ଦେଖନ୍ତୁ ଭିଡ଼ିଓ: ଷ୍ଟାର୍କଙ୍କ ବୋଲିଂ କୁ ଖାତିର କଲେନି ଶୁବମାନ ଗିଲ, ଠିଆ ଠିଆ ମାରିଲେ 83 ମିଟର ଛକା, ରୋହିତ ଏବଂ ସ୍ମିଥ ମଧ୍ୟ ହେଲେ ଆଶ୍ଚର୍ଯ୍ୟ
Mar 23, 2023, 11:26 IST

କ୍ରିକେଟ ଖବର: ସରିଛି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍। ଏହି ସିରିଜକୁ 1-2 ରେ ଜିତିଛି ଅଷ୍ଟ୍ରେଲିଆ ଦଳ।ତେବେ ତୃତୀୟ ମ୍ୟାଚ ବହୁତ କଷ୍ଟକର ଥିଲା ଟିମ୍ ଇଣ୍ଡିଆ ପାଇଁ। ଗୋଟିଏ ଗୋଟିଏ ରନ ପାଇଁ ରୋହିତ ବାହିନୀ ସଙ୍ଘର୍ଷ କରୁଥିବା ଦେଖାଯାଇଥିଲା। ତେବେ ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ଉଭୟ ଓପନର୍ ରୋହିତ ଶର୍ମା ଏବଂ ଶୁବମାନ ଗିଲ ଭଲ ଫର୍ମରେ ଥିଲେ।
ଅନ୍ୟପକ୍ଷରେ ଗିଲ ନିଜର ଅବିଶ୍ୱସନୀୟ ସଟ୍ ସହିତ କଙ୍ଗାରୁ ବୋଲରଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲେ। ଏହି ପର୍ଯ୍ୟାୟରେ, ଗିଲ୍ ଅଷ୍ଟ୍ରେଲିଆର ପ୍ରମୁଖ ବୋଲର୍ ମିଚେଲ ଷ୍ଟାର୍କଙ୍କୁ ଏକ ବଡ଼ ଛକା ମାରିଥିଲେ। ଏହି ଛକା 83 ମିଟରର ଥିଲା। ଏହା ଦେଖି ରୋହିତ ଶର୍ମା ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ସମୟରେ କ୍ୟାମେରାରେ ତାଙ୍କର ଏକ ଅଦ୍ଭୁତ ପ୍ରତିକ୍ରିୟା ମଧ୍ୟ କଏଦ ହୋଇଥିଲା। ଏହି ଭିଡିଓ ଦେଖି ଆପଣ ନିଜେ ଅନୁମାନ କରିପାରିବେ।