କ୍ରିକେଟ ଇତିହାସର ଟପ୍ 5ଟି ମହାନ ରେକର୍ଡ, ଯାହା ଗିନିଜ ବୁକ ଅଫ ରେକର୍ଡରେ ପାଇଛି ସ୍ଥାନ, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ଗିନିଜ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାପିତ କରିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ ଏକରୁ ଅଧିକ ରେକର୍ଡ ସୃଷ୍ଟି ହୋଇଛି, ଆଜି ଆମେ ଆପଣଙ୍କୁ ଏପରି କିଛି ରେକର୍ଡ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଅନନ୍ୟ ନୁହେଁ ବରଂ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। 

1) ବିଶ୍ୱର ସବୁଠାରୁ ମହଙ୍ଗା ବ୍ୟାଟ :

2011 ମସିହାରେ ଲଣ୍ଡନରେ ହୋଇଥିବା ଏକ ନିଲାମୀ ସମୟରେ ପୂର୍ବତନ ଭାରତୀୟ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟ ୧୦ଲକ୍ଷରେ ବିକ୍ରି ହୋଇଥିଲା । ଏହାକୁ ଗ୍ଲୋବାଲ ଶେୟାର ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ଼ ଇଣ୍ଡିଆ ନାମକ କମ୍ପାନୀ କିଣିଥିଲା। ସେହି ବ୍ୟାଟରେ ହିଁ ଧୋନି 2011 ଆଇସିସି ଦିନିକିଆ ବିଶ୍ୱକପରେ ଭାରତକୁ ବିଜୟୀ କରିଥିଲେ। 

2) ମହଙ୍ଗା କ୍ୟାପ : 

ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କ ବେଗୀ ଗ୍ରୀନ କ୍ୟାପ କ୍ରିକେଟ ଇତିହାସର ସବୁଠାରୁ ମହଙ୍ଗା କ୍ୟାପ ଅଟେ। ଏହି କ୍ୟାପ ୫ କୋଟିରେ ବିକ୍ରି ହୋଇଥିଲା ।

3) ଦିନିକିଆ ମ୍ୟାଚରେ ୧୦ ୱିକେଟ ନେଇଥିବା ପ୍ରଥମ ବୋଲର :

ଅର୍ନ୍ତରାଷ୍ଟ୍ରୀୟ ODI କ୍ରିକେଟ ମ୍ୟାଚର ଗୋଟିଏ ମ୍ୟାଚରେ ୧୦ ୱିକେଟ ନେବାର ରେକର୍ଡ ମହମ୍ମଦ ଆଲମଙ୍କ ନାମରେ ରହିଥିଲା । ସେ ୨୦୦୬ରେ ଆଇସିସି ୱାଲର୍ଡ କ୍ରିକେଟ ଲିଗ୍ ଟେବଲ ଡିଭିଜନ ମୋଜାବିକ ବିପକ୍ଷରେ ଏହି ରେକର୍ଡ କରିଥିଲେ ।

4)କ୍ରିକେଟ୍ ଖେଳିଥିବା ସବୁଠାରୁ ବୟଜ୍ଯେଷ୍ଠ ଖେଳାଳି :

ମୁମ୍ବାଇର ରାଜ୍ୟପାଳ ରାଜ ମହାରାଜ ସିଂ ପ୍ରଥମ ଶ୍ରେଣୀ କ୍ରିକେଟର ସର୍ବ ପୁରାତନ ଖେଳାଳି ଥିଲେ, ମହାରାଜ ସିଂ 25 ନଭେମ୍ବର 1950 ରେ ମୁମ୍ବାଇରେ ଏକ ମ୍ୟାଚ୍ ଖେଳିଥିଲେ, ଯେତେବେଳେ ତାଙ୍କୁ 72 ବର୍ଷ 152 ଦିନ ହୋଇଥିଲା, ସେ ଏହି ମ୍ୟାଚରେ 4 ରନ୍ ସଂଗ୍ରହ କରିଥିଲେ।

5) ଅଧିନାୟକ ଭାବରେ 100 ଟି ମ୍ୟାଚ୍ ଖେଳିଥିବା ଖେଳାଳି : 

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ, ଗ୍ରିମ୍ ସ୍ମିଥ୍ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର ଯିଏକି ଅଧିନାୟକ ଭାବରେ 100ଟି ମ୍ୟାଚ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ସର୍ବକନିଷ୍ଠ ଖେଳାଳି ମଧ୍ୟ ରହିଛନ୍ତି, ସେ ତାଙ୍କ ନାମରେ ଏହି ରେକର୍ଡ ବି ରହିଛି।