ପାକିସ୍ତାନ ଖେଳାଳିଙ୍କ ଅଜବ ବିବୃତ୍ତି, କହିଲେ,"ଭାରତୀୟ ବୋଲର ଙ୍କୁ BCCI ଦଉଚି ଗୋଟିଏ ମ୍ୟାଜିକ୍ ବଲ୍ ଏବଂ ସେମାନେ…."

 
hasan raza

ଚଳିତ କ୍ରିକେଟ ବିଶ୍ୱକପ ୨୦୨୩ରେ ଭାରତୀୟ ଦଳର ପ୍ରଦର୍ଶନ ଉଚ୍ଚକୋଟିର ରହିଅଛି। ଭାରତ ଚମାତ୍କାର ପ୍ରଦର୍ଶନ କରିବା ସହିତ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ତେବେ, ବର୍ଷ ବର୍ଷ ଧରି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍ କୁ ଲୋକେ ପ୍ରଶଂସା କରି ଆସିଥାନ୍ତି। କିନ୍ତୁ, ଏବେ ଭାରତର ବୋଲିଂ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛି।

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ମାତ୍ର ୫୫ ରନରେ ଅଲଆଉଟ୍ କରି ଦେଇଥିଲା। ଯେଉଁଥିପାଇଁ ସାରା କ୍ରିକେଟ ଜଗତ ଭାରତୀୟ ବୋଲିଂ ଲାଇନ ଅପକୁ ପ୍ରଶଂସାରେ ପୋତି ପକାଇଥିଲେ। ଭାରତର ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି ଏହି ତିନି ଜଣ ଦ୍ରୁତ ବୋଲର ନିଜର ଶାଣିତ ଲାଇନ, ପେସ୍ ଏବଂ ସୁଇଂ ଦ୍ୱାରା ପ୍ରଭାବିତ କରି ପାରିଛନ୍ତି।

ind team

ତେବେ, ହୁଏତ ଭାରତୀୟ ପେସ୍ ବ୍ୟାଟେରୀର ପ୍ରଦର୍ଶନକୁ ପଡୋଶୀ ଦେଶ ପାକିସ୍ତାନ ସହି ପାରୁନାହିଁ। ପୂର୍ବତନ ଟେଷ୍ଟ ଖେଳାଳି ହସନ୍ ରାଜାଙ୍କର ଏକ ବୟାନ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଭାରତୀୟ ଦଳ ଏବଂ ବିସିସିଆଇ କିଛି ବେଇମାନି କରୁଥିବା ନେଇ ଆସିଛି ଅଭିଯୋଗ।

ଆଜ୍ଞା ହଁ, ଭାରତୀୟ ବୋଲିଂ ସମୟରେ ସେମାନେ କିଛି ଅଲଗା ଏବଂ ସ୍ୱତନ୍ତ୍ର ବଲ୍ ବ୍ୟବହାର କରୁଥିବା ଏବଂ ଇନିଂସ ମଧ୍ୟରେ ବଲ୍ ବଦଳାଇ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ହସନ୍ ରାଜା। କ୍ରିକେଟ ଏବଂ ଖେଳ ଜଗତ ବିଷୟରେ ଜ୍ଞାନ ନଥିବା କିଛି ବ୍ୟକ୍ତି ତାଙ୍କୁ ସପୋର୍ଟ ମଧ୍ୟ କରିଛନ୍ତି।

ତେବେ, ଏଭଳି ମୂର୍ଖାମୀ ଏବଂ ଭୁଲ ମତ ଦେଇଥିବା ହେତୁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। କେବଳ ଯେ ଭାରତୀୟ ତାଙ୍କୁ ଟ୍ରୋଲ କରୁଛନ୍ତି ତାହା ନୁହେଁ ବରଂ ଖୋଦ୍ ସୁଲତାନ ଅଫ୍ ସ୍ୱିଙ୍ଗ କୁହା ଯାଉଥିବା ୱାସିମ୍ ଆକ୍ରମ୍ ମଧ୍ୟ ହସନଙ୍କୁ କଡ଼ା ତଗିଦ୍ କରିଛନ୍ତି। ନିଜର ନିର୍ବୁଦ୍ଧିଆ ଗୁଣ ଯୋଗୁ ସାରା ବିଶ୍ୱ ଆଗରେ ପାକିସ୍ତାନକୁ ବେଇଜ୍ଜତ ନ କରିବା ପାଇଁ ହସନଙ୍କୁ କହିଛନ୍ତି ୱାସିମ୍।