ଅଶ୍ୱିନ୍ ଏବଂ ହରଭଜନ ମଧ୍ୟରୁ କିଏ ଅଧିକ ଘାତକ ବୋଲର ? ଗୌତମ ଗମ୍ଭୀର ଦେଲେ ଏହାର ଉତ୍ତର

 

କ୍ରିକେଟ ଖବର: କ୍ରିକେଟ୍ ଦୁନିଆରେ ଖେଳାଳିମାନଙ୍କୁ ପରସ୍ପର ସହିତ ତୁଳନା କରାଯାଏ। ଏହି ସମୟରେ ଗୌତମ ଗମ୍ଭୀର ପୂର୍ବତନ ସ୍ପିନର ହରଭଜନ ସିଂ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ତୁଳନା କରି ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଗମ୍ଭୀର ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ସର୍ବୋତ୍ତମ, ତାହା ପ୍ରକାଶ କରିଛନ୍ତି। ଭାରତୀୟ ଦଳର ବର୍ତ୍ତମାନର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ବର୍ତ୍ତମାନ ହେଡଲାଇନରେ ରହିଛନ୍ତି। ତେବେ ଆଜିର ଏହି ରିପୋର୍ଟ ଆମେ ଗୌତମ ଗମ୍ଭୀର ତୁଳନା କରିଥିବା ଏହି ଦୁଇ ଜଣ ଖେଳାଳିଙ୍କ ବିଷୟରେ ଉଲେଖ୍ୟ କରିଛୁ। ଚାଲନ୍ତୁ ପଢିବା ଅଶ୍ୱିନ୍ ଆଉ ଭଜି ଭାଇଙ୍କ ବିଷୟରେ କଣ କହିଛନ୍ତି କ୍ରିକେଟର୍ ରୁ ରାଜନେତା ହୋଇଥିବା ଖେଳାଳି ଗୌତମ ଗମ୍ଭୀର। 

ବାସ୍ତବରେ, ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳି ଟେଷ୍ଟ ଫର୍ମାଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି। ଅଶ୍ୱିନ୍ ଏବଂ ହରଭଜନଙ୍କ ମଧ୍ୟରେ କିଏ ଭଲ ଆଉ ବିପଜ୍ଜନକ ବୋଲର୍ ଏହାର ମତ ଦେଇଛନ୍ତି ଗମ୍ଭୀର। ଏହି ପୂର୍ବତନ କ୍ରିକେଟର ଏହା ଉପରେ ନିଜର ପକ୍ଷ ରଖିଛନ୍ତି। ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ଏକ ଇନିଂସରେ ୨୨୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଅଶ୍ୱିନ୍ ଚମତ୍କାର ପ୍ରଦର୍ଶନ କରି ୬ ଟି ୱିକେଟ୍ ହାସଲ କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ ସେ ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ବର୍ତ୍ତମାନ ପଛରେ ପକାଇ ଦେଇଛନ୍ତି।

ଷ୍ଟାର ସ୍ପୋର୍ଟସରେ ଏ ବିଷୟରେ କଥାବାର୍ତ୍ତା କରି ଗୌତମ ଗମ୍ଭୀର କହିଛନ୍ତି, 'ଅଶ୍ୱିନ୍ , କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହା ଏକ ପ୍ରଶଂସନୀୟ କାର୍ଯ୍ୟ।  ସେ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବାରେ ଦୁନିଆର ଦଶମ ବୋଲର ହୋଇଛନ୍ତି। ଅଶ୍ୱିନଙ୍କ ବଲକୁ ମୁଁ ବି ସାମ୍ନା କରିବାକୁ କଷ୍ଟକର ଅନୁଭବ କରୁଥିଲି। ଅଶ୍ୱିନଙ୍କ ଉନ୍ନତ ଅଫ୍ ସ୍ପିନ୍ ଏବଂ ବଲ୍ ର୍ ଗତି ପରିବର୍ତ୍ତନ କ୍ଷମତା ଅତ୍ୟନ୍ତ ପ୍ରଶଂସନୀୟ। 

ତେବେ ଏହି ସମୟ ମଧ୍ୟରେ ସେ ସ୍ବୀକାର କରିଛନ୍ତି ଯେ, ହରଭଜନଙ୍କ ବୋଲିଂ ଟିକେ ଧିମା। ସେ ବୋଲିଂ ପକାଉଥିବା ସମୟରେ ଗତିରେ ଟିକେ ପରିବର୍ତ୍ତନ ଆଣନ୍ତି। ଗମ୍ଭୀର ଏହା ମଧ୍ୟ କହିଛନ୍ତି ଯେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସେ ଆର ଅଶ୍ୱିନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପସନ୍ଦ କରିବେ ନାହିଁ। ସେ ଅଶ୍ୱନିଙ୍କ ବଲ୍ ଖେଳିବାକୁ ପ୍ରାୟତ ଭୟଭୀତ ହେବେ।କିନ୍ତୁ, ହରଭଜନ ସିଂ ବୋଲିଂ ଦେଖିବାକୁ ସେ ପସନ୍ଦ କରନ୍ତି। ସେ କହିଥିଲେ ଯେ ଏହାର ଅର୍ଥ ହେଉଛି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବାରୁ ମୁଁ ସର୍ବଦା ବିଶ୍ୱାସ କରେ ଯେ, ମୋତେ ଅଶ୍ୱନି ବହୁତ ଶୀଘ୍ର ଆଉଟ୍ କରିପାରିବେ। ତେବେ ପରୋକ୍ଷରେ ଗୌତମ ଗମ୍ଭୀର ଏହି ଦୁଇ ଜଣ ବୋଲରଙ୍କ ତୁଳନାରେ ଅଶ୍ୱିନଙ୍କୁ ଅଧିକ ବିପଦଜନକ ବୋଲର୍ ବୋଲି କହିଛନ୍ତି।