ଅଖତର ପୁଣି ଦେଲେ ବିବାଦିତ ବୟାନ, କହିଲେ- ବିରାଟ ନିଜକୁ ବଡ଼ ଖେଳାଳି ଭାବିବା ବନ୍ଦ କରନ୍ତୁ, ମୋ ସହ ଖେଳିଥିଲେ ସେ 50 ଟି ଶତକ...

 

କ୍ରିକେଟ୍ ଖବର:  ପ୍ରତ୍ୟେକ ପ୍ରଶଂସକ କ୍ରିକେଟ୍ ଦୁନିଆରେ ଦୁଇ ପିଢ଼ି କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ଏକ ମ୍ୟାଚ୍ ଦେଖିବାର ସ୍ୱପ୍ନ ଦେଖନ୍ତି। ପ୍ରତ୍ୟେକ ପ୍ରଶଂସକ ପ୍ରଶ୍ନ କରନ୍ତି ଯେ ଯଦି ସଚିନ ତେନ୍ଦୁଲକରଙ୍କୁ ଜସପ୍ରୀତ ବୁମ୍ରାଙ୍କ ସାମ୍ନାରେ ଖେଳିବାକୁ ପଡିବ କିମ୍ବା ଶୋଏବ ଅଖତର ବିରାଟ କୋହଲିଙ୍କ ଆଗରେ ବୋଲିଂ କରିଥାନ୍ତେ ତେବେ କଣ ହୋଇଥାନ୍ତା? 

ତେବେ ଏହି ସ୍ୱପ୍ନ ଅଧିକାଂଶ ସମୟରେ ସାକାର ହେବା କଷ୍ଟକର, କିନ୍ତୁ ୧୨ ବର୍ଷ ପୂର୍ବେ ଡାମବୁଲ୍ଲା ଗ୍ରାଉଣ୍ଡରେ ଏକ ସୁଯୋଗ ଥିଲା ଯେଉଁଠାରେ ପ୍ରଶଂସକମାନେ ବିରାଟ କୋହଲି ବନାମ ଶୋଏବ ଅଖତରଙ୍କ ମ୍ୟାଚ୍ ଦେଖିବାକୁ ପାଇଥିଲେ।

୫ ବର୍ଷ ପୂର୍ବେ ଏକ ଟିଭି ଶୋ'ରେ ବିରାଟ କୋହଲି କହିଥିଲେ ଯେ ମୁଁ ଶୋଏବ ଅଖତରଙ୍କ ସାମ୍ନା କରି ନାହିଁ କିନ୍ତୁ ଯେତେବେଳେ ଆମେ ଡାମବୁଲ୍ଲା ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଖେଳିଥିଲୁ, ସେତେବେଳେ ମୁଁ ତାଙ୍କର ବୋଲିଂ ଦେଖିଥିଲି। ମୁଁ ତାଙ୍କ ବୋଲିଂକୁ ଖେଳିପାରି ନଥିଲି। ମୁଁ ଆଉଟ୍ ହୋଇଯାଇଥିଲି। କିନ୍ତୁ ଯେତେବେଳେ ମୁଁ ତାଙ୍କୁ ବୋଲିଂ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ସେ କ୍ୟାରିୟରର ଶେଷ ଦିନରେ ମଧ୍ୟ ବହୁତ ବିପଜ୍ଜନକ ଦେଖାଯାଉଛନ୍ତି। 

ବିରାଟ କୋହଲିଙ୍କ ଏହି ବିବୃତ୍ତିରେ ପାକିସ୍ତାନର ପୂର୍ବତନ ପେସର୍ ୫ ବର୍ଷ ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି, ସ୍ପୋର୍ଟସ୍କିଡା ସହିତ ଆଇପିଏଲ୍ 2022 ଉପରେ ଆଲୋଚନା ବେଳେ ଅଖତର ଦାବି କରିଛନ୍ତି ଯେ ଯଦି କୋହଲି ତାଙ୍କୁ ସାମ୍ନା କରିଥାନ୍ତେ ତେବେ ସେ ତାଙ୍କ କ୍ୟାରିୟରରେ 70 ଟି ଆନ୍ତର୍ଜାତୀୟ ଶତକ ହାସଲ କରି ନଥାନ୍ତେ। 

ଅଖତର କହିଛନ୍ତି:

"ବିରାଟ କୋହଲି ଜଣେ ବହୁତ ଭଲ ବ୍ୟକ୍ତି ଏବଂ ଜଣେ ମହାନ କ୍ରିକେଟର, ଏଭଳି ପରିସ୍ଥିତିରେ ଆପଣ ବଡ଼ ଖେଳାଳିଙ୍କ ଠାରୁ ବଡ଼ କଥା ଶୁଣିବାକୁ ଆଶା କରିପାରନ୍ତି ଏବଂ ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।  କିନ୍ତୁ ଏହା ସତ୍ୟ ଯେ ସେ ନିଜକୁ ଏତେ ବଡ଼ ଭାବନ୍ତୁ ନାହିଁ, ଯଦି ମୁଁ ବିରାଟ କୋହଲିଙ୍କ ବିପକ୍ଷରେ ଖେଳିଥାନ୍ତି, ତେବେ ସେ ଆଜି ପର୍ଯ୍ୟନ୍ତ ଯେତିକି ରନ୍ ସଂଗ୍ରହ କରିଛନ୍ତି ତାହା ମୁଁ ହେବାକୁ ଦେଇନଥାନ୍ତି । ମୋ ସହିତ ଯଦି ବିରାଟ ଖେଳିଥାନ୍ତେ ତେବେ ସେ ୫୦ ଟି ଶତକ ବି ଲଗାଇପାରିନଥାନ୍ତେ ବୋଲି ଅଖତର ପ୍ରକାଶ କରିଛନ୍ତି।"