ରିକି ପଣ୍ଟିଂ ଚୟନ କଲେ ALL TIME BEST XI ଏବଂ IPL ର 3 ଜଣ ଅଧିନାୟକଙ୍କୁ କଲେ ଦଳରେ ସାମିଲ

 

କ୍ରିକେଟ ଖବର: କିଛି ସମୟ ପୂର୍ବରୁ ରିକି ପଣ୍ଟିଂ ନିଜର ପସନ୍ଦଯୋଗ୍ୟ ଅଲଟାଇମ ଇଲେଭେନ୍ ଟିମ ଘୋଷଣା କରିଛନ୍ତି । ରିକି ପଣ୍ଟିଂ ବର୍ତ୍ତମାନ ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ କୋଚ ଦାୟିତ୍ୱରେ ଅଛନ୍ତି । ଯିଏ କି ୧୬୮ ଟେଷ୍ଟ ମ୍ୟାଚ ଓ ୩୭୫ଟି ଦିନିକିଆ ମ୍ୟାଚ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି । 

ତେବେ ରିକି ପଣ୍ଟିଂ ନିଜର ଏହି ଟିମରେ ୩ ଜଣ ଆଇପିଏଲ ଟିମର କ୍ୟାପ୍ଟେନଙ୍କୁ ସାମିଲ କରିଛନ୍ତି । ସେମାନେ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ୟାପ୍ଟେନ ସଚିନ ତେନ୍ଦୁଲକର, ହାଇଦ୍ରାବାଦକୁ ଆଇପିଏଲରେ ଜିତାଇଥିବା କ୍ୟାପ୍ଟେନ ଏଡ଼ମ ଗିଲକ୍ରୀଷ୍ଟ ଓ ରାଜସ୍ଥାନ ରୟାଲସକୁ ୨୦୦୮ରେ ଚାମ୍ପିଅନ୍ସ କରିଥିବା ଶେନ ୱାର୍ଣ୍ଣ ।

ଶେନ ୱାର୍ଣ୍ଣଙ୍କର ନିକଟରେ ନିଧନ ହୋଇଯାଇଛି । ତାଙ୍କ ବ୍ୟତୀତ ରିକି ପଣ୍ଟିଂ ନିଜ ଟିମରେ ଓପନର ମେଥ୍ୟୁ ହେଡ଼େନ ଓ ଜଷ୍ଟିସ ଲେଙ୍ଗରଙ୍କୁ ସାମିଲ କରିଛନ୍ତି । ସେହିଭଳି ଶ୍ରୀଲଙ୍କାର ବ୍ୟାଟସମ୍ୟାନ କୁମାର ସଙ୍ଗକାରାଙ୍କୁ ମଧ୍ୟ ଟିମରେ ସାମିଲ କରିଛନ୍ତି ରିକି ପଣ୍ଟିଂ ।

ରିକି ପଣ୍ଟିଙ୍ଗଙ୍କ ସର୍ବକାଳୀନ ଏକାଦଶ ଦଳ:

ମେଥ୍ୟୁ ହେଡ଼େନ, ଜଷ୍ଟିସ ଲେଙ୍ଗର, ଜ୍ୟାକ୍ କାଲିସ୍, ସଚିନ ତେନ୍ଦୁଲକର, ବ୍ରାୟନ୍ ଲାରା, କୁମାର ସଙ୍ଗକାରା, ଏଡ଼ମ ଗିଲକ୍ରୀଷ୍ଟ, ଶେନ ୱାର୍ଣ୍ଣ, କାର୍ଟଲି ଆମ୍ବ୍ରୋଜ୍, ୱାସିମ୍ ଆକ୍ରାମ ଏବଂ ଗ୍ଲେନ୍ ମ୍ୟାକଗ୍ରାଥ।