ଟେଷ୍ଟ କ୍ରିକେଟରେ ୧୯୯ ସ୍କୋରରେ ଆଉଟ ହୋଇଛନ୍ତି ଏହି ସବୁ ଖେଳାଳି, ଲିଷ୍ଟରେ ଅଛନ୍ତି ଦୁଇ ଜଣ ଭାରତୀୟ

 

କ୍ରିକେଟ ଖବର : ୧୫ ମଇ ଶ୍ରୀଲଙ୍କା ଓ ବାଙ୍ଗଲାଦେଶ ମଧ୍ୟରେ ଚଟୋଗ୍ରାମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ମଧ୍ୟକ୍ରମ ବ୍ୟାଟସମ୍ୟାନ ଏଂଜେଲୋ ମାଥ୍ୟୁଜ ୧୯୯ ସ୍କୋରରେ ଆଉଟ ହୋଇଯାଇଥିଲେ । ତେବେ ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ନୁହେଁ ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ୧୯୯ ସ୍କୋରରେ ଆଉଟ୍ ହୋଇଛନ୍ତି। ମାଥ୍ୟୁଜ ଙ୍କ ବ୍ୟତୀତ ୧୧ ଜଣ ବ୍ୟାଟସମ୍ୟାନ ଯେଉଁମାନେ ଏହି ସ୍କୋରରେ ଆଉଟ ହୋଇଛନ୍ତି।

ଟେଷ୍ଟ କ୍ରିକେଟରେ ଦ୍ୱିଶତକ କିମ୍ବା ତ୍ରିଶତକ ସ୍କୋର କରିବା ପ୍ରତ୍ୟେକ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଏଭଳି ପରିସ୍ଥିତିରେ, ଯଦି ଏହି ସ୍ୱପ୍ନ ମାତ୍ର ୧ ରନ୍ ଦ୍ୱାରା ପୁରୁଣା ନ ହୋଇପାରେ, ତେବେ ସେହି ବ୍ୟାଟ୍ସମ୍ୟାନ କେତେ ଅଧିକ ଆଘାତ ପାଇବେ, ତାହା ଅକଳ୍ପନୀୟ। ସୂଚନାଯୋଗ୍ୟ ଯେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ କ୍ରୋ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ କ୍ରିକେଟରେ ୨୯୯ ସ୍କୋରରେ ଆଉଟ୍ ହୋଇଛନ୍ତି। 

ଏହା ବ୍ୟତୀତ ପାକିସ୍ତାନର ମୁଦାସର ନାଜର ଦୁନିଆର ଏକମାତ୍ର ଖେଳାଳି ଯିଏକି ୧୯୯ ସ୍କୋରର ଆଉଟ୍ ହୋଇଥିଲେ। ୧୯୮୬ ମସିହାର କାନପୁରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଖେଳାଳି ମହମ୍ମଦ ଅଜହରୁଦ୍ଦିନ ୧୯୯ ରନରେ ଆଉଟ୍ ହୋଇଥିଲେ।

ଟେଷ୍ଟ କ୍ରିକେଟରେ ୧୯୯ ରନରେ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକା:

ମୁଦସର ନଜର, ମହମ୍ମଦ ଅଜହରୁଦ୍ଦିନ, ମେଥ୍ୟୁ ଇଲିୟାର୍ଟ, ସନଥ ଜୟସୁର୍ଯ୍ୟା, ଷ୍ଟିୱ ୱାଁ, ୟୁନୁସ ଖାନ, ଇୟାନ ବେଲ, ଷ୍ଟିୱ ଷ୍ମିଥ, କେଏଲ ରାହୁଲ, ଡିନ ଏଲଗର, ଫାଫ ଡୁ ପ୍ଲେସି, ଏଞ୍ଜେଲା ମେଥ୍ୟୁଜ।