ଇନ୍ଦୋର ଟେଷ୍ଟ ଶେଷ ହେବା ପରେ ଅଧିନାୟକତ୍ୱ ଛାଡିବାର ନିଷ୍ପତି, ପୁନର୍ବାର ଅଧିନାୟକ ହେବେ ଏହି ପୁରୁଣା ଖେଳାଳି!

 

କ୍ରିକେଟ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଶୁକ୍ରବାର ଶେଷ ହୋଇଛି।  କ୍ୟାପଟେନ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇ ନ ଥିଲା। ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରେ ଭ୍ରମଣକାରୀ ଦଳ 9 ୱିକେଟରେ ତୃତୀୟ ଟେଷ୍ଟ ଜିତିଥିଲେ। 

ଏଥି ସହିତ ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଅଧିନାୟକତ୍ୱକୁ ନେଇ ଏକ ବଡ ଅପଡେଡ଼ ଆସିଛି। ବର୍ତ୍ତମାନ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ ଦାୟିତ୍ୱକୁ ନେଇ ଏକ ବଡ଼ ଅପଡେଡ଼ ଆସିଛି।

ଏହି ଖେଳାଳି ହୋଇ ପାରନ୍ତି ପୁନର୍ବାର ଅଧିନାୟକ:

ଏହି ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ 9 ମାର୍ଚ୍ଚରେ ଅହମ୍ମଦାବାଦରେ ଖେଳାଯିବ। ଯାହା ପାଇଁ ଟିମ୍ ଇଣ୍ଡିଆ WTC ର ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ। ତୃତୀୟ ଟେଷ୍ଟରୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ନିଜ ଅସୁସ୍ଥ ମା’ଙ୍କ ଚିକିତ୍ସା କାରଣରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପରେ ଘରକୁ ଫେରିଥିଲେ। ଏହି କାରଣରୁ ସେ ତୃତୀୟ ଟେଷ୍ଟ ମ୍ୟାଚର ଅଂଶ ହୋଇପାରିନଥିଲେ। 

ତେବେ ତୃତୀୟ ମ୍ୟାଚ୍ ପରେ କଥାବାର୍ତ୍ତା ବେଳେ ଷ୍ଟିଭ୍ ସ୍ମିଥ୍ କହିଛନ୍ତି ଯେ ଚତୁର୍ଥ ଟେଷ୍ଟରେ ପ୍ୟାଟ୍ କମିନ୍ସ ଦଳକୁ ଫେରିବେ। ଆଉ ସେ ଦଳର ଅଧିନାୟକତ୍ୱ କରିବେ। ମୋର କାମ ସରିଗଲା ଆଉ ବର୍ତ୍ତମାନ ଏହି ଦଳ ପ୍ୟାଟଙ୍କ ଦଳ ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: IND vs AUS: ଲଗାତାର 3 ଟି ମ୍ୟାଚ୍ ରେ ଫ୍ଲପ୍ ହେବା ପରେ ଅଧିନାୟକ ରୋହିତ ଏବେ ଏହି ମ୍ୟାଚ୍ ବିଜେତାଙ୍କୁ ଦେବେ 4th ଟେଷ୍ଟରେ ସୁଯୋଗ