ପ୍ରଥମ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ସହ ଡ୍ର ହେବା ପରେ ଭାରତକୁ ବଡ଼ ଝଟକା, WTC ପଏଣ୍ଟ ଟେବୁଲ ରେ ହେଲା ବଡ଼ ପରିବର୍ତନ

କ୍ରିକେଟ୍ ଖବର : ଚଳିତ ବର୍ଷ ଟି-୨୦ ବିଶ୍ୱକପ ସରିବା ପରେ ବିଭିନ୍ନ ଦେଶ WTC ଅଧୀନରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଭାରତ-ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ-ବାଂଲାଦେଶ ଏବଂ ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜ ଦଳ ପରସ୍ପର ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଏହି ସମୟ ମଧ୍ୟରେ, ପଏଣ୍ଟସ୍ ଟେବୁଲ୍ (WTC ପଏଣ୍ଟସ୍ ଟେବୁଲ୍) ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗୋଟିଏ …
 

କ୍ରିକେଟ୍ ଖବର : ଚଳିତ ବର୍ଷ ଟି-୨୦ ବିଶ୍ୱକପ ସରିବା ପରେ ବିଭିନ୍ନ ଦେଶ WTC ଅଧୀନରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଭାରତ-ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ-ବାଂଲାଦେଶ ଏବଂ ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜ ଦଳ ପରସ୍ପର ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଏହି ସମୟ ମଧ୍ୟରେ, ପଏଣ୍ଟସ୍ ଟେବୁଲ୍ (WTC ପଏଣ୍ଟସ୍ ଟେବୁଲ୍) ରେ ଏକ ବଡ଼ ପରିବର୍ତ୍ତନ ହୋଇଛି।

ଗୋଟିଏ ପଟେ ଭାରତୀୟ କ୍ରିକେଟ୍ ଦଳ କାନପୁର ଟେଷ୍ଟ ଜିତିବାରେ ବିଫଳ ହୋଇଛି, ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ଦଳ ଚିତ୍ରକୋଣ୍ଡା ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟ୍ ରେ ହରାଇ, ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ବିଜୟ ସହ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି। ପୂର୍ବରୁ ଦୁଇ ନମ୍ବରରେ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ତିନି ନମ୍ବରକୁ ଖସି ଆସିଛି। ଏଥିସହିତ ଶ୍ରୀଲଙ୍କା କ୍ରିକେଟ୍ ଦଳ ପୂର୍ବ ପରି ପ୍ରଥମ ସ୍ଥାନରେ ରହିଛି।

ପଏଣ୍ଟ ଦୃଷ୍ଟିରୁ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ ଅନ୍ୟ ଦଳଠାରୁ ଆଗରେ ରହିଛି। ଭାରତ ୩୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ୨୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥି ସହିତ ପଏଣ୍ଟ ଅନୁଯାୟୀ ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ଯଥାକ୍ରମେ ୧୨, ୪ଏବଂ ୧୪ ପଏଣ୍ଟ ସହ ଟେବୁଲର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ସେହିପରି ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାଁନ୍ତି।