ଜାଣନ୍ତୁ ଚାମ୍ପିଅନ୍ସ ଟ୍ରଫିରେ କିଏ କରିବ ଓ୍ଵିକେଟ୍ କିପିଂ ଋଷଭ ପନ୍ତ ନା କେଏଲ ରାହୁଲ?

 
who will be wicket keeper in champions trophy 2025

ଚାମ୍ପିଅନ୍ସ ଟ୍ରଫି 2025 : ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୩-୦ରେ ଜିତି ଯାଇଛି ଭାରତ । ବର୍ତ୍ତମାନ ଭାରତୀୟ ଦଳର ନଜର ରହିଛି 19 ଫେବୃଆରୀ ରେ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ଉପରେ।

ତେବେ ଚାମ୍ପିଅନ୍ସ ଟ୍ରଫିରେ କେଏଲ ରାହୁଲ ନା ଋଷଭ ପନ୍ତ କିଏ ଓ୍ଵିକେଟ୍ କିପିଂ କରିବ ସେ ନେଇ ଦ୍ଵନ୍ଦ୍ଵ ଉପୁଜିଛି।  ଏ ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳର ପ୍ରଥମ ପସନ୍ଦ ର  ଓ୍ଵିକେଟ୍ କିପର ହେଉଛନ୍ତି କେଏଲ ରାହୁଲ।

ରାହୁଲ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଓ୍ଵିକେଟ୍ କିପିଂ କରିଥିଲେ। ରାହୁଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଷଷ୍ଠ ନମ୍ବରରେ ବ୍ୟାଟିଂ ପାଇଁ ପଠା ଯାଇଥିଲା, ଯେଉଁଥିରେ ସେ ନିଜକୁ ଫିଟ୍ ଅନୁଭବ କରି ପାରି ନ ତୀଲେ। କିନ୍ତୁ ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ନିଜ ପସନ୍ଦର ପଞ୍ଚମ କ୍ରମରେ ବ୍ୟାଟିଂ କରି ୨୯ ବଲ୍‌ରୁ ୪୦ ରନର ଇନିଂସ ଖେଳିଥିଲେ। 

ବୁଧବାର ତୃତୀୟ ଦିନିକିଆ ଜିତିବା ପରେ, ରାହୁଲ ଏବେ ଆମର ପ୍ରଥମ ପସନ୍ଦର ଓ୍ଵିକେଟ୍ କିପର ବୋଲି କହିଛନ୍ତି ଗମ୍ଭୀର ବ୍ୟାଟର। ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ମାତ୍ର ଏବେ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି। ଗୋଟିଏ ମ୍ୟାଚ୍‌ରେ ତ ଦୁଇ ଜଣ ଓ୍ଵିକେଟ୍ କିପରଙ୍କୁ ଖେଳା ଯାଇ ପାରିବ ନାହିଁ। 

ଉଲ୍ଲେଖନୀୟ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ବେଳେ ଭାରତ ନିଜର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ କରିବ।