ICC ଅନୁସାରେ କ୍ରିକେଟ ଇତିହାସରେ ଏହି 4ଟି ଯୋଡି ହେଉଛନ୍ତି ସର୍ବଶ୍ରେଷ୍ଠ, ଭାରତର 4ଜଣ ଖେଳାଳି ସାମିଲ

 

କ୍ରିକେଟ୍ ଖବର : ଏକଦିବସୀୟ କ୍ରିକେଟରେ ଅଧିକାଂଶ ପ୍ରସିଦ୍ଧ ବ୍ୟାଟିଂ ଯୋଡିଙ୍କ ମିଶ୍ରଣ ରାଇଟ ହ୍ୟାଣ୍ଡ ଏବଂ ଲେଫ୍ଟ ହ୍ୟାଣ୍ଡ ରହିଆସିଛି, ଯାହା ବୋଲରମାନଙ୍କୁ ସେମାନଙ୍କ ବୋଲିଂ ଲାଇନକୁ ଦ୍ଵନ୍ଦରେ ପକାଇଥାଏ। ଏକାସାଙ୍ଗରେ, ଏପରି କିଛି ବ୍ୟାଟିଂ ଯୋଡି ଅତୀତରେ ଥିଲେ ଯେଉଁମାନେ କି ସମାନ ପାର୍ଶ୍ଵରେ ବ୍ୟାଟିଂ କରି ବୋଲରଙ୍କୁ ଦ୍ଵନ୍ଦରେ ପକାଇଛନ୍ତି। ତେବେ ଚାଲନ୍ତୁ ଜାଣିବା ସେମାନଙ୍କର ବିଷୟରେ...

୪) ଆଦାମ ଗିଲକ୍ରିଷ୍ଟ ଏବଂ ମାଥ୍ୟୁ ହେଡେନ:

ଆଦାମ ଗିଲକ୍ରିଷ୍ଟ ଏବଂ ମାଥ୍ୟୁ ହେଡେନଙ୍କ ଯୋଡି କ୍ରିକେଟ୍ ଦୁନିଆରେ ସବୁଠୁ ଶ୍ରେଷ୍ଠ। ଏହି ଅଷ୍ଟ୍ରେଲୀୟ ଯୋଡି କ୍ରିକେଟ୍ ଦୁନିଆର ସବୁଠାରୁ ବିପଜ୍ଜନକ ଯୋଡି ମଧ୍ୟରୁ ଅନ୍ୟତମ। ଏହି ଦୁଇ ଖେଳାଳି ଏକା ସଙ୍ଗରେ କ୍ରିଜରେ ଏକତ୍ର ଖେଳୁଥିବା ବେଳେ ବହୁତ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିଲେ। ଆଉ ଯାହା ବୋଲରମାନଙ୍କ ପାଇଁ ଅସୁବିଧାର କାରଣ ଥିଲା। ଗିଲକ୍ରିଷ୍ଟ ଏବଂ ହେଡେନ ଅଷ୍ଟ୍ରେଲିଆ ପାଇଁ ବ୍ୟାଟିଂ ଆରମ୍ଭ କରି 16ଟି ଶତକୀୟ ଭାଗିଦାରୀ ରନ କରିଥିଲେ।  ଏହି ସହଭାଗୀତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଥିଲା 105 ରନର, ଯାହା 2003 ବିଶ୍ୱକପ୍ ଫାଇନାଲରେ ଭାରତ ବିପକ୍ଷରେ ତିଆରି ହୋଇଥିଲା। କେବଳ 8 ବର୍ଷ ଧରି ଏକାଠି ବ୍ୟାଟିଂ କରିଥିବା ଗିଲକ୍ରିଷ୍ଟ ଏବଂ ହେଡେନ ହାରାହାରି 47.44 ରେ 117 ଇନିଂସରେ 5409 ରନ୍ ଦଳ ପାଇଁ ଯୋଡିଥିଲେ।

୩) କୁମାର ସାଙ୍ଗାକାରା- ମହେଲା ଜୟୱାର୍ଡେନ:

କୁମାର ସାଙ୍ଗାକାରା ଏବଂ ମହେଲା ଜୟୱାର୍ଡେନଙ୍କ ଯୋଡି ଅନ୍ୟ ବ୍ୟାଟିଂ ଯୋଡିଠାରୁ ସାମାନ୍ୟ ଭିନ୍ନ ଥିଲା।  ତାଙ୍କର ବ୍ୟାଟିଂ କୌଶଳ ଉପରେ ଅଧିକ ନିର୍ଭରଥିଲା। ଏହି ଯୋଡି ପ୍ରାୟତଃ ପାରମ୍ପାରିକ ସଟରେ ବିଶ୍ୱାସ କରୁଥିଲେ ଏବଂ କ୍ରିକେଟ୍ ପ୍ରେମୀଙ୍କୁ ସେମାନଙ୍କର ପାରମ୍ପାରିକ ଖେଳ ସହିତ ପ୍ରଭାବିତ କରିଥିଲେ। ଏହି ଯୋଡି ହାରାହାରି 41.61 ରେ 151 ଇନିଂସରେ 5992 ରନ୍ ଦଳରେ ଯୋଡିଥିଲେ, ଯେଉଁଥିରେ 15ଟି ଶତକ ଭାଗିଦାରୀ ଅନ୍ତର୍ଭୁକ୍ତ ହୋଇଥିଲା।

୨) ବିରାଟ କୋହଲି-ରୋହିତ ଶର୍ମା: 

ଆଇସିସି ର଼୍ୟାଙ୍କିଙ୍ଗରେ ବିରାଟ କୋହଲି ଏବଂ ରୋହିତ ଶର୍ମା ବର୍ତ୍ତମାନ ଯଥାକ୍ରମେ ୧ ଓ ୨ ନମ୍ବର ସ୍ଥାନରେ ଅଛନ୍ତି।  ଏକାଠି ବ୍ୟାଟିଂ କରି ସେମାନେ ହାରାହାରି 64.06 ରେ 17 ଟି ଶତକ ସହଭାଗୀତା ସହିତ 79 ଇନିଂସରେ 4741 ରନ୍ ଦଳରେ ଯୋଡିଛନ୍ତି। ସେମାନଙ୍କର ସବୁଠାରୁ ବଡ ଭାଗିଦାରୀ ହେଉଛି 246 ରନ୍, ଯାହା ସେମାନେ ଗତ ବର୍ଷ ଗୁଆହାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିଲେ।

୧) ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି:

1992 ମସିହାରେ ପ୍ରଥମ ଥର ପାଇଁ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲି ଏକାଠି ବ୍ୟାଟିଂ କରିଥିଲେ।  ଏହି ଯୋଡି ହାରାହାରି 47.55 ରେ 176 ଇନିଂସରେ 8227 ରନ୍ ଦଳରେ ଯୋଡିଥିଲେ। ସେମାନଙ୍କ ମଧ୍ୟରେ 26ଟି ଶତକ ଏବଂ 29 ଟି ଅର୍ଦ୍ଧଶତକର ସହଭାଗୀତା ରହିଛି।  2001 ରେ କେନିଆ ବିପକ୍ଷରେ 258 ରନ୍ ରେକର୍ଡ ଭାଗିଦାରୀରେ ତେନ୍ଦୁଲକର ଏବଂ ଗାଙ୍ଗୁଲିଙ୍କ ନାମରେ ରହିଛି।