ଏହି କାରଣରୁ ଏକମାତ୍ର ଓଡ଼ିଆ ଖେଳାଳିଙ୍କୁ CSK ଦଳରୁ ବାହାର କରିଦେଲେ ଧୋନି, ପଢନ୍ତୁ ରିପୋର୍ଟ

 
dhoni subhanshu

ବିଶ୍ବର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୭ତମ ସଂସ୍କରଣର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ଗତ ଦୁଇ ଆଇପିଏଲ ସିଜନରେ ଓଡ଼ିଶାରୁ ଏକମାତ୍ର ଖେଳାଳିଭାବେ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ଦଳରୁ ବାହାର୍ କରିଦେଇଛି।

ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍‌ ୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି ଚେନ୍ନାଇ। ସୂଚନା ଅନୁସାରେ ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ସେ ସିଏସକେ ସହ ଦୁଇଟି ସିଜିନ୍‌ ରହିଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। କେବଳ ସବ୍ ଫିଲ୍ଡର୍ ଭାବରେ ନଜର ଆସିଥିଲେ ଶୁଭ୍ରାଂଶୁ।

ଏହି କାରଣରୁ ଶୁଭ୍ରାଂଶୁ ସେନାପତି ଙ୍କୁ ବାହାର କରାଗଲା:

ଗତ ସିଜିନରେ ତାଙ୍କର ଏକ ଚମତ୍କାର ଥ୍ରୋରେ ରନ୍ ଆଉଟ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଚେନ୍ନାଇ ସୁପର କିଙ୍ଗସ ଦଳରେ ଅମ୍ବାତି ରାୟୁଡୁଙ୍କ ରିଟାୟରମେଣ୍ଟ ପରେ ଶୁଭ୍ରାଂଶୁ ଏଥର ସିଜିନରେ ଦଳରେ ସ୍ଥାନ ପାଇବାକୁ ଦାବିଦାର୍ ଥିବା ବେଳେ ଅଜିଙ୍କ୍ୟ ରାହାଣେ ମିଡିଲ୍ ଅର୍ଡରରେ ଥିବାରୁ ଶୁଭ୍ରାଂଶୁଙ୍କ ପାଇଁ ପ୍ଲେଇଂ ଇଲେଭେନ୍ ସ୍ଥାନ ନଥିବାରୁ ଚେନ୍ନାଇ ତାଙ୍କୁ ରିଲିଜ୍ କରିଦେଇଛି।

subhanshu

ଆଇପିଏଲ ୨୦୨୪ରେ ଖେଳିବେ ମହେନ୍ଦ୍ର ସିଂହ ଧୋନୀ। ଚେନ୍ନାଇ ସୁପର କିଙ୍ଗସ ଆଗାମୀ ସିଜନ ପାଇଁ ଧୋନିଙ୍କୁ ଦଳରେ ରଖିଥିଲା ବେଳେ ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଶିଷଣ୍ଢା ମଗଲା ଏବଂ କାଇଲି ଜାମିଏସନଙ୍କ ଭଳି ଖେଳାଳିଙ୍କୁ ଦଳରୁ ରିଲିଜ କରିଛି।

ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ଡେଭିଡ କନୱେ, ରୁତୁରାଜ ଗାଇକୱାଡ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଶେଖ ରସିଦ, ଅଜିଙ୍କ୍ୟ ରାହାନେ, ମିଚେଲ ସାଣ୍ଟନର୍, ଶିବମ୍ ଦୁବେ, ମୋଇନ୍ ଅଲି, ରବିନ୍ଦ୍ର ଜାଡେଜା, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମେହଶ ତିକ୍ଷିନ୍ନା,ସିମରଜିତ ସିଂ, ରାଜବର୍ଦ୍ଧନ ହାଙ୍ଗରକର, ମାଥିଶା ପଥିରାନା, ପ୍ରଶାନ୍ତ ସୋଲାନକି ରହିଛନ୍ତି।