ଏତେ ବର୍ଷ ପରେ ମୁହଁ ଖୋଲିଲେ ମିସବାହ-ଉଲ-ହକ, କହିଲେ ମୋର ଏହି ଭୁଲ୍ ଯୋଗୁଁ ଭାରତ ଜିତିଥିଲା ଟି-୨୦ ବିଶ୍ୱକପ, ନହେଲେ ଆମେ...

 
କ୍ରିକେଟ ଖବର : ମିସବା-ଉଲ-ହକ ପୁରା ୧୪ ବର୍ଷ ପରେ ୨୦୦୭ ମସିହାରେ ଆଇସିସି ଟି-୨୦ ବିଶ୍ୱକପରେ କରିଥିବା ଭୁଲକୁ ସ୍ୱୀକାର କରିଛନ୍ତି। ଆଉ ସେ ଦାବି କରିଛନ୍ତି ଯେ, ତାଙ୍କର ଏହି ଭୁଲ୍ ଯୋଗୁଁ ଭାରତ ୨୦୦୭ ମସିହାର ଟି-୨୦ ବିଶ୍ୱକପ ଜିତିଥିଲା। ନିଜ ଭୁଲକୁ ସ୍ୱୀକାର କରି ସେ କହିଛନ୍ତି ଯେ , ସେ ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା କାରଣରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ବାଜିମାରି ନେଲା। ନତୁବା ଆମେ ବିଜୟୀ ହୋଇଥାନ୍ତୁ। 

ସେ କହିଛନ୍ତି ଯେ, ୨୦୦୭ ମସିହାର ଆଇସିସି ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ମୁଁ ଏକ ବଡ଼ ଭୁଲ୍ ଶର୍ଟ ଖେଳିଥିଲି। ଏହି ଶର୍ଟଟି ମୁଁ ବହୁତ ଆତ୍ମବିଶ୍ବାସୀ ହୋଇ ଖେଳିଥିଲି। ଯେଉଁ କାରଣରୁ ମୁଁ ଆଉଟ୍ ହୋଇଗଲି। ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ପାକିସ୍ତାନ ଦଳ ଯେତେବେଳେ ଭାରତୀୟ ଦଳ ସହିତ ଖେଳିଥିଲା। ଠିକ ସେହି ସମୟରେ ମିସବାହ-ଉଲ-ହକ ଏକ ସୁଇପ୍ ଶଟ୍ ଖେଳିଥିଲେ , ଆଉ ଏହି ଶର୍ଟ ଖେଳି ସେ ଆଉଟ୍ ହୋଇଥିଲେ। ଏହି କାରଣରୁ ପାକିସ୍ତାନକୁ ବି ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। 

ଦକ୍ଷିଣ ଆଫ୍ରିକାରେ ୨୦୦୭ ମସିହାରେ ଖେଳାଯାଇଥିବା ଆଇସିସି ଟି - ୨୦ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ମିସବାହା-ଉଲ୍-ହକ୍ ଶେଷ ଓଭରରେ ଜୋଗିନ୍ଦର ଶର୍ମାଙ୍କ ତୃତୀୟ ବଲରେ ଏକ ସୁଇପ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ ସେ ଶ୍ରୀ ଶ୍ରୀସନ୍ତଙ୍କ ଦ୍ଵାରା କ୍ୟାଚ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ପାକିସ୍ତାନ ଦଳ ୨୦୦୭ ମସିହାର ଟି-୨୦ ମ୍ୟାଚର ଫାଇନାଲରେ ହାରିଯାଇଥିଲା। 

ବାସ୍ତବରେ, ଶୋଏବ ଅଖତରଙ୍କ ୟୁଟ୍ୟୁବ ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ ସେ ୨୦୦୭ ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ କରିଥିବା ଭୁଲକୁ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ମ୍ୟାଚ ଜିତିବା ଆମ ହାତରେ ଥିବାରୁ ସେତେବେଳେ ମୁଁ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇଥିଲେ। ତେଣୁ ମୁଁ ଏକ ଭଲ ବଡ଼ ସର୍ଟ ଖେଳି ମ୍ୟାଚକୁ ଶେଷ କରିବାକୁ ଚାହୁଁଥିଲି। କିନ୍ତୁ ହେଲା ନାହିଁ। ଆଉ ଆମେ ମ୍ୟାଚ ହାରିଗଲୁ, ନହଲେ ପାକିସ୍ତାନ ସହଜରେ ବିଶ୍ୱକପ ଜିତିପାରିଥାନ୍ତା ।