ମାଥ୍ୟୁ ହେଡେନ ଚୟନ କଲେ ALL TIME WORLD XI, କେବଳ ଦୁଇଜଣ ଭାରତୀୟଙ୍କୁ ଦେଲେ ସ୍ଥାନ

 
HEYDEN ALL TIME W XI

ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ମାଥ୍ୟୁ ହେଡେନ ତାଙ୍କର ସର୍ବକାଳୀନ ଦଳକୁ ଚୟନ କରିଛନ୍ତି । ଏହି ଏକାଦଶ ଖେଳିବାରେ ସେ ଭାରତୀୟ ଦଳର ବର୍ତ୍ତମାନର ଖେଳାଳିଙ୍କୁ ଅଣଦେଖା କରିଛନ୍ତି ଏବଂ କିଛି ଭେଟେରାନଙ୍କୁ ସାମିଲ କରିଛନ୍ତି । କିନ୍ତୁ, ମାଥ୍ୟୁ ହେଡେନଙ୍କ ଏହି ଦଳରେ ସେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ବିଶ୍ୱାସ କରିଛନ୍ତି ।

hayden

ଭାରତୀୟ ଦଳର ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ ଙ୍କୁ ଏହି ଏକାଦଶ ରେ ଏକ ଓପନର୍ ଭାବରେ ସୁଯୋଗ ଦେଇଛନ୍ତି । ସେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ 4 ନମ୍ବରରେ ସ୍ଥାନ ଦେଇଛନ୍ତି । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ସେ ଟିମ୍ ଇଣ୍ଡିଆର ଏହି ସର୍ବକାଳୀନ ଏକାଦଶରେ ଜଣେ ବି ଭାରତୀୟ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିନାହାଁନ୍ତି ।

ହେଡେନଙ୍କ ଅଲଟାଇମ୍ XI:

ଆଡାମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ), ବିରେନ୍ଦର ସେହୱାଗ (ଭାରତ), ରିକି ପଣ୍ଟିଙ୍ଗ (ଅଷ୍ଟ୍ରେଲିଆ), ସଚିନ ତେନ୍ଦୁଲକର (ଭାରତ), ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ), ଜ୍ୟାକ କଲିସ (ଦକ୍ଷିଣ ଆଫ୍ରିକା), ଗ୍ଲେନ ମ୍ୟାକଗ୍ରାଥ (ଅଷ୍ଟ୍ରେଲିଆ), ସେନ ୱାର୍ନ (ଅଷ୍ଟ୍ରେଲିଆ), ୱାସିମ୍ ଆକ୍ରାମ (ପାକିସ୍ଥାନ), ମୁଟିୟା ମୁରଲୀଥରଣନ୍ (ଶ୍ରୀଲଙ୍କା) ।