ଦେଖନ୍ତୁ ଭିଡ଼ିଓ: ଛେଳି ଚରାଉଥିବା ଝିଅଟି ମାରିଲା ସୂର୍ଯ୍ୟକୁମାର ଭଳି ସଟ୍, ଭିଡିଓ ଦେଖି SKY ମଧ୍ୟ ହେଲେ ଆଶ୍ଚର୍ଯ୍ୟ

 

କ୍ରିକେଟ୍ ଖବର୍: ଆମ ଦେଶର ମହିଳା କ୍ରିକେଟରମାନେ ପୁରୁଷ ଆଇପିଏଲ ପରି ଚଳିତ ବର୍ଷ ମହିଳା ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି। ମହିଳା ଆଇପିଏଲ୍ 2023 ଆରମ୍ଭ ପୂର୍ବରୁ ଗତ ସୋମବାର ଦିନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ ଭାରତୀୟ ଦଳର ଅନେକ ମହିଳା ଖେଳାଳି ଉଚ୍ଚ ବିଡ୍ ଦ୍ୱାରା ଫ୍ରାଞ୍ଚାଇଜ୍ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। 

ତେବେ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତାହା ହେଲେ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ମାସରେ ଆରମ୍ଭ ହୋଇପାରେ। ଏହି ସମୟରେ ରାଜସ୍ଥାନର ଏକ ଛୋଟ ଗାଁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଜଣେ 14 ବର୍ଷର ବାଳିକା ସୂର୍ଯ୍ୟକୁମାର ଯାଦବଙ୍କ ପରି ଚୌକା ଛକା ଏବଂ 360-ଡ଼ିଗ୍ରୀ ଶର୍ଟ ମାରୁଥିବାର ନଜର ଆସିଛନ୍ତି।

କ୍ରିକେଟ୍ ଖେଳିବାକୁ ଆଗ୍ରହ କେବଳ ପୁଅମାନଙ୍କରେ ନୁହେଁ ଝିଅମାନଙ୍କଠାରେ ମଧ୍ୟ ରହିଛି। ଝିଅମାନେ କୌଣସି କ୍ଷେତ୍ରରେ ପୁଅମାନଙ୍କଠାରୁ କମ ନୁହଁନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ, ପୁଅମାନେ ପକାଉଥିବା ବଲରେ ଚୌକା ଛକା ମାରୁଛନ୍ତି। ସେ ଭିନ୍ନ ଭିନ୍ନ ଶୈଳୀରେ ପ୍ରତ୍ୟେକ ସଟ ଖେଳୁଥିବା ନଜର ଆସିଛନ୍ତି। ଏଥି ସହିତ ଅନେକ ଲୋକ ତାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୁଳନା କରିବା ଆରମ୍ଭ କରିଛନ୍ତି।

ଏହି ରାଜନେତା ସେୟାର କଲେ ଭିଡ଼ିଓ:

ଭାଇରାଲ ଝିଅର ଭିଡିଓ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ବିଜେପି ସାଂସଦ ପିପି ଚୌଧୁରୀ।  ଏହା ପୋଷ୍ଟ କରି ସେ ଲେଖିଛନ୍ତି, “ଯଦି ଆଗ୍ରହ ଥାଏ, ଧୂଳିରୁ ଏକ ହୀରା ମଧ୍ୟ ବାହାରିପାରେ .. ଝିଅମାନେ ଯେକୌଣସି ପ୍ରକାରରେ ହୀରାଠାରୁ କମ୍ ନୁହଁନ୍ତି!  ବାରମର ଏକ ଗାଁର ପ୍ରତିଭା - .. ୱାଓ! ”  

ଏହା ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବତୀ ମାଲିୱାଲ ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, “ଏହି ଝିଅ ଯେପରି ଶଟ୍‌ ମାରୁଛି, ତାଙ୍କ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବଙ୍କ ଝଲକ ଦେଖିବାକୁ ମିଳିଛି। ଏହିପରି ପ୍ରତିଭାକୁ ପ୍ରୋତ୍ସାହନ ଦିଆଯିବା ଏବଂ ଭଲ ତାଲିମ ଦିଆଯିବା ଉଚିତ୍। ଅଶୋକ ଗେହଲୋଟ୍ ଜୀ, ଏହି ଝିଅର ପ୍ରତିଭାକୁ ସଠିକ୍ ପ୍ଲାଟଫର୍ମ ପ୍ରଦାନ କରନ୍ତୁ, ଯାହାଫଳରେ ସେ ଦିନେ ଦେଶର ଜର୍ସି ପିନ୍ଧି ପାରିବେ। 

ଦେଖନ୍ତୁ ଭିଡ଼ିଓ: