କେବଳ ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଭୟ କରୁଥିଲେ ବ୍ରେଟ୍-ଲି, ଅଖତରଙ୍କ ସହ ବାର୍ତ୍ତା ବେଳେ କଲେ ବଡ଼ ଖୁଲାସା

 

କ୍ରିକେଟ ଖବର : କ୍ରିକେଟ୍ ଇତିହାସର ଦ୍ରୁତତମ ତଥା ଘାତକ ବୋଲରଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଅନ୍ୟତମ। ବ୍ରେଟ୍ ଲି ତାଙ୍କର ପ୍ରଖର ବୋଲିଂ ସହିତ ଅନେକ ବ୍ୟାଟ୍ସମ୍ୟାନଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ବ୍ରେଟ୍ ଲି', ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଡରୁଥିଲେ। ଆଉ ନିଜେ ବ୍ରେଟ୍ ଲି' ଏହି କଥା କହିଛନ୍ତି।

କେଉଁ ଖେଳାଳିଙ୍କ ସମ୍ମୁଖରେ ବ୍ରେଟ୍ ଲି'ଙ୍କ ପାଇଁ ବୋଲିଂ କରିବା କଷ୍ଟସାଧ୍ୟ ଥିଲା, ସେ ନିଜେ ପ୍ରକାଶ କରିଛନ୍ତି ଏବଂ ବୋଲିଂ କରିବାକୁ ପସନ୍ଦ କରୁନଥିବା ବ୍ୟାଟ୍ସମ୍ୟାନ୍ଙ୍କ ନାମ କହିଛନ୍ତି। ତେବେ ବ୍ରେଟ୍ ଲି' କହିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର।

ସଚିନଙ୍କୁ ବ୍ରେଟ୍ ଲି ବୋଲିଂ କରିବାକୁ ପସନ୍ଦ କରୁନଥିଲେ।ବ୍ରେଟ୍ ଲି କହିଛନ୍ତି ଯେ ତାଙ୍କ କ୍ୟାରିୟରର ସବୁଠାରୁ କଷ୍ଟସାଧ୍ୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ସଚିନ୍ ତେନ୍ଦୁଲକର। 

ବ୍ରେଟ୍ ଲି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଏକ ସୋ ରିଭାଲ୍ସ ୟୁନାଇଟେଡ୍ ରେ ପାକିସ୍ତାନର ପୁର୍ବତନ ଖେଳାଳି ଶୋଏବ ଅଖତରଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ ସଚିନଙ୍କୁ ବୋଲିଂ କରିବା ସମୟରେ ମୋତେ ଭାରି ଡର ଲାଗୁଥିଲା।

ସଚିନଙ୍କର ବ୍ୟାଟିଂ କୌଶଳ ବହୁତ ଶକ୍ତିଶାଳୀ ଥିବାରୁ ସେ ସଚିନ ତେନ୍ଦୁଲକରଙ୍କ ଆଗରେ ବୋଲିଂ କରିବାକୁ ପଛାଉଥିଲେ।  ଯେତେବେଳେ ଅଖତର ଶୋ’ରେ ବ୍ରେଟ ଲିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, ସେ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଡରୁଥିଲେ ? ଏହାର ଉତ୍ତରରେ ବ୍ରେଟ୍ ଲି ସଚିନଙ୍କ ନାମ ନେଇଥିଲେ।