ଶିଖର ଧାୱନ୍ ଅବସର ନେବାପରେ ବଢ଼ିଲା ପଞ୍ଜାବ କିଂଗ୍ସର ଚିନ୍ତା! ଏବେ ତାଙ୍କ ସ୍ଥାନ ନେବେ ଏହି ଖେଳାଳି….

 

୨୪ ଅଗଷ୍ଟରେ କ୍ରିକେଟ୍ ପଡ଼ିଆରୁ ଶିଖର ଧାୱନ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ବର୍ତ୍ତମାନ ତାଙ୍କ ନାମ ପୂର୍ବତନ ଖେଳାଳିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓ ମାଧ୍ୟମରେ ସେ ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଅବସର ପରେ ପଞ୍ଜାବ କିଙ୍ଗ୍ସର ଅଧିନାୟକତ୍ୱ କିଏ ଗ୍ରହଣ କରିବ, ଏହା ଏକ ବଡ ପ୍ରଶ୍ନ ଅଟେ। ଶିଖର ଧାୱନଙ୍କ ସ୍ଥାନରେ ଜଣେ ଖେଳାଳି ସୁଯୋଗ ପାଇବେ ବୋଲି ବିଶ୍ୱାସ ରହିଛି।

ଶିଖର ଧାୱନ ଦୀର୍ଘ ବର୍ଷ ଧରି ପଞ୍ଜାବ କିଙ୍ଗ୍ସର ଅଧିନାୟକ ରହିଆସିଛନ୍ତି।  ସେ ଗତ ସିଜନରେ ପଞ୍ଜାବର ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଥିଲେ।  କିନ୍ତୁ ଆଘାତ ଜନିତ ସମସ୍ୟା ହେତୁ ଧାୱନ ପୁରା ସିଜିନରେ ଅଧିନାୟକ ହୋଇପାରିନଥିଲେ। ତେବେ ବର୍ତ୍ତମାନ ଅବସର ପରେ ଫ୍ରାଞ୍ଚାଇଜକୁ ଜଣେ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ। 

ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗସ୍ ଶିଖରଙ୍କ ଭଳି ବାମହାତୀ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସେମାନଙ୍କର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିପାରିବେ। ବିଶ୍ୱାସ କରାଯାଏ ଯେ ପଞ୍ଜାବ କିଙ୍ଗସ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ସେମାନଙ୍କର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିପାରନ୍ତି। ଆଇପିଏଲରେ ଖେଳିବାର ୱାର୍ଣ୍ଣରଙ୍କର ଅନେକ ଅଭିଜ୍ଞତା ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ ବ୍ୟତୀତ ସେ ଅନେକ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି।

ଆଇପିଏଲ୍ ୨୦୧୬ ରେ ସେ ନିଜ ଅଧିନୟକତ୍ୱରେ ହାଇଦ୍ରାବାଦକୁ ଚାମ୍ପିଅନ୍ କରାଇଥିଲେ। ଏହା ବ୍ୟତୀତ ସେ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ୨୦୨୩ ମସିହାରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକତ୍ୱ ଗ୍ରହଣ କରିଛନ୍ତି। ଜଣେ ସଫଳ ଅଧିନାୟକ ଭାବରେ ୱାର୍ଣ୍ଣରଙ୍କୁ ମଧ୍ୟ ଗଣାଯାଏ। ଏଭଳି ପରିସ୍ଥିତିରେ ପଞ୍ଜାବ ତାଙ୍କୁ ଆଗାମୀ ସିଜିନ ପୂର୍ବରୁ ଅଧିନାୟକ କରିପାରେ।

୩୭ ବର୍ଷ ବୟସ୍କ ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ଏପର୍ଯ୍ୟନ୍ତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।  ୨୦୦୯ ରେ ଆଇପିଏଲ୍ ଡେବ୍ୟୁ କରିଥିବା ୱାର୍ଣ୍ଣର ଏପର୍ଯ୍ୟନ୍ତ ୧୮୪ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୪୦.୫୨ ରନର ଆଭରେଜ୍ ସହିତ ୬୫୬୫ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୪ ଶତକ ବ୍ୟତୀତ ୬୨ ଅର୍ଦ୍ଧଶତକ ହାସଲ କରିଛନ୍ତି।