ଏହି 5 ଜଣ ସ୍ପିନ ବୋଲର୍ ହଠାତ ମ୍ୟାଚ ମଝିରେ ଦ୍ରୁତ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ, ଦେଖନ୍ତୁ ଲିଷ୍ଟ

 
Top spin bowler

କ୍ରିକେଟ୍ ଖବର : କ୍ରିକେଟ୍ ରେ ଦ୍ରୁତ ବୋଲରଙ୍କ ଇତିହାସ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି, କିନ୍ତୁ ଏପରି କିଛି ଘଟଣା ଘଟିଛି ଯେଉଁଠାରେ ସ୍ପିନ୍ ବୋଲରମାନେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଜି ଆମେ କ୍ରିକେଟର ଏପରି କିଛି ସ୍ପିନ୍ ବୋଲରଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ କ୍ୟାରିଅର୍ ସମୟରେ ଦ୍ରୁତତମ ବଲ୍ ବୋଲିଂ କରିଛନ୍ତି।

୧) କ୍ରୁନାଲ୍ ପାଣ୍ଡ୍ୟା : 

Kurnal pandya

ଦ୍ରୁତତମ ବଲ୍ ଫିଙ୍ଗିଥିବା ସ୍ପିନ୍ ବୋଲରଙ୍କ ତାଲିକାରେ ଟିମ୍ ଇଣ୍ଡିଆର ଏହି ତାରକା ଅଲରାଉଣ୍ଡରଙ୍କ ନାମ ଅନ୍ତର୍ଭୁକ୍ତ।  ଆଇପିଏଲ୍ ୨୦୨୦ ରେ ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମାର୍କସ୍ ଷ୍ଟୋଇନିସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଏହି ସ୍ପିନ ବୋଲର୍ ଦ୍ରୁତତମ ବଲ୍ ବୋଲିଂ କରିଥିଲେ। କ୍ରୁନାଲ୍ ବଲକୁ ଘଣ୍ଟାପ୍ରତି ୧୧୨.୫ ବେଗରେ ପକାଇଥିଲେ। ଆଉ ଏହି ବଲ୍ ପଡ଼ିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

୨) ପୀୟୁଷ ଚାୱଲା : 

କ୍ରିକେଟର ସଫଳ ବୋଲରମାନଙ୍କ ମଧ୍ୟରୁ ପୀୟୁଷ ଚାୱଲାଙ୍କୁ ବିବେଚନା କରାଯାଏ। ଚଳିତ ବର୍ଷ ଆଇପିଏଲ ନିଲାମ ସମୟରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନାହାନ୍ତି ସତ। କିନ୍ତୁ ସେ ମଧ୍ୟ ୧୪ ବର୍ଷର କ୍ରିକେଟ୍ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଆଇପିଏଲ୍ ମ୍ୟାଚ୍ ସମୟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ କିଙ୍ଗସ୍ ଏକାଦଶ ପଞ୍ଜାବର ଏହି ସ୍ପିନର ଘଣ୍ଟାପ୍ରତି ୧୧୭ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

୩) ଅନିଲ କୁମ୍ବଲେ :

ଟିମ୍ ଇଣ୍ଡିଆର ଶ୍ରେଷ୍ଠ ସ୍ପିନ୍ ବୋଲର ଅନିଲ କୁମ୍ବଲେ ମଧ୍ୟ ବୋଲିଂ କରୁଥିବାବେଳେ ଦ୍ରୁତ ବୋଲିଂ କରିଥିବା ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଦିନିକିଆରେ ସେ ୧୧୮ କିଲୋମିଟର ବେଗରେ ଇଂଲଣ୍ଡ ବିପକ୍ଷରେ ବ୍ୟାଟ୍ସମ୍ୟାନ୍ ମାର୍କସ ଟ୍ରେସ୍କୋଥିକଙ୍କୁ ଆଉଟ୍ କରି କୁମ୍ବଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ତେବେ କୁମ୍ବଲେଙ୍କ ବିଷୟରେ କହିବାକୁ ଗଲେ, ସେ ନିୟମିତ ଭାବରେ ୧୦୦ କିଲୋମିଟର ବେଗରେ ନିଜର ବୋଲିଂ କରୁଥିଲେ। 

୪) ଶାଦବ ଖାନ :

ଆଇସିସି ଦିନିକିଆ ବିଶ୍ୱକପ ୨୦୧୯ ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ସ୍ପିନ ବୋଲର୍ ଶାଦବ ଖାନ ଘଣ୍ଟାପ୍ରତି ୧୧୧ କିଲୋମିଟର ବେଗରେ ବୋଲିଂ କରିଥିଲେ। ସେ ଇଂଲଣ୍ଡର ଜୋ ରୁଟଙ୍କୁ ଏହି ବୋଲିଂ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

୫) ଶାହିଦ ଆଫ୍ରିଦି :

ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ନାମ ମଧ୍ୟ ରହିଛି। ଯିଏ ସ୍ପିନ୍ ବୋଲିଂ କରି ଦ୍ରୁତତମ ବୋଲିଂ କରିଛନ୍ତି।  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ସମୟରେ ଶାହିଦ ଆଫ୍ରିଦି ଟିମ୍ ସାଉଥୀଙ୍କୁ ଘଣ୍ଟାପ୍ରତି ୧୩୪ କିଲୋମିଟର ବେଗରେ ବୋଲିଂ କରି ପଡ଼ିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ତେବେ ଶାହିଦ ସର୍ବଦା ଘଣ୍ଟାପ୍ରତି ୧୩୦ କିମିରେ ବୋଲିଂ କରିଥାନ୍ତି।