ଦେଖନ୍ତୁ ଭିଡିଓ: KL ରାହୁଲ ମିସ କଲେ ନବୀନ ଉଲ୍ ହକଙ୍କ ରନ୍ ଆଉଟ ତ କୋହଲି ହେଲେ କ୍ରୋଧିତ, ରିଏକ୍ସନ ହେଲା ଭାଇରଲ
Oct 11, 2023, 20:23 IST

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିଶ୍ୱକପ 2023 ର ମ୍ୟାଚ୍ ନମ୍ବର 9 ଖେଳାଯାଇଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ତେବେ ଏହି ମ୍ୟାଚ୍ରେ ଭାରତୀୟ ଦଳରୁ ସାଧାରଣ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ମ୍ୟାଚ୍ର ପ୍ରଥମ ଇନିଂସର ଶେଷ ମୁହୂର୍ତ୍ତରେ କେଏଲ ରାହୁଲ ନବୀନ-ଉଲ-ହକ ଙ୍କୁ ରନ୍ ଆଉଟ କରିପାରିନଥିଲେ, ଏହା ପରେ ବିରାଟ କୋହଲି ନିଜେ ପଡ଼ିଆରେ କ୍ରୋଧିତ ହୋଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି ।
ବିରାଟ କୋହଲି ସର୍ବସାଧାରଣରେ ହେଲେ କ୍ରୋଧିତ:
ଜସପ୍ରୀତ ବୁମ୍ରା 48 ତମ ଓଭରରେ ବୋଲିଂ କରୁଥିଲେ, ନବୀନ-ଉଲ-ହକ ଆଫଗାନିସ୍ତାନ ପକ୍ଷରୁ ବ୍ୟାଟିଂ କରୁଥିଲେ, ଏହି ସମୟରେ ନବୀନ ବୁମରାର ଦ୍ୱିତୀୟ ବଲରେ ଏକ ଶଟ ଖେଳିଥିଲେ, ବଲ ବିରାଟଙ୍କ ପାଖକୁ ଯାଇଥିଲା ।