PAK vs ZiM: ସିକନ୍ଦର ରାଜା ପାକିସ୍ତାନ ବିପକ୍ଷରେ ବିଜୟ ପରେ ଦେଲେ ବଡ଼ ବୟାନ, କହିଲେ "ପ୍ରଥମ ବଲ ପୂର୍ବରୁ ମୋତେ ଜଣା ଥିଲା ଯେ...

 
sikandar raza said about pak vs zim match

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି -20 ବିଶ୍ୱକପ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଇ ଚାଲୁଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଇଥିବା ସୁପର 12 ମ୍ୟାଚ୍ ରେ ଜିମ୍ବାୱେ ପାକିସ୍ତାନକୁ ମାତ୍ର 1 ରନ୍ରେ ପରାସ୍ତ କରିଛି। ପାକିସ୍ତାନର ଏହି ପରାଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଆଶା ମଧ୍ୟ କଷ୍ଟ ସାଧ୍ୟ ହୋଇଯାଇଛି। ଏହି ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ 131 ରନର ଆବଶ୍ୟକ ଥିଲା। ​​କିନ୍ତୁ ପାକିସ୍ତାନ ଦଳ ମାତ୍ର 129 ରନ୍ ସ୍କୋର କରି ମ୍ୟାଚକୁ 1 ରନରେ ହାରିଛି।

Zim vs pak

ଏହି ମ୍ୟାଚରେ ଜିମ୍ବାୱେ ପାଇଁ ଅଲରାଉଣ୍ଡର ସିକନ୍ଦର ରାଜା ହିରୋ ଭାବରେ ଉଭା ହୋଇଥିଲେ ଏବଂ ଏହି ମ୍ୟାଚରେ ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ୍ ଦି ମ୍ୟାଚର ପୁରସ୍କାର ପାଇଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ସେ ଏକ ଅଜବ ବିବୃତି ଦେଇ ବର୍ତ୍ତମାନ ଲୋକଲୋଚନକୁ ଆସିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।

ସିକନ୍ଦର ରାଜା ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି:

ସାମ୍ବାଦିକ ଜଣକ ରାଜାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କୁ କେତେବେଳେ ଲାଗିଲା ଯେ, ଆପଣଙ୍କ ଦଳ ଜିତିବ ? ତେବେ ଏହି ପ୍ରଶ୍ନର ଉତ୍ତରରେ ରଜା କହିଛନ୍ତି ଯେ ପ୍ରଥମ ଓଭରର ବୋଲିଂ ହେବା ପୂର୍ବରୁ ହିଁ ମୋତେ ଲାଗିଥିଲା ଯେ, ଆମେ ଜିତିବୁ ବୋଲି। ତେବେ ସୋସିଆଲ ମିଡିଆରେ ତାଙ୍କ ବିବୃତ୍ତିର ଏକ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ରାଜାଙ୍କ ଏହି ବୟାନକୁ ପ୍ରଶଂସା କରୁଛନ୍ତି।