ଏହି ଚାରିଜଣ ଭାରତୀୟ କ୍ରିକେଟରଙ୍କ କ୍ୟାରିଅର୍ ଡେବ୍ୟୁ ହେବାର କିଛି ମାସ ମଧ୍ୟରେ ହିଁ ହେଲା ଶେଷ

 

କ୍ରିକେଟ୍ ଖବର : ଅନେକ ଖେଳାଳି ଭାରତୀୟ କ୍ରିକେଟ୍ ଦଳ ପାଇଁ ନିଜର ଦୀର୍ଘ କ୍ୟାରିଅର୍ ଖେଳିଥିବାବେଳେ, ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପ୍ରତିଭାର ଭରପୁର ହୋଇ ଥିଲେ ମଧ୍ୟ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇ ନଥିଲେ କାରଣ ସେତେବେଳେ ଅନେକ ଅଭିଜ୍ଞ ଖେଳାଳି ଟିମରେ ଥିଲେ । କେତେକ ଯୁବ ଖେଳାଳି  ଦଳରେ ଡେବ୍ୟୁ କରିଥିଲେ ସତ କିନ୍ତୁ ତାଙ୍କ କ୍ୟାରିଅର୍ ଅଧିକ ସମୟ ରହିପାରିଲା ନାହିଁ। ଏହି ଆର୍ଟିକିଲରେ, ଆମେ ଏପରି ଚାରି ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ ଜାଣିବା, ଯାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅଧିକ ସମୟ ତିଷ୍ଠି ପାରି ନଥିଲା। 

୧) ସୁବ୍ରମଣ୍ୟମ ବଦ୍ରିନାଥ :

ତାମିଲନାଡୁର ଖେଳାଳି ସୁବ୍ରମଣ୍ୟମ ବଦ୍ରିନାଥ ପ୍ରଥମ ଶ୍ରେଣୀ କ୍ରିକେଟରେ ଦଶ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେ ଚେନ୍ନାଇ ସୁପର କିଙ୍ଗସ ଦଳର ସଦସ୍ୟ ବି ରହିଛନ୍ତି। ସେ ଖେଳୁଥିବା ସମୟରେ ଲଗାତାର ଦୁଇଥର ଆଇପିଏଲ୍ ଟ୍ରଫି ଜିତିଥିଲା ଚେନ୍ନାଇ ସୁପରକିଙ୍ଗସ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୦୧୦ ମସିହାରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକା ପାଇଁ ଖେଳୁଥିବାବେଳେ ପ୍ରଥମ ମ୍ୟାଚରେ ସେ ୫୬ ରନ୍ ସଂଗ୍ରହ କରିଥିଲେ । ଭଲ ଖେଳିଥିଲେ ମଧ୍ୟ ତାଙ୍କ କ୍ୟାରିଅର୍ ଅଧିକ ଦିନ ରହିଲା ନାହିଁ ଏବଂ ସେ ଭାରତୀୟ ଦଳ ପାଇଁ କେବଳ ୨ଟି ଟେଷ୍ଟ, ୭ ଟି ୱାନଡେ ଏବଂ ୧ଟି ଟି-୨୦ ଖେଳିବାର ସୁଯୋଗ ପାଇଥିଲେ ।

୨) ଦୀପ ଦାସଗୁପ୍ତ :

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦୀପ ଦାସଗୁପ୍ତ ଏକ ଶତକ ହାସଲ କରିଥିଲେ ଏବଂ ଦ୍ୱିତୀୟ ଟେଷ୍ଟରେ ୬୦ ରନ୍ ସଂଗ୍ରହ କରିଥିଲେ । ସେ ମୋଟ ଆଠଟି ଟେଷ୍ଟରେ ଭାରତ ପାଇଁ ଖେଳିଥିଲେ। ଯେଉଁଥିରେ ସେ ହାରାହାରି ୨୮.୬୬ ଷ୍ଟ୍ରାଇକ୍ ରେଟରେ ୩୪୪ ରନ୍ ସ୍କୋର କରିଥିଲେ।ଦୀପଙ୍କ କ୍ୟାରିୟର ଅକ୍ଟୋବର ୨୦୦୧ ରେ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ ୨୦୦୨ ରେ ଶେଷ ହୋଇଥିଲା।

୩) ନମନ୍ ଓଝା : 

ନମନ୍ ଓଝାଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ସେତେ ଭଲ ନୁହଁ କିନ୍ତୁ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ । ରଣଜୀ ଟ୍ରଫିରେ ୱିକେଟ୍ ପଛରେ ସର୍ବାଧିକ ଶିକାର କରିଛନ୍ତି ନମନ। ୨୦୧୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ନମନ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ, ସେହି ବର୍ଷ ସେ ଭାରତୀୟ ଦଳ ପାଇଁ ଟି -୨୦ ଖେଳିବା ପାଇଁ ସୁଯୋଗ ପାଇଥିଲେ । ଭାରତ ପାଇଁ ଗୋଟିଏ ଟେଷ୍ଟ, ଗୋଟିଏ ଦିନିକିଆ ଏବଂ ଦୁଇଟି ଟି -୨୦ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି ଏହି ଖେଳାଳି ।

୪) ଆକାଶ ଚୋପ୍ରା :

ଆକାଶ ଚୋପ୍ରା ଜଣେ ଜଣାଶୁଣା ଟିଭି ସମୀକ୍ଷକ ଭାବରେ କାର୍ଯ୍ୟ କରନ୍ତି । ତେବେ ତାଙ୍କର କ୍ରିକେଟ୍ କ୍ୟାରିୟର ସେତେ ଭଲ ନାହିଁ । ସେ ଅକ୍ଟୋବର ୨୦୦୩ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ଅକ୍ଟୋବର ୨୦୦୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ । ଏହି ସମୟରେ ସେ ମୋଟ ଦଶଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପାଇଁ ଅବଦାନ ରଖିଥିଲେ ।