ଦେଖନ୍ତୁ ଭିଡିଓ: ଶତକ କରିବା ପରେ ମଧ୍ୟ ରୋହିତ ବାହାର କଲେ ନାହିଁ ହେଲମେଟ, କାରଣ ଜାଣିଲେ ତାଯୁବ ହେବେ ଆପଣ

 

କ୍ରିକେଟ୍ ଖବର: ନାଗପୁରରେ ଖେଳାଯାଉଥିବା ବୋର୍ଡର୍-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ 120 ରନର ଏକ ଦମଦାର୍ ଇନିଂସ ଖେଳିଥିଲେ। ସେ ତାଙ୍କ ଟେଷ୍ଟ କ୍ୟାରିୟରର।ନବମ ଶତକ ହାସଲ କରିଥିଲେ। ଏହି ସମୟରେ ରୋହିତଙ୍କ ଶତକ ପରେ ପାଳନ କରାଯାଇଥିବା ଉତ୍ସବର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ସେ ଏକ ନିର୍ଦ୍ଦିଷ୍ଟ କାରଣରୁ ହେଲମେଟ ମୁଣ୍ଡରୁ ବାହାର କରି ନଥିଲେ।

ଗତ କିଛି ମାସ ଧରି ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଲୟ ଖୋଜୁଥିଲେ। ବର୍ତ୍ତମାନ ସେ ନିଜର ପୁରୁଣା ଶୈଳୀକୁ ଫେରି ଆସିଛନ୍ତି। ନାଗପୁରରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ସେ ନିଜର ପରିପକ୍ୱତା ସହିତ କୌଶଳର ଝଲକ ଦେଖାଇ ଏକ ଶତକ ହାସଲ କରିଛନ୍ତି। ସେହିଭଳି ଏକ ପିଚରେ ଯେଉଁଠାରେ ଭାରତର ବିରାଟ କୋହଲି, ଚେତେଶ୍ୱର ପୂଜାରା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଆଉଟ୍ ହୋଇଥିଲେ, ସେହି ପିଚରେ ରୋହିତ ଶତକ ହାସଲ କଲେ।

ଏହି କାରଣରୁ ମୁଣ୍ଡରୁ ହେଲମେଟ ବାହାର କଲେନି ରୋହିତ: 

 

ଡ୍ରେସିଂ ରୁମରେ ବସିଥିବା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ରୋହିତ ଶର୍ମାଙ୍କ ଶତକ ପୂରଣ ହେବା ପରେ ଠିଆ ହୋଇଥିଲେ। ଏହା ପରେ ସେ ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସକୁ ପ୍ରଶଂସା କରିଥିବାବେଳେ ରୋହିତ ମଧ୍ୟ ତାଙ୍କ ଶତକ ପରେ ଛୋଟ ପିଲା ପରି ହସୁଥିବା ଦେଖାଯାଇଥିଲା।  ଏହି ସମୟରେ କ୍ରିଜରେ ଉପସ୍ଥିତ ଥିବା ତାଙ୍କ ସାଥୀ ରବିନ୍ଦ୍ର ଜାଡେଜା ହିଟମ୍ୟାନଙ୍କୁ ଆଲିଙ୍ଗନ କରିଥିଲେ।  ତେବେ ଏସବୁ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଶତକ ମାରିବା ପରେ ରୋହିତ ଶର୍ମା କାହିଁକି ହେଲମେଟ ମୁଣ୍ଡରୁ ବାହାର କରି ନଥିଲେ?

ଆହୁରି ପଢ଼ନ୍ତୁ: IND vs AUS: ସିରିଜର ପ୍ରଥମ ଦିନରେ ହେଲା ବଡ଼ ବିବାଦ, ଅଷ୍ଟ୍ରେଲିଆ ଗଣମାଧ୍ୟମ ଜାଡେଜାଙ୍କ ଉପରେ ଲାଗିଲା ସାଙ୍ଘାତିକ ଅଭିଯୋଗ