WTC ଫାଇନାଲରେ ଏହି 3 ଜଣ ଖେଳାଳିଙ୍କୁ ସୁଯୋଗ ଦେଇ BCCI କଲା ବଡ ଭୁଲ, WTC ଫାଇନାଲ ଜିତିବା ସହଜ ନୁହଁ

 

କ୍ରିକେଟ ଖବର: ଜୁନ 7 ରୁ 11 ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ସହ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ସହ ବୋର୍ଡର୍ ଗାଭାସ୍କର ଟ୍ରଫି ସିରିଜ ସମୟରେ ଟେଷ୍ଟ ଦଳର ଅଂଶବିଶେଷ ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳରୁ ବାଦ୍ ଦିଆ ଯାଇଥିବାବେଳେ ଶ୍ରେୟାସ ଆୟର ଆହତ କାରଣରୁ ଦଳରେ ଚୟନ ହୋଇ ପାରିନାହାନ୍ତି।

ଦଳ ଘୋଷଣା ହେବା ମାତ୍ରେ ସବୁଠୁ ବଡ ଖବର ଭେଟେରାନ ଖେଳାଳି ଅଜିଙ୍କ୍ୟେ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରିଛି। ରାହାଣେ ପ୍ରାୟ ଦେଢ଼ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି। ରାହାଣେଙ୍କ ପ୍ରତ୍ୟାବର୍ତ୍ତନରେ କ୍ରିକେଟ୍ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏଥି ସହିତ ଦଳରେ ଏହିପରି 3 ଖେଳାଳିଙ୍କୁ ମଧ୍ୟ ଚୟନ କରାଯାଇଛି ଯେଉଁମାନେ ଫାଇନାଲ ଖେଳିବାର ଯୋଗ୍ୟ ନୁହଁନ୍ତି।

1) ଲୋକେଶ ରାହୁଲ୍ :

କେଏଲ ରାହୁଲ ଦୀର୍ଘ ଦିନ ଧରି ଖରାପ ଫର୍ମରେ ଅଛନ୍ତି।  ବାରମ୍ବାର ସୁଯୋଗ ଦିଆଯିବା ପରେ ବି ରାହୁଲ କୌଣସି ଫର୍ମାଟରେ ରନ୍ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ଆଇପିଏଲ୍ 2023 ରେ ମଧ୍ୟ ରାହୁଲ ଫର୍ମରେ ନାହାନ୍ତି। ଏହା ପରେ ବି WTC ଫାଇନାଲ୍ 2023 ପାଇଁ ଟିମ୍ ଇଣ୍ଡିଆରେ ତାଙ୍କୁ ସୁଯୋଗ ମିଳିଛି। ଯାହା ଏକ ଆଶ୍ଚର୍ଯ୍ୟକର ନିଷ୍ପତ୍ତି। ତେବେ ଗତ 10 ଟେଷ୍ଟ ଇନିଂସରେ କେ.ଏଲ୍ ରାହୁଲ 50, 12, 10, 22, 23, 10, 2, 20, 17 ଏବଂ 1 ରନ୍ ସ୍କୋର କରିଛନ୍ତି।

2) କେ ଏସ୍ ଭରତ:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ କେଏସ୍ ଭରତଙ୍କୁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ ସହିତ ନିକଟରେ ଶେଷ ହୋଇଥିବା ବୋର୍ଡର୍ ଗାଭାସ୍କର ସିରିଜରେ କେ.ଏସ୍ ଭରତଙ୍କ ପ୍ରଦର୍ଶନକୁ ସମସ୍ତେ ଦେଖିଥିଲେ। ସେ ଅତ୍ୟନ୍ତ ଖରାପ ଖେଳ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ସିରିଜର 4 ଟି ମ୍ୟାଚର 6 ଟି ଇନିଂସରେ ଭରତ ମାତ୍ର 101 ରନ୍ ସ୍କୋର କରିପାରିଥିଲେ। ତାଙ୍କର ବେଷ୍ଟ ସ୍କୋର 44 ଥିଲା। ଏଭଳି ପରିସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭଳି ଏକ ବଡ଼ ପର୍ଯ୍ୟାୟରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କର ଚୟନ ଏକ ଭୁଲ ନିଷ୍ପତ୍ତି ଅଟେ। 

3) ଜୟଦେବ ଉନାଦକତ୍:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ମନୋନୀତ ହୋଇଥିବା ଦଳରେ ଜୟଦେବ ଉନାଦକତଙ୍କ ନାମ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ତାଙ୍କ ଅଧିନାୟକତ୍ୱରେ ସୌରାଷ୍ଟ୍ର ବିଜୟ ହାଜାରେ ଟ୍ରଫି ଭଳି ସମ୍ମାନଜନକ ଟ୍ରଫି ଜିତିଛନ୍ତି, କିନ୍ତୁ ତାଙ୍କୁ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିନଥିଲା। 2022 ରେ 10 ବର୍ଷ ପରେ, ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟେଷ୍ଟ ଖେଳିବାର ସୁଯୋଗ ପାଇଲେ କିନ୍ତୁ ଏହା ପରେ ଅଷ୍ଟ୍ରେଲିଆ ସିରିଜ ସମୟରେ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନଥିଲା।

ଉମେଶ ଯାଦବ, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ଉପସ୍ଥିତିରେ ଅନ୍ୟ କୌଣସି ଦ୍ରୁତ ବୋଲରଙ୍କୁ ସୁଯୋଗ ମିଳୁ ନାହିଁ, ତେଣୁ ଉନାଦକତଙ୍କ ବଦଳରେ ଅର୍ଶଦୀପ ସିଂଙ୍କ ପରି ଜଣେ ଯୁବ ବୋଲରଙ୍କୁ ସୁଯୋଗ ଦିଆଯାଇଥିଲେ ଭଲ ହୁଅନ୍ତା ବୋଲି କ୍ରିକେଟ୍ ପ୍ରଶଂସକ ଆଲୋଚନା କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଭେଙ୍କେଟେଶ ଆୟର୍ ଧରିଲେ ବିରାଟଙ୍କ ଜବରଦସ୍ତ କ୍ୟାଚ୍, କିଙ୍ଗ୍ କୋହଲି ହେଲେ ଆଶ୍ଚର୍ଯ୍ୟ, ଅନୁଷ୍କା ମଧ୍ୟ ହେଲେ ଦୁଃଖିତ