ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ମଧ୍ୟ କୈଫ ଙ୍କ ଧର୍ଯ୍ୟପୂର୍ଣ ବ୍ୟାଟିଂ ଓ ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଫଳରେ ହାରିଲା ଶ୍ରୀଲଙ୍କା ଲିଜେଣ୍ଡ୍‌ସ..

ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ୍ ଏହାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ରୋଡ୍ ସେଫ୍ଟି କୁ ନେଇ ଜନସାଧାରଣ ମଧ୍ୟରେ ଜାଗୃତ ସୃଷ୍ଟି କରିବା ବା ସଚେତନ କରିବା ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ୭ ଉଇକେଟରେ ବ୍ରାଏନ ଲାରାଙ୍କ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସକୁ ପରାସ୍ତ କରିଥିଲା …
 

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ ଏହାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ରୋଡ୍‌ ସେଫ୍ଟି କୁ ନେଇ ଜନସାଧାରଣ ମଧ୍ୟରେ ଜାଗୃତ ସୃଷ୍ଟି କରିବା ବା ସଚେତନ କରିବା ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ୭ ଉଇକେଟରେ ବ୍ରାଏନ ଲାରାଙ୍କ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସକୁ ପରାସ୍ତ କରିଥିଲା ।

ବର୍ତମାନ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ ରେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଏହି ମ୍ୟାଚ ରେ ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ କୈଫ ୪୬ ରନ୍‌ ଫଳରେ ୧୮.୪ ଓଭରରେ ୫ ଉଇକେଟ ହରେଇ ଲକ୍ଷ ହାସଲ କରିନେଇଥିଲା ।

ଶ୍ରୀଲଙ୍କା ଲିଜେଣ୍ଡ୍‌ସ ନିର୍ଧାରିତ ୨୦ ଓଭରରେ ୮ ଉଇକେଟ ହରେଇ ୧୩୮ରନ୍‌ କରିଥିଲା, ତିଲକରତ୍ନେ ଦିଲଶାନ ୨୩, ଚମାରା କାପୁଗେଦରା ୨୩, ରମେଶ କାଲୁଓ୍ବିଥରାନା ୨୧ ରଂ କରିଥିଲେ ଜବାବରେ ଇଣ୍ଡିଆ ଲିଜେଣ୍ଡ୍ସ ୫ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୯ ରନ୍‌ କରିଥିଲା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସ ଏହି ମ୍ୟାଚ କୁ ଜିତିନେଇଥିଲା ।