ବାବର ଆଜମଙ୍କ ରାଜତ୍ୱ କୁ T20 କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ କରିବେ ସମାପ୍ତ, ସୂର୍ଯ୍ୟଙ୍କୁ କେବଳ ଏତିକି ରନ୍ କରିବାକୁ ପଡିବ

 
suryakumar-yadav-babar-azam-t20-ranking

କ୍ରିକେଟ୍ ଖବର : ସୁର୍ଯ୍ୟକୁମାର ଯାଦବ କିଛି ସମୟ ହେବ ଭଲ ଫର୍ମରେ ଅଛନ୍ତି ଏବଂ ସେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟମ କ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି।  ନିକଟରେ ସେ ଆଇସିସି ଟି -20 ର଼୍ୟାଙ୍କିଙ୍ଗରେ 2 ନମ୍ବର ସ୍ଥାନରେ ପହଁଚିଥିଲେ। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦୁଇଟି ଟି -20 ମ୍ୟାଚରେ ସେ ଯଦି ଭଲ ଖେଳନ୍ତି ତେବେ ସେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମଙ୍କ ନାମରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡକୁ ଭାଙ୍ଗିବେ। ଏଥିପାଇଁ ଯାଦବଙ୍କୁ ୱିଣ୍ଡିଜ୍ ବିରୋଧରେ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ।

Babar Azam Become 2nd Fastest BATTER To Achieve this Big ODI Milestone

ମାର୍ଚ୍ଚ 2021 ରେ ଭାରତୀୟ ଦଳ ପାଇଁ ଟି -20 କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ କରିଥିଲେ।  ଏହା ପରେ ସେ ପଛକୁ ଚାହିଁ ନଥିଲେ ଏବଂ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତାଇବା ଇନିଂସ ଖେଳିଥିଲେ।  ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି -20 ମ୍ୟାଚ୍‌ରେ ମଧ୍ୟ ସେ 44 ବଲରେ 76 ରନ୍ ସଂଗ୍ରହ କରିଥିଲେ। 

ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କାରଣରୁ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଆଇସିସି ଟି -20 ର଼୍ୟାଙ୍କିଙ୍ଗରେ ଦୁଇ ନମ୍ବରରେ ପହଞ୍ଚିଛନ୍ତି ସେ। ଆଇସିସି ଟି -20 ର଼୍ୟାଙ୍କିଙ୍ଗରେ ଟପ୍ -10 ରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍।  ଟି -20 ରେ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଠିକ୍ 506 ଦିନ ଲାଗିଥିଲା। ସେ ହାରାହାରି 38.11 ଏବଂ ଷ୍ଟ୍ରାଇକ୍ ରେଟ୍ 175.60 ରେ ମାତ୍ର 22 ଟି ମ୍ୟାଚ୍ ରେ 648 ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ଦମଦାର୍ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ବାବର ଆଜାମଙ୍କ ଏହି ରେକର୍ଡକୁ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ : 

ଟି -20 କ୍ରିକେଟରେ ଗତ କିଛି ବର୍ଷ ମଧ୍ୟରେ ବାବର ଆଜାମ ଭଲ ପ୍ରଦର୍ଶନ ଆଧାରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।  818 ପଏଣ୍ଟ ସହ ଟି -20 ର଼୍ୟାଙ୍କିଙ୍ଗରେ ବାବର ଆଜମ ଏକ ନମ୍ବରରେ ଅଛନ୍ତି। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କର 816 ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଇନସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଯଦି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଆଉ ପଞ୍ଚମ ଟି -20 ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ 50 ରନ୍ ସ୍କୋର କରନ୍ତି, ତେବେ ସେ ଟି -20 ମାନ୍ୟତାରେ ଏକ ନମ୍ବରରେ ପହଞ୍ଚିବେ। ଏଭଳି ପରିସ୍ଥିତିରେ ସେ ଟି -20 କ୍ରିକେଟରୁ ବାବର ଆଜାମଙ୍କୁ ପଛରେ ପକାଇବେ। ଆଉ ଟି-20 କ୍ରିକେଟର୍ ରାଜା ହେବେ ଯାଦବ।