ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଲଜ୍ଜାଜନକ କାର୍ଯ୍ୟ କରିଛି ପାକିସ୍ତାନ, ସମସ୍ତେ କରୁଛନ୍ତି  ଛି ଛି.... 

 
Pakistan has not used the indian flag in the champions trophy

Champions Trophy 2025: ଚାମ୍ପିୟନ୍ସ ଟ୍ରଫି ପାଇଁ ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛିଇ ଘଣ୍ଟାର ରହିଲା ଅପେକ୍ଷା । ଫେବ୍ରୁଆରୀ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫ । ଏଥର ଆଇସିସି ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାକିସ୍ତାନକୁ ଦେଇଛି। 

କିନ୍ତୁ ବିସିସିଆଇ, ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ଦଳ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିଯାଏ ତେବେ ସେହି ମ୍ୟାଚ୍ ଗୁଡ଼ିକ ଦୁବାଇରେ ଅନୁଷ୍ଠିତ ହେବ। କିନ୍ତୁ ପିସିବି ଚାହୁଁଥିଲା ଟିମ୍ ଇଣ୍ଡିଆ ପାକିସ୍ତାନ ଯାଉ । ପରେ ଆଇସିସି, ଟୁର୍ଣ୍ଣାମେଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଧମକ ଦେବା ପରେ ଯାଇ ପାକିସ୍ତାନ ଶାନ୍ତ ହୋଇଥିଲା ।

ଟିମ୍ ଇଣ୍ଡିଆ ତାର ପ୍ରଥମ ମୁକାବିଲା ଫେବ୍ରୁଆରୀ ୨୦ ତାରିଖ ଖେଳିବ । ଯାହାକି ବାଂଲାଦେଶ ବିପକ୍ଷରେ ରହିଛି । ଭାରତୀୟ ସମୟ ଦିନ ୨ଟା ୩୦ ମିନିଟରେ ଆରମ୍ଭ ହେବ ଖେଳ । ତେବେ ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ହରକତ୍‌କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ।

ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଏତେ ତଳ ସ୍ତରକୁ ଖସିଯିବ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଯାହାକୁ ନେଇ ତୀବ୍ର ସମାଲୋଚନା ହେବାକୁ ପଡିଛି । 

ଏଥର ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଥିବା ସମସ୍ତ ଦେଶଙ୍କ ପତାକା କରାଚୀ ଷ୍ଟାଡିୟମ ଉପରେ ଲଗାଯାଇଥିଲା । କିନ୍ତୁ ଭାରତର ଜାତୀୟ ପତାକାକୁ ଜାଣିଶୁଣି ଷ୍ଟାଡିୟମରେ ଲଗାଇ ନାହିଁ ପାକିସ୍ତାନ । ଭାରତକୁ ଛାଡି ଅନ୍ୟ ସମସ୍ତ ଦେଶଙ୍କ ପତାକା ଲାଗିଛି ।

ଭାରତ ବ୍ୟତିତ ଅନ୍ୟ ସମସ୍ତ ଦେଶର ପତାକା ଲଗାଯାଇଥିବା ବେଳେ ଭାରତର ଜାତୀୟ ପତାକା କାହିଁକି ଲଗାଗଲା ନାହିଁ ସେ ନେଇ ପିସିବିକୁ ତୀବ୍ର ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫେବ୍ରୁଆରୀ ୨୩ ତାରିଖରେ ହେବ କଡା ମୁକାବିଲା ଖେଳାଯିବ । ଭାରତୀୟ ସମୟ ଦିନ ୨ଟା ୩୦ ମିନିଟରେ ଆରମ୍ଭ ହେବ ହାଇଭୋଲଟେଜ ମୁକାବିଲା ।