PSL 2023: ପ୍ରଥମେ ବ୍ୟାଟ୍ ଭାଙ୍ଗିଲେ ପରେ କଲେ କ୍ଲିନ୍ ବୋଲ୍ଡ, ଶାହିନ୍ ଆଫ୍ରିଦିଙ୍କ ଘାତକ ବୋଲିଂ ଦେଖି ବାବର ହେଲେ ତାଯୁବ, ଦେଖନ୍ତୁ ଭିଡ଼ିଓ

 

କ୍ରିକେଟ ଖବର: ପାକିସ୍ତାନ କ୍ରିକେଟ୍ ଲିଗ୍ PSL ର ଅଷ୍ଟମ ସିଜନ୍ ଖେଳାଯାଉଛି। ଚଳିତ ସିଜନରେ ଦୀର୍ଘ ଆହତ ବିରତି ପରେ ଫେରୁଥିବା ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ହଇଚଇ ସୃଷ୍ଟି କରୁଛନ୍ତି। PSL ରେ ରବିବାର ଲାହୋର କାଲାଣ୍ଡାର ଏବଂ ପେଶାୱର ଜଲମିଙ୍କ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଶାହିନ୍ ଆଫ୍ରିଦିଙ୍କ ଦଳ ଏହି ମ୍ୟାଚକୁ ଅତି ସହଜରେ ଜିତିଥିଲା। ଏହି ମ୍ୟାଚରେ ଦଳର ଅଧିନାୟକ ଶାହିନ୍ ଆଫ୍ରିଦି ପାଞ୍ଚଟି ୱିକେଟ୍ ନେଇଥିଲେ।

ଶାହିନ୍ ଆଫ୍ରିଦି ମ୍ୟାଚ୍ ସମୟରେ ବାବର ଆଜାମଙ୍କ ଦଳ ପେଶୱାର ଜଲମୀଙ୍କୁ ହଇରାଣ କରିଥିଲେ। ଏହି ମ୍ୟାଚରେ ଦର୍ଶକମାନେ ଏକ ହାଇ ଭୋଲଟେଜ୍ ଲଢେଇ ଦେଖିବାକୁ ପାଇଥିଲେ। ଯେତେବେଳେ ବାବର ଆଜାମ ଏବଂ ଶାହିନ୍ ଆଫ୍ରିଦି ମୁହାଁମୁହିଁ ହୋଇଥିଲେ। ସେତେବେଳେ ଏକ ଦମଦାର୍ ଲଢେଇ ଦେଖିବାକୁ ମିଳିଥିଲା। ଆଉ ଏହି ଲଢେଇରେ ଶାହିନ୍ ଆଫ୍ରିଦି ବିଜୟ ହୋଇଥିଲେ। ସେ ବାବରଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। 

ଶାହିନ୍ ଆଫ୍ରିଦି ପ୍ରଶଂସକଙ୍କୁ ନିରାଶ ନ କରି ପେଶୱାର ଜଲମି ଓପନର୍ ମହମ୍ମଦ ହରିସଙ୍କ ବ୍ୟାଟକୁ ପ୍ରଥମ ଓଭରର ପ୍ରଥମ ବଲରେ ନିଜର ତୀକ୍ଷ୍ଣ ବଲରେ ଭାଙ୍ଗି ଦେଇଥିଲେ। ସମାନ ଓଭରର ପରବର୍ତ୍ତୀ ବଲରେ ସେ ମହମ୍ମଦ ହରିସଙ୍କୁ ଆଉଟ୍ କରି ପାଭିଲିୟନର ରାସ୍ତା ଦେଖାଇଥିଲେ।

ପେଶୱାର ଜଲମି ଅଧିନାୟକ ବାବର ଆଜାମଙ୍କୁ ତୃତୀୟ ଓଭରରେ ଶାହିନ୍ ଆଫ୍ରିଦି କ୍ଲିନ୍ ବୋଲ୍ଡ କରିଥିଲେ। ଏହି ଦୁଇଟି ଉଇକେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାରତୀୟ ପ୍ରଶଂସକମାନେ ମଧ୍ୟ ଶାହିନ୍ ଆଫ୍ରିଦିଙ୍କ ଏହି ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡ଼ିଓ: