ଇଶାରା ଇଶାରାରେ KL ରାହୁଲ୍ ଏବଂ ରୋହିତଙ୍କ ବ୍ୟାଟିଂର ମଜାକ ଉଡ଼ାଇଲେ ଅଶ୍ୱିନ, କହିଲେ ଏମିତି...

 
Ravichandran-Ashwin on kl rahul and rohit sharma

କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ଟିମ୍ ଇଣ୍ଡିଆ ପାଇଁ ବିଶେଷ କିଛି ଖାସ୍ ହୋଇନାହିଁ। ଟିମ୍ ଇଣ୍ଡିଆ ସେମିଫାଇନାଲ ପର୍ଯ୍ୟନ୍ତ ପହଁଚିଥିଲା। କିନ୍ତୁ ସେମିଫାଇନାଲରେ ଦଳ ଇଂଲଣ୍ଡ ଠାରୁ 10 ୱିକେଟରେ ପରାସ୍ତ ହୋଇଥିଲା। ଆଉ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଟି-20 ବିଶ୍ୱକପ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। 

ଏହି ପରାଜୟ ପରେ ଉଭୟ ଭାରତୀୟ ଓପନର୍ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ବର୍ତ୍ତମାନ ଉଠୁଛି। ଗଣମାଧ୍ୟମରେ ଏମାନଙ୍କ ଖେଳକୁ ନେଇ ଆଲୋଚନା ଖୁବ୍ ଜୋରରେ ହେଉଛି। 

kl rahul and rohit

ପାୱାର୍ ପ୍ଲେ ସମୟରେ ଉଭୟ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମା ବହୁତ ଧୀରେ ଧୀରେ ବ୍ୟାଟିଂ କରୁଥିଲେ, ଯାହାର ପ୍ରଭାବ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପରେ ସ୍ପଷ୍ଟ ଦେଖାଯାଉଥିଲା। ଏହି ସମୟରେ ଆର ଅଶ୍ୱିନ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମାଙ୍କୁ ଇଶାରା ଇଶାରାରେ ଅପମାନିତ କରିଛନ୍ତି।

ଆହୁରି ପଢ଼ନ୍ତୁ : ଜାମ୍ମୁ କାଶ୍ମୀରର ଏହି ଦ୍ରୁତ ବୋଲର୍ ପକାଇଲେ 150 Kph ବେଗରେ ବଲ୍, ଉମ୍ରାନ ମଲିକଙ୍କ କ୍ୟାରିୟର ବିପଦରେ !

ରାହୁଲ ଏବଂ ରୋହିତଙ୍କ ବ୍ୟାଟିଂ ବିଷୟରେ କଣ କହିଲେ ଅଶ୍ୱିନ :

ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ବେଳେବେଳେ ଆମେ ପାୱାରପ୍ଲେରେ ମ୍ୟାଚ୍ ହରାଉଥିଲୁ। ପାୱାରପ୍ଲେ ସମୟରେ ଆମେ ପ୍ରାୟ 30 ରନ ସ୍କୋର କରୁଥିଲୁ ଯେତେବେଳେ କି ବିରୋଧୀ ଦଳ ପ୍ରାୟ 60 ରନ ସ୍କୋର କରୁଥିଲେ। ମ୍ୟାଚ୍ ସେହି ସ୍ଥାନରୁ ହିଁ ଆମେ ହାରିଗଲୁ। କିଛି ଲୋକ ହୁଏତ ଏହି ଆକଳନଗୁଡିକ ଜାଣି ନଥିବେ, କିନ୍ତୁ ଅଧିକାଂଶ ମ୍ୟାଚର ରେଜଲ୍ଟ କେବଳ ପାୱାର୍ ପ୍ଲେ ସମୟରେ ଆସିଯାଏ। ଆଉ ଆମେ ତାହା କରିବାରେ ବିଫଳ ହେଲୁ।