Asia Cup 2022: ପାକିସ୍ତାନ କୁ ହରେଇବା ପାଇଁ ଟିମ୍ ଇଣ୍ଡିଆ ସମ୍ପୂର୍ଣ ପ୍ରସ୍ତୁତ, ଜାଣନ୍ତୁ ଏସିଆ କପ ରେ କେଉଁ ଦଳ ଜିତିଛି ଅଧିକ ମ୍ୟାଚ

 

କ୍ରିକେଟ୍ ଖବର୍ : ଚାରି ବର୍ଷର ଦୀର୍ଘ ବ୍ୟବଧାନ ପରେ ଏସିଆ କପ୍ ଅଗଷ୍ଟ ୨୭ ରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ କ୍ରିକେଟ୍ ପ୍ରେମୀ ଅନାଇ ବସିଛନ୍ତି।  ଯଦି ଆମେ ଏସିଆ କପ୍ ର ପୁରୁଣା ରେକର୍ଡକୁ ଦେଖିବା, ତା’ହେଲେ ଭାରତ , ପାକିସ୍ତାନକୁ ଅନେକ ଥର ହରାଇଛି। କିନ୍ତୁ ଅଗଷ୍ଟ ୨୮ ରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚକୁ କ୍ରିକେଟ୍ ପ୍ରେମୀଙ୍କ ନଜର  ରହିଛି । 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୪ ଥର ମ୍ୟାଚ ହୋଇଛି:

ଏସିଆ କପରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ୧୪ ଥର ଲଢିଛନ୍ତି। ଭାରତ ଏସିଆ କପରେ ପାକିସ୍ତାନକୁ ୮  ଥର ହରାଇଛି। ଏଥି ସହିତ ପାକିସ୍ତାନ ଦଳ ଭାରତ ଉପରେ ମାତ୍ର ୫ ଟି ମ୍ୟାଚ ଜିତିଛି । ୧୯୯୭ ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚର ଫଳାଫଳ ଆସି ନଥିଲା ।

ଗତ ବର୍ଷ ଟି -୨୦ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ । ଗତ ବର୍ଷ ପ୍ରଥମ ଥର ପାଇଁ ପାକିସ୍ତାନ ଦଳ ବିଶ୍ୱକପ ମ୍ୟାଚରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ପାକିସ୍ତାନରୁ ବିଶ୍ୱକପରେ ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆର ମଧ୍ୟ ନଜର ରହିବ ।  

ଟି -୨୦ ଫର୍ମାଟରେ ଭାରତ ଏବଂ ପାକିସ୍ଥାନର ଦଳ ବହୁତ ଶକ୍ତିଶାଳୀ ଦେଖାଯାଉଛନ୍ତି । ଯେଉଁଠାରେ ଟିମ୍ ଇଣ୍ଡିଆରେ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଏଥି ସହିତ ପାକିସ୍ତାନରେ ବାବର ଆଜାମ, ଫଖର ଜମାନ ଏବଂ ମହମ୍ମଦ ରିଜୱାନ ମଧ୍ୟ ଅଛନ୍ତି । ବାବର ଏବଂ ରିଜୱାନ୍ ବର୍ତ୍ତମାନ ଟି -୨୦ କ୍ରିକେଟ୍ ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଅଟନ୍ତି।