ବିରାଟଙ୍କ ପରେ ଧୋନି ହେଲେ ଦ୍ଵିତୀୟ କ୍ରିକେଟର ଯାହାର 40 ମିଲିୟନ ଇନଷ୍ଟାଗ୍ରାମ ଫର୍ଲୋସ୍, ଦେଖନ୍ତୁ କାହାର ଅଛି ଅଧିକ ଫର୍ଲୋସ୍

 
most folloers on instagram

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ଏମ୍.ଏସ୍ ଧୋନି ସୋସିଆଲ୍ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ 40 ମିଲିୟନ ଫର୍ଲୋସ୍ ଅତିକ୍ରମ କରିଛନ୍ତି। ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଶୁକ୍ରବାର ଦିନ 40 ମିଲିୟନ ଇନଷ୍ଟା ଫର୍ଲୋସ୍ କ୍ଲବରେ ପ୍ରବେଶ କରିଛନ୍ତି। ଏହା ସହ ଇନଷ୍ଟାଗ୍ରାମରେ ଅତ୍ୟଧିକ ଫର୍ଲୋସ୍ ଥିବା ଦ୍ୱିତୀୟ କ୍ରିକେଟର ହୋଇଛନ୍ତି ଧୋନି। ଆଉ ପ୍ରଥମ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ବିରାଟଙ୍କ ଇନଷ୍ଟାଗ୍ରାମରେ ଫର୍ଲୋସ୍ ସଂଖ୍ୟା 224 ମିଲିୟନ। 

ଧୋନିଙ୍କ ବ୍ୟତୀତ ଅନ୍ୟ କ୍ରିକେଟର ଅଛନ୍ତି, ଯେଉଁମାନଙ୍କର ସୋସିଆଲ ମିଡିଆ ଆପରେ ଏକ ବଡ଼ ପ୍ରଶଂସକ ଅଛନ୍ତି। 2022 ରେ ଇନଷ୍ଟାଗ୍ରାମରେ ସର୍ବାଧିକ ଫର୍ଲୋସ୍ ଥିବା 5 ଜଣ କ୍ରିକେଟ୍ ଖେଳାଳିଙ୍କ ବିଷୟରେ ଚାଲନ୍ତୁ ଜାଣିବା..

ଆହୁରି ପଢ଼ନ୍ତୁ : ଏହି ଖେଳାଳିଙ୍କୁ CSK ବାହାର କରିଥିଲେ ଧୋନି, ବର୍ତ୍ତମାନ IPL 2023 ର ସେ ସବୁଠାରୁ ମହଙ୍ଗା ଖେଳାଳି ହୋଇ ପାରନ୍ତି

ଟପ୍ 5 କ୍ରିକେଟର ଯେଉଁମାନଙ୍କର ରହିଛି ଅଧିକ ଇନଷ୍ଟାଗ୍ରାମରେ ଫର୍ଲୋସ୍ :

1) ବିରାଟ କୋହଲି :

kohli instagram folloers

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି, ଆଜିର ଯୁବ ପିଢ଼ିର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଏବଂ ବିଶ୍ୱରେ ତାଙ୍କର ପ୍ରଶଂସକ ସଂଖ୍ୟା ସବୁଠୁ ଅଧିକ। 224 ମିଲିୟନ ଇନଷ୍ଟାଗ୍ରାମରେ ଫର୍ଲୋସ୍ ରହିଛି ବିରାଟଙ୍କର। କିଙ୍ଗ୍ କୋହଲି କ୍ରିକେଟରେ ଶ୍ରେଷ୍ଠ ହେବା ବ୍ୟତୀତ ସୋସିଆଲ ମିଡିଆରେ ନିଜ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ ଦିଅନ୍ତି।

2) ମହେନ୍ଦ୍ର ସିଂ ଧୋନି :

ବହୁ ବର୍ଷ ଧରି ଭାରତର ପ୍ରେରଣାଦାୟୀ ଖେଳାଳି ତଥା କ୍ୟାପଟେନ୍ କୁଲ୍ ଏମଏସ ଧୋନି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ବିରାଟ କୋହଲିଙ୍କଠାରୁ ବହୁତ ଦୂରରେ ଅଛନ୍ତି, କିନ୍ତୁ ସେ ନିକଟରେ 40 ମିଲିୟନ ଇନଷ୍ଟା ଫର୍ଲୋସ୍ କ୍ଲବରେ ପ୍ରବେଶ କରିଛନ୍ତି। ସେ 2020 ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, ତଥାପି ସେ 2023 ପର୍ଯ୍ୟନ୍ତ ଆଇପିଏଲରେ ଖେଳିବା ଜାରି ରଖିବେ ବୋଲି ଆଲୋଚନା ହେଉଛି।

3) ସଚିନ୍ ତେନ୍ଦୁଲକର୍ :

ସଚିନ ତେନ୍ଦୁଲକର ହୁଏତ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ତାଙ୍କ ପାଖରେ ବି ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି। ସଚିନଙ୍କ ଇନଷ୍ଟାଗ୍ରାମରେ 37.1 ମିଲିୟନ ଫର୍ଲୋସ୍ ଅଛନ୍ତି। 

ଆହୁରି ପଢ଼ନ୍ତୁ : 23 ବର୍ଷୀୟ ଶୁଭମାନ ଗିଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କଲେ, ସଚିନ-ସେହୱାଗଙ୍କ ରେକର୍ଡ ଏକାଠି ଭାଙ୍ଗିଲେ

4) ରୋହିତ ଶର୍ମା :

ଏହି ନୂତନ ଭାରତୀୟ ଅଧିନାୟକଙ୍କୁ ବିରାଟ କୋହଲିଙ୍କ ଇନଷ୍ଟା ଫର୍ଲୋସଙ୍କ ନିକଟତର ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କାରଣ ରୋହିତଙ୍କୁ 25.8 ମିଲିୟନ ୟୁଜର୍ ଇନଷ୍ଟା ଫଲୋ କରୁଛନ୍ତି। ବର୍ତ୍ତମାନ ରୋହିତ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ସେ ଆଇସିସି 2023 ଦିନିକିଆ ବିଶ୍ୱକପ ପରେ ନିଜର ଅବସର ବି ଘୋଷଣା କରି ପାରନ୍ତି ବୋଲି ଆଲୋଚନା ହେଉଛି। 

5) ହାର୍ଦ୍ଦିକ ପାଣ୍ଡ୍ୟା :

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ହେଉଛି ମାତ୍ର 6 ବର୍ଷର। ଏହି ଛଅ ବର୍ଷର କ୍ୟାରିୟରରେ ସେ ଅନେକ ଉଥାନ ପତନ ଦେଖିଛନ୍ତି। ସେ ନିଜର ଖେଳ ଯାଦୁରେ ସଭିଙ୍କୁ ପ୍ରଭାବିତ କରିଛନ୍ତି। ହାର୍ଦ୍ଦିକଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ବିଭିନ୍ନ ପାରିବାରିକ ପୋଷ୍ଟିଂ, ଟ୍ରେନିଂ ଫଟୋଗ୍ରାଫ ଏବଂ ଭିଡିଓ, ଏଣ୍ଡୋର୍ସମେଣ୍ଟ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଅନ୍ତର୍ଭୁକ୍ତ ଯାହାକି ବହୁ ଧ୍ୟାନ ଆକର୍ଷଣ କରିଥାଏ।  ଫଳସ୍ୱରୂପ, ତାଙ୍କର 24.3 ମିଲିୟନ ଇନଷ୍ଟାଗ୍ରାମ ଫର୍ଲୋସ୍ ଅଛନ୍ତି।