ICC Review ରେ ରିକି ପଣ୍ଟିଂ T20 ବିଶ୍ୱକପ ର ଶ୍ରେଷ୍ଠ 5 ଜଣ ଖେଳାଳି କଲେ ଚୟନ, 2 ଜଣ ଭାରତୀୟ ଖେଳାଳିଙ୍କୁ ଦେଲେ ସ୍ଥାନ

 
pontings top 5 players

କ୍ରିକେଟ୍ ଖବର : ଆଇସିସି ଟି-୨୦ ବିଶ୍ୱକପ ପାଇଁ ଆଉ ଦୁଇ ମାସରୁ କମ ସମୟ ରହିଛି। ସମସ୍ତ ଦେଶର କ୍ରିକେଟ୍ ଟିମ୍ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏସିଆ କପ୍ ସମେତ କେତେକ ଶୀର୍ଷ ସ୍ତରୀୟ ସିରିଜ୍ ସହିତ ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି । 

ricky ponting made a major revelation about opener prithvi shaw

୨୦୧୩ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତ କୌଣସି ଆଇସିସି ଟାଇଟଲ୍ ଜିତି ନାହିଁ । ତେଣୁ ଚଳିତବର୍ଷର ଆଇସିସି ଟି-୨୦ ବିଶ୍ୱକପର ଟ୍ରଫି ଜିତିବା ରୋହିତ କିଛି ବଡ଼ ପଦକ୍ଷେପ ନେଇ ପାରନ୍ତି। ଗତ କିଛି ମାସ ହେବ, ଅନେକ ଭାରତୀୟ ଖେଳାଳି ଟି -୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ। ତେଣୁ, ଯେତେବେଳେ ରିକି ପଣ୍ଟିଙ୍ଗଙ୍କୁ 'ଆଇସିସି ରିଭ୍ୟୁ 'ରେ ଶ୍ରେଷ୍ଠ-ପାଞ୍ଚ ଖେଳାଳିଙ୍କ ନାମ ଦେବାକୁ କୁହାଗଲା, ସେ ବିଶ୍ୱ ଟି -୨୦ ଦଳ ପାଇଁ ପ୍ରଥମ ନାମ ପାଣ୍ଡ୍ୟାଙ୍କର ଦେଇଥିଲେ।

ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମଧ୍ୟ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଏହି ତାଲିକାରେ ନାମିତ କରିଛନ୍ତି । ପଣ୍ଟିଙ୍କ ପ୍ରଥମ ଚୟନ ଆଫଗାନିସ୍ତାନର ରସିଦ ଖାନ ଏବଂ ପରେ ପାକିସ୍ତାନର ବାବର ଆଜମ, ହାର୍ଦ୍ଦିକ ପାଣ୍ଡ୍ୟା, ଇଂଲଣ୍ଡର ଜୋସ ବଟଲର ଏବଂ ଜସପ୍ରୀତ ବୁମ୍ରା ରହିଥିଲେ।