2011 ବିଶ୍ୱକପ ଚାମ୍ପିଅନ ଖେଳାଳି କହିଲେ, ମୋର BCCI ରେ କେହି ନଥିଲା, ସେଥିପାଇଁ ମୋତେ ଅଧିନାୟକ ପଦ ମିଳିଲା ନାହିଁ

 

କ୍ରିକେଟ ଖବର : କ୍ରିକେଟ ଖେଳ ଚାଲୁଥିବା ସମୟରେ ଯଦି କେହି ଅଧିକ ଚାପରେ ରହିଥାନ୍ତି ସେ ହେଉଛନ୍ତି ଦୁଇ ଦଳର ଅଧିନାୟକ। କାରଣ ମ୍ୟାଚ ଜିତିଲେ କିମ୍ବା ହାରିଲେ ସେ ହିଁ ଦଳର ଉତ୍ତରଦାୟୀ। ସେହି କାରଣରୁ ବିଶ୍ୱ କ୍ରିକେଟର ଅଧିନାୟକମାନେ ଖେଳ ସମୟରେ ବହୁତ ଚାପରେ ରହିଥାନ୍ତି ।

ତେବେ ନିକଟରେ ଜଣେ କିମ୍ବଦନ୍ତୀ ଭାରତୀୟ ଖେଳାଳି ଭାରତୀୟ ଦଳର ଅଧିନାୟକ ହୋଇପାରିଲେ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି। କାରଣ ସେ ଦିନେ ଭାରତୀୟ ଦଳର ଅଧିନାୟକ ହେବେ ବୋଲି ମନସ୍ଥ କରିଥିଲେ। ଏହି ଖେଳାଳି ଜଣଙ୍କ ନିଜର ମନ୍ତବ୍ୟରେ କହିଛନ୍ତି ଯେ, ମୋର ଇଚ୍ଛା ଥିଲା ମୁଁ ଦିନେ ଅଧିନାୟକ ହେବି । କିନ୍ତୁ ବିସିସିଆଇରେ ମୋର କେହି ନିଜର ନ ଥିବା କାରଣରୁ ମୁଁ ଅଧିନାୟକ ହୋଇ ପାରିଲି ନାହିଁ ।

ତେବେ ଆମେ କହୁଛୁ ନିକଟରେ ଅବସର ନେଇଥିବା କିମ୍ବଦନ୍ତୀ ସ୍ପିନ ବୋଲର୍ ହରଭଜନ ସିଂଙ୍କ କଥା। ମହାନ ବୋଲରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରଭଜନ ସିଂ। ସେ ବର୍ତ୍ତମାନ ଏହି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଭଜି  କହିଛନ୍ତି ଯେ , ତାଙ୍କର ବିସିସିଆଇରେ କୌଣସି ଜୁଗାଡ ନ ଥିବା କାରଣରୁ ସେ ଭାରତୀୟ ଦଳର ଅଧିନାୟକ ହୋଇପାରିଲେ ନାହିଁ। ଅନ୍ୟପଟେ ଯେଉଁ ଖେଳାଳିମାନେ ୨୦୧୧ ଆଇସିସି ବିଶ୍ୱକପରେ ଖେଳିଥିଲେ, ସେହି ଖେଳାଳିଙ୍କୁ ୨୦୧୫ ଆଇସିସି ବିଶ୍ୱକପରେ ସ୍ଥାନ ନ ମିଳିବା ବିଷୟରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ହରଭଜନ ସିଂ Cricketnext.com ସହିତ ବିସ୍ତୃତ ଭାବରେ କଥା ହୋଇ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି ।  ଭାରତୀୟ ଦଳର ଅଧିନାୟକତ୍ୱ ଉପରେ ହରଭଜନଙ୍କୁ ପ୍ରଥମେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ,  ମୁଁ ବିସିସିଆଇରେ କାହାକୁ ଜାଣି ନଥିଲି, ମୋ ନାମକୁ କେହି ବି ଅଧିନାୟକ ଭାବରେ ସୁପାରିଶ କରିନଥିଲେ । ଏମିତିକି ମୋତେ କେହି ବି ଜାଣି ନଥିଲେ। ତେଣୁ ମୁଁ ଅଧିନାୟକ ହୋଇପାରିଲି ନାହିଁ। କାରଣ ଏହା ଆବଶ୍ୟକ। ପରେ ମୁଁ ବୁଝିଗଲି ଯେ, ଯଦି ତୁମେ କିଛି ଶକ୍ତିଶାଳୀ ବ୍ୟକ୍ତିଙ୍କ ପ୍ରିୟ ନୁହଁ ତେବେ ତୁମେ କେବେବି ଏହି ସମ୍ମାନୀୟ ଅଧିନାୟକ ପଦ ପାଇବ ନାହିଁ ।