ଇରଫାନ ପଠାନ ଚୟନ କଲେ T20 ବିଶ୍ୱକପ ପାଇଁ ଭାରତୀୟ ଦଳ, ଭାରତର ଭବିଷ୍ୟତ ଅଧିନାୟକଙ୍କୁ କଲେ ବାହାର, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ପାଂଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ ବରାବରୀରେ ସରିଯାଇଛି । ସିରିଜର ୫ମ ମ୍ୟାଚ ବର୍ଷା ହେବା କାରଣରୁ ରଦ୍ଦ କରାଯାଇଛି। ଏହି ସବୁ ପରେ ବର୍ତ୍ତମାନ ଭାରତୀୟ ଟିମର ପୂର୍ବ ଷ୍ଟାର କ୍ରିକେଟର ଇରଫାନ ପଠାନ ଟି-୨୦ ୱାଲର୍ଡ କପ ୨୦୨୨ ପାଇଁ ନିଜର ପସନ୍ଦିତା ଭାରତୀୟ ଖେଳାଳି ବାଛିଛନ୍ତି। ଇରଫାନ ନିଜ ଟିମରେ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ଦେଇଛନ୍ତି। 

କାହାକୁ ନିଜ ଦଳରେ ସ୍ଥାନ ଦେଲେ ଇରଫାନ ପଠାନ ? 

ଚଳିତ ବର୍ଷର ଶେଷ ବେଳକୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ଖେଳାଳି ନିଜ ନିଜର ଖେଳ ପ୍ରଦର୍ଶନ ଉନ୍ନତ କରିବାରେ ଲାଗିଛନ୍ତି। ଏଥି ମଧ୍ୟରେ ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ଟି-୨୦ ବିଶ୍ୱକପ ପାଇଁ ନିଜର ଦଳ ଚୟନ କରିଛନ୍ତି। ଆଉ ଏହି ଦଳରେ ସେ ରିଷଭ ପନ୍ତଙ୍କୁ ସ୍ଥାନ ଦେଇ ନାହାନ୍ତି। ସେ ଅନୁଭବୀ ଖେଳାଳି ଦିନେଶ କାର୍ତ୍ତିକଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି।

ଇରଫାନ ପଠାନ ଷ୍ଟାରସ୍ପୋର୍ଟ ଚ୍ୟାନେଲରେ ଏକ ବାର୍ତାଳପରେ ନିଜ ଟିମ କଥା ଶେୟାର କହିଥିଲେ । କହିଥିଲେ ଅଷ୍ଟ୍ରେଲିଆରେ ପାୱାର ଷ୍ଟାର୍ଟ ର ଆବଶ୍ୟକତା ରହିଛି , କାରଣ ବଲ ସ୍ୱିଙ୍ଗ ହୁଏ । ଏଥିପାଇଁ ଏମିତି ଏକ ଖିଲାଡି ଦରକାର ଯିଏ ଆଗରୁ ସବୁ ଜାଣିଥିବ । ସେ ନିଜ ଟିମର ଶୀର୍ଷରେ ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲିକୁ ରଖିଛନ୍ତି । ଏହି କିମ୍ବଦନ୍ତୀ ଖେଳାଳି କହିଛନ୍ତି ଯଦିଓ କୋହଲି ନିଜର ଖେଳର ଭଲ ପ୍ରଦର୍ଶନ କରିପାରନ୍ତିନି କିନ୍ତୁ ସେ ଅଷ୍ଟ୍ରେଲିଆରେ କାଫି ରନ କରିଛନ୍ତି। ଏହି ଦୃଷ୍ଟିରୁ ମୁଁ ତାଙ୍କୁ ଦଳରେ ସ୍ଥାନ ଦେଇଛି।

ଇରଫାନଙ୍କ ଦଳରେ ମିଡ଼ିଲ ଅର୍ଡର ଆଉ ବୋଲର୍ ତାଲିକା : 

ଇରଫାନ ନିଜ ଦଳର ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତିକ ଏବଂ ଷ୍ଟାର ଅଲରାଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ରଖିଛନ୍ତି। ସେହିପରି ବୋଲିଂ ବିଭାଗରେ ସେ ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରାହଙ୍କୁ ବାଛିଛନ୍ତି। 

ଟି-୨୦ ବିଶ୍ୱକପ ପାଇଁ ଇରଫାନ ପଠାନଙ୍କ ଭାରତୀୟ ଏକାଦଶ ଖେଳାଳି :

କେ.ଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ) ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ,  ଯଶପ୍ରୀତ ବୁମ୍ରା।