୨୦୨୧ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳି ଲିଷ୍ଟ, ଧୋନି, ବିରାଟ ନା ନିରୋଜ ଚୋପ୍ରା, କିଏ ଅଛି ଆଗରେ?

କ୍ରିକେଟ୍ ଖବର : ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ୟାହୁ (YIR) ଇୟର ଇନ୍ ରିଭୁ ୨୦୨୧ ଘୋଷଣା କରିଛି। ପ୍ରତିବର୍ଷ କିଛି ନା କିଛି ଖେଳାଳୀ ତାଙ୍କ ସଫଳତା ପାଇଁ ବର୍ଷ ସାରା ଆଲୋଚନାରେ ରହିଥା’ନ୍ତି, ଯାହାଙ୍କ ବିଷୟରେ ଲୋକମାନେ ଜାଣିବା ପାଇଁ ଇଛୁକ ରହିଥାନ୍ତି। ଖେଳ ପ୍ରେମୀ ମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ଜୀବନ …
 

କ୍ରିକେଟ୍ ଖବର : ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ୟାହୁ (YIR) ଇୟର ଇନ୍ ରିଭୁ ୨୦୨୧ ଘୋଷଣା କରିଛି। ପ୍ରତିବର୍ଷ କିଛି ନା କିଛି ଖେଳାଳୀ ତାଙ୍କ ସଫଳତା ପାଇଁ ବର୍ଷ ସାରା ଆଲୋଚନାରେ ରହିଥା’ନ୍ତି, ଯାହାଙ୍କ ବିଷୟରେ ଲୋକମାନେ ଜାଣିବା ପାଇଁ ଇଛୁକ ରହିଥାନ୍ତି। ଖେଳ ପ୍ରେମୀ ମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ହୋଇଥାନ୍ତି।

ଚଳିତ ବର୍ଷ କ୍ରୀଡା ବିଷୟରେ କହିଲେ , ୨୦୨୧ରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ଏଥି ସହିତ ଟୋକିଓ ଅଲିମ୍ପିକ୍ସ-୨୦୨୦ ରୁ ଭାରତ ୧ ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ୪ ଟି ବ୍ରୋଞ୍ଜ ପଦକ ଆଣିଛି। ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ଯେଉଁଥିରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ପାଇଥିବା ନୀରଜ ଚୋପ୍ରା ରାତାରାତି ଭାରତରେ ଷ୍ଟାର୍ ହୋଇ ଯାଇଥିଲେ।

ତେବେ ସର୍ଚ୍ଚ ଇଞ୍ଜିନରେ ସବୁଠାରୁ ଅଧିକ ଥର ସର୍ଚ୍ଚ ହୋଇଛନ୍ତି କ୍ରିକେଟ୍ କିଙ୍ଗ୍ ବିରାଟ କୋହଲି। ତାଙ୍କ ପଛକୁ ଅଛନ୍ତି ମହେନ୍ଦ୍ର ସିଂ ଧୋନି। ସେହିପରି ଜାଭେଲିନ୍ ଥ୍ରୋରେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି ଏବଂ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ଚତୁର୍ଥ ନମ୍ବରରେ ଥିବାବେଳେ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି। ବିରାଟ କୋହଲିଙ୍କୁ ଦୁନିଆର ଅଧିକାଂଶ ଲୋକ ପସନ୍ଦ କରନ୍ତି। କାରଣ ତାଙ୍କର ବ୍ୟାଟିଂ ଦେଖିବା ପାଇଁ ଖେଳ ପ୍ରେମୀ ପାଗଳ ହୋଇଯାଆନ୍ତି।

ଧୋନିଙ୍କୁ କ୍ରିକେଟ୍ ଜଗତର ମିଷ୍ଟର କୁଲ କୁହାଯାଏ | ଯାହାଙ୍କଠାରୁ ଭାରତରେ ଲକ୍ଷ ଲକ୍ଷ ଲୋକ ପ୍ରେରଣା ନିଅନ୍ତି। ଆଜି ବି ଧୋନି ଲୋକଙ୍କ ହୃଦୟରେ ରାଜ୍ କରନ୍ତି। ୨୦୦୭ ମସିହାରେ, ଭାରତକୁ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରଥମ ଅଧିନାୟକ ହୋଇଥିଲେ ଧୋନି | ତାଙ୍କ ଅଧିନାୟକତ୍ୱରେ ମଧ୍ୟ ୪ ଥରେ CSK ଆଇପିଏଲରେ ଚାମ୍ପିଅନ୍ ହୋଇଛି। ଅନ୍ୟପଟେ ଚଳିତ ବର୍ଷ ହୋଇଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର ହୋଇଥିଲେ ମାହି।

ଅଲିମ୍ପିକ୍ ରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି ଏବଂ ଚଳିତ ବର୍ଷ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ତାଲିକାରେ ଟପ୍ ୩ ରେ ରହି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ନୀରଜ ଦ୍ୱିତୀୟ ପ୍ରୟାସରେ 87.58 ମିଟର ଦୂରତା ସହ ଜାଭେଲିନ୍ ଥ୍ରୋ କରି ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଥିଲେ। ସେ ଏହି ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ଯାହା ପରେ ସେ ଭାରତରେ ରାତାରାତି ହିରୋ ପାଲଟିଯାଇଥିଲେ।