ENG vs IND: ODI ସିରିଜ୍ ଶେଷ ମ୍ୟାଚରେ ସୃଷ୍ଟି ହେଲା ଏହି ସବୁ ବଡ଼ ରେକର୍ଡ, ପଢନ୍ତୁ ଏହି ଖାସ ରିପୋର୍ଟ

 

କ୍ରିକେଟ୍ ଖବର : ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଶେଷ ହୋଇଛି। ପ୍ରଥମେ ଟେଷ୍ଟ ମ୍ୟାଚ ଡ୍ର' , ପରେ ଟି -୨୦ ରେ ସିରିଜ୍ ବିଜୟ ଆଉ ବର୍ତ୍ତମାନ ଦିନିକିଆରେ ବି ସିରିଜ୍ ବିଜୟ କରିଛି ଟିମ୍ ଇଣ୍ଡିଆ। ଗତକାଲି ଥିଲା ଦିନିକିଆ ସିରିଜର ଶେଷ ମ୍ୟାଚ୍।

ଏହି ମ୍ୟାଚ ଟିମ୍ ଇଣ୍ଡିଆ ୫ ୱକେଟରେ ବିଜୟୀ ହୋଇଛି। ଆଉ ଯେଉଁଥିରେ ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ବି ଜିତିଛି। ଦୁଇ ଦଳ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ଆସନ୍ତୁ ଜାଣିବା ଏହି ରୋମାଞ୍ଚକର ମ୍ୟାଚ୍ ଇଂଲଣ୍ଡ ବନାମ ଇଣ୍ଡିଆ ପରେ କ୍ରିକେଟ୍ ଦୁନିଆରେ କେଉଁ ରେକର୍ଡ ତିଆରି ସୃଷ୍ଟି ହୋଇଛି। 

ସୃଷ୍ଟି ହେଲା ଏହି ସବୁ ରେକର୍ଡ : 

୧) ଇଂଲଣ୍ଡ ଗସ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଶ୍ରେଷ୍ଠ ବୋଲିଂ ପକାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଚାରିଟି ମ୍ୟାଚରେ ଶ୍ରେଷ୍ଠ ବୋଲିଂ କରିଛନ୍ତି। ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ହେଲା : 

୫/୨୮ ବନାମ ଇଂଲଣ୍ଡ (ଟେଷ୍ଟ)

୪/୨୪ ବନାମ ଇଂଲଣ୍ଡ (ୱାନଡେ)

୪/୩୩ ବନାମ ଇଂଲଣ୍ଡ (ଟି- ୨୦)

୪/୩୮ ବନାମ ଇଂଲଣ୍ଡ (ଟି- ୨୦)

୩/୮ ବନାମ ପାକ୍ (ଟି- ୨୦)

୨) ଗତ ୭ ବର୍ଷରେ ପ୍ରଥମ ଥର ପାଇଁ ଇଂଲଣ୍ଡ କ୍ରମାଗତ ୩ ଟି ୱାନଡେ ରେ ଅଲଆଉଟ୍ ହୋଇଛି। ଏହା ଭାରତ ବିପକ୍ଷରେ ଖେଳି ଏହି ରେକର୍ଡ ସୃଷ୍ଟି କରିଛି ଇଂରାଜୀ ଦଳ।

ପ୍ରଥମ ୱାନଡେ - ଇଂଲଣ୍ଡ (୧୧୦/୧୦)

ଦ୍ୱିତୀୟ ୱାନଡେ - ଇଂଲଣ୍ଡ (୨୪୬/୧୦)

ତୃତୀୟ ୱାନଡେ - ଇଂଲଣ୍ଡ (୨୫୯/୧୦) 

୩) ବିରାଟ କୋହଲିଙ୍କ ଦ୍ୱାରା ୱାନଡେ ସିରିଜରେ ଖୁବ୍ କମ୍ ରନ୍ ସଂଗ୍ରହ। 

୧୩ ରନ୍ ବନାମ ପାକିସ୍ତାନ (୨୦୧୨)

୨୬ ରନ୍ ବନାମ ୱେଷ୍ଟଇଣ୍ଡିଜ୍ (୨୦୨୨)

୩୧ ରନ୍ ବନାମ ଦକ୍ଷିଣ ଆଫ୍ରିକା (୨୦୧୩)

୩୩ ରନ୍ ବନାମ ଇଂଲଣ୍ଡ (୨୦୨୨) 

୪) କ୍ୟାଲେଣ୍ଡର ବର୍ଷରେ ବିରାଟ କୋହଲିଙ୍କ ସର୍ବନିମ୍ନ ଷ୍ଟ୍ରାଇକ୍ ରେଟ୍ ।

୨୦୨୨ ରେ ୨୫.୦୫ 

୨୦୦୮ ରେ ୩୧.୮୦

୨୦୨୦ ରେ ୩୬.୬୦

୨୦୨୧ ରେ ୩୭.୦୭

୫) ଦିନିକିଆରେ ୫୦ ରନ୍ ସଂଗ୍ରହ କରିବା ସହିତ ୪ ଟି ୱିକେଟ୍ ନେଇଥିବା ଭାରତୀୟ ଖେଳାଳି : 

ଶ୍ରୀକାନ୍ତ ବନାମ ନ୍ୟୁଜିଲ୍ୟାଣ୍ଡ (୧୯୮୮)

ସଚିନ୍ ବନାମ ଅଷ୍ଟ୍ରେଲିଆ (୧୯୯୮)

ଗାଙ୍ଗୁଲି ବନାମ ଶ୍ରୀଲଙ୍କା (୧୯୯୯)

ଗାଙ୍ଗୁଲି ବନାମ ଜିମ (୨୦୦୦)

ଯୁବରାଜ ବନାମ ଇଂଲଣ୍ଡ (୨୦୦୮)

ଯୁବରାଜ ବନାମ ଆୟର୍ଲାଣ୍ଡ (୨୦୧୧)

ହାର୍ଦ୍ଦିକ ବନାମ ଇଂଲଣ୍ଡ (୨୦୨୨)

୬) ଇଂଲଣ୍ଡରେ ଭାରତ ପାଇଁ ସର୍ବାଧିକ ୫ମ ୱିକେଟରେ ଭାଗିଦାରୀ ।

୧୬୯ - ଧୋନି / ରାଇନା (୨୦୧୧)

୧୪୪ - ଧୋନି / ରାଇନା (୨୦୧୪)

୧୪୧ - ଏକ ଜାଡେଜା / ଆର ସିଂ (୧୯୯୯)

୧୩୩ - ହାର୍ଦିକ / ପନ୍ତ (୨୦୨୨) 

୭) ଏସିଆ ବାହାରେ ଜଣେ ଭାରତୀୟ ୱିକେଟ୍ କିପରଙ୍କ ଦ୍ୱାରା ଅଧିକାଂଶ ଶତକ ।

୫ - ରିଷଭ ପନ୍ତ

୧ - ରାହୁଲ ଦ୍ରାବିଡ଼ 

୧ - କେ.ଏଲ୍ ରାହୁଲ 

୧ - ରିଦ୍ଧିମାନ ସା

୧ - ଅଜୟ ରତ୍ରା 

୧ - ଭି ମଞ୍ଜରେକର 

୮) ଇଂଲଣ୍ଡରେ ଏକଦିବସୀୟ ସିରିଜ ଜିତିବାରେ ରୋହିତ ଶର୍ମା ତୃତୀୟ ଅଧିନାୟକ ହୋଇଛନ୍ତି:

୧୯୯୦ (ଅଜହରଙ୍କ ଦ୍ୱାରା କ୍ୟାପଟେନ୍)

୨୦୧୪ (ଧୋନିଙ୍କ ଦ୍ୱାରା କ୍ୟାପଟେନ୍)

୨୦୨୨ (ରୋହିତଙ୍କ ଦ୍ୱାରା କ୍ୟାପଟେନ୍) 

୯) ଇଂଲଣ୍ଡର ଏହି ଗସ୍ତରେ ଋଷଭ ପନ୍ତ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ଉଭୟ ଟେଷ୍ଟ ଏବଂ ୱାନଡେ ରେ ଶତକ ହାସଲ କରିଛନ୍ତି।