ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ବିବାଦିତ ବୟାନ, କହିଲେ ଏବେ ଆଉ ପାକିସ୍ତାନ ଦଳ ସମୁଖରେ ତିଷ୍ଠି ପାରିବନି ଟିମ୍ ଇଣ୍ଡିଆ, କାରଣ...

 

କ୍ରିକେଟ ଖବର : ପାକିସ୍ତାନର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରସିଦ ଲତିଫ କହିଛନ୍ତି ଯେ ପାକିସ୍ତାନୀ ଦଳ ପ୍ରତିଦ୍ୱନ୍ଦ୍ୱୀ ଭାରତ ଅପେକ୍ଷା ଏକ ଭଲ ଦଳ। ପାକିସ୍ତାନ ଦଳରେ ଶାହିନ୍ ଶାହା ଆଫରଦୀ, ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଭଳି କିଛି ମହାନ ଖେଳାଳି ଅଛନ୍ତି ।

ଆଗାମୀ ଏସିଆ କପ୍ ବିଷୟରେ ସେ କହିଛନ୍ତି ଯେ ମୁଖ୍ୟ ମ୍ୟାଚ୍ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ । ଲତିଫ କହିଛନ୍ତି ଯେ ଏସିଆ କପରେ ପାକିସ୍ତାନର ବିଜୟକୁ ନେଇ ସେ ଆଶାବାଦୀ ଅଛନ୍ତି ଏବଂ ୨୦୨୧ ଟି -୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ଆହୁରି ଆଶା ବଢାଇ ଦେଇଛି ।

୨୦୨୨ ଏସିଆ କପ୍ ଶ୍ରୀଲଙ୍କାରେ ଅଗଷ୍ଟ ଶେଷରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଏକ ଭଲ ଦଳ, କିନ୍ତୁ ପାକିସ୍ତାନ ସମୁଖରେ ଠିଆ ହେବା ପାଇଁ ଟିମ୍ ଇଣ୍ଡିଆ ଉପଯୁକ୍ତ ନୁହେ। ଆମ ଖେଳାଳି ଟିମ୍ ଇଣ୍ଡିଆକୁ ହରାଇଦେବେ।ପାକିସ୍ତାନରେ ଶାହିନ୍ ଶାହା ଆଫରଦୀ,, ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଭଳି ଖେଳାଳି ଅଛନ୍ତି ଯେଉଁମାନେ ବର୍ତ୍ତମାନ ଆଇସିସି ଦ୍ୱାରା ଶ୍ରେଷ୍ଠ ଖେଳାଳି ଭାବେ ନାମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦୨୧ ରେ ଶେଷ ଟି -୨୦ ବିଶ୍ୱକପରେ ଯେତେବେଳେ ପାକିସ୍ତାନ ଏବଂ ଭାରତ ମୁହାଁମୁହିଁ ହୋଇଥିଲେ, ବାବର ଆଜାମଙ୍କ ଦଳ ୧୭.୫ ଓଭରରେ ୧୫୨ ରନ ସଂଗ୍ରହ କରି ୧୦ ୱିକେଟରେ ଜିତିଥିଲା। ଟି-ଟ୍ୱେଣ୍ଟିନାଲରେ ଭାରତ ଏବଂ ପାକିସ୍ତାନ ନଅ ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ ଭାରତ ସାତଥର ଜିତିଛି ଏବଂ ପାକିସ୍ତାନ ଦୁଇଟି ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି ।