣ ହେଉଛି ଦଳ ବାହାରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଦଳର ସାମ୍ପ୍ରତିକ ଖେଳାଳିଙ୍କ ଅପେକ୍ଷା ଅନେକ ଗୁଣରେ ଭଲ ପ୍ରଦର୍ଶନ କରିଥାନ୍ତି।

This veteran cricketer of Team India want to return at the age of retirement

ତେବେ ଆଜି ଆମେ ଆପଣଙ୍କୁ ଭାରତର ଏମିତି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟ ଶେଷ ହୋଇଛି ଏବଂ ସେ ବର୍ତ୍ତମାନ ଭାରତୀୟ ଦଳକୁ ଫେରିବା ଅସମ୍ଭବ ମନେ ହେଉଛି। ଦିନେ ଏହି ଖେଳାଳି ବିରାଟ କୋହଲିଙ୍କର ଅସ୍ତ୍ର ଥିଲେ। ଏହି ଖେଳାଳିଙ୍କୁ ଶ୍ରେଷ୍ଠ ଏକାଦଶରେ ସାମିଲ କରି ବିରାଟ ଅତୀତରେ ଅନେକ ମ୍ୟାଚ ଜିତିଛନ୍ତି। ଆଉ ଆଜି ଦଳରେ ସ୍ଥାନ ପାଇବା ପାଇଁ ସଙ୍ଘର୍ଷ କରୁଛନ୍ତି। 

ଆମେ କହୁଛୁ ୩୬ ବର୍ଷୀୟ ଭାରତୀୟ ଅଲରାଉଣ୍ଡର କେଦାର ଯାଦବଙ୍କ ବିଷୟରେ..। ବର୍ତ୍ତମାନ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରାୟ ଶେଷ ହୋଇଛି।

ଯାଦବ ୧୬ ନଭେମ୍ବର ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଖେଳି ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ। ତେବେ ସେ ଶେଷ ଥର ଭାରତ ପାଇଁ ୮ ଫେବୃଆରୀ ୨୦୨୦ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ଆଉ ସେବେଠାରୁ ସେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ସଙ୍ଘର୍ଷ କରୁଛନ୍ତି। ତେବେ ଚର୍ଚ୍ଚା ହେଉଛି ଯେ, ସେ ଦୀର୍ଘ ଦିନ ହେବ ନିଜର ଧିମା ବ୍ୟାଟିଂ କରିବା କାରଣରୁ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଚୟନ କମିଟି ଚିନ୍ତା କରୁନାହାନ୍ତି।

 

କେଦାର ଯାଦବଙ୍କୁ ଅତୀତରେ ଅନେକ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ସେହି ସମସ୍ତ ସୁଯୋଗକୁ ନଷ୍ଟ କରି ନିଜର ଫ୍ଲପ୍ ଶୋ' ଜାରି ରଖିଥିଲେ। କେଦାର ଯାଦବ ନିଜର କାର୍ଯ୍ୟରେ ନିରନ୍ତର ବିଫଳତା ପ୍ରମାଣ କରୁଥିଲେ।  ଯାଦବ ୭୩ ଟି ଦିନିକିଆରେ ମୋଟ ୧୩୮୯ ରନ୍ ସଂଗ୍ରହ କରିଛନ୍ତି, ତେବେ ଯାଦବଙ୍କୁ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । 

୨୦୧୭ ମସିହାର ଜାନୁୟାରୀ ୧୫ ତାରିଖରେ, ପୁଣେରେ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଯାଦବ ହିରୋ ହୋଇଥିଲେ। ଯାଦବ ଏବଂ ବିରାଟ ଉଭୟ ମିଶି ହାରିବା ମ୍ୟାଚକୁ ଜିତାଇଥିଲେ। ଏହି ମ୍ୟାଚ ବିଷୟରେ କହିଲେ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୩୫୦ ରନ୍ ସଂଗ୍ରହ କରିଥିଲା। ଜବାବରେ ୩୫୧ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୬୩ ରନରେ ୪ଟି ୱିକେଟ ହରାଇଥିଲା।

ଏହି ମ୍ୟାଚ୍ ସମୟରେ ଯାଦବ ଏବଂ ବିରାଟଙ୍କ ଶତକୀୟ ପାରି ଆଜି ବି ଅନେକଙ୍କର ପ୍ରଛଦପଟରୁ ଲିଭିନାହିଁ। ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ମଧ୍ୟ ୬ ରନ କରି ଆଉଟ୍ ହୋଇଥିଲେ। ଆଉ କୋହଲି ଏବଂ ଯାଦବ ମିଶି ଉଭୟ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଏହି ମ୍ୟାଚ ଭାରତକୁ ଜିତାଇଥିଲେ। 

ଏହି ମ୍ୟାଚରେ କୋହଲି ୧୦୫ଟି ବଲ ଖେଳି ୧୨୨ ରନ୍ ସଂଗ୍ରହ କରିଥିଲେ। ଆଉ କେଦାର ଯାଦବ ୭୬ ବଲରୁ ୧୨୦ ରନ୍ ସଂଗ୍ରହ କରିଥିଲେ। କେଦାର ୪ ଟି ଛକା ଓ ୧୨ ଟି ଚୌକା ସାହାଯ୍ୟରେ ଏହି ରନ ସଂଗ୍ରହ କରିଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନରେ ଅପରାଜିତ ରହି ଏହି ମ୍ୟାଚ ଜିତାଇଥିଲେ। ଏହିପରି ଭାବେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୩ ୱିକେଟରେ ଜିତି ନେଇଥିଲା। ତେବେ କେଦାର ଆଉ ବିରାଟଙ୍କ ଏହି ମ୍ୟାଚରେ ଖେଳାଯାଇଥିବା ଇନିଂସକୁ ଆଜି ବି ସ୍ମରଣୀୟ ହୋଇ ରହିଛି।