ଭାରତ କୁ ବଡ଼ ଝଟକା, ଏହି କାରଣରୁ ଭାରତ ଫେରିଲେ ଘାତକ ବୋଲର ଯଶପ୍ରୀତ ବୁମରା, ପଢନ୍ତୁ ପୁରା ଖବର

 
bumrah became father

ଏସିଆ କପ୍ 2023 ରେ ଭାଗ ନେଇଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି, ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏବେ ଭାରତ କୁ ଫେରି ଆସିଛନ୍ତି । ସେ ଅଚାନକ କଲମ୍ବୋରୁ ମୁମ୍ବାଇ ଆସିବା ପରେ କାହିଁକି ଆସିଲେ ବୋଲି ଜାଣିବା ପାଇଁ କ୍ରିକେଟ ଫ୍ୟାନ୍ସ ଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।

bumrah became father

ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି। ବୁମରା ଓ ସଞ୍ଜନା ମାର୍ଚ୍ଚ 2021 ରେ ବିବାହ କରିଥିଲେ । ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ସଞ୍ଜନା ଜଣେ ଜଣାଶୁଣା ଟେଲିଭିଜନ ଆଙ୍କର।

ବୁମରା ରବିବାର ‘ବ୍ୟକ୍ତିଗତ କାରଣ’ ଦର୍ଶାଇ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଆସିଥିଲେ । ବୋଧେ ନିଜ ପ୍ରଥମ ସନ୍ତାନର ଜନ୍ମ ହିଁ ତାଙ୍କ ଭାରତ ଫେରିବାର କାରଣ ଥିଲା ‌ । ସେ ସୋମବାର ନେପାଳ ବିପକ୍ଷ ମ୍ୟାଚ୍ ଖେଳିବେନି ।

ତେବେ ଟୁର୍ଣ୍ଣାମେଣ୍ଟର ସୁପର-୪ ରାଉଣ୍ଡ ପୂର୍ବରୁ ବୁମରା ଭାରତୀୟ ଦଳ ସହ ଯୋଗ ଦେବେ। ସୁପର 4 ର ପ୍ରଥମ ମୁକାବିଲା ସେପ୍ଟମ୍ବର 10 ରେ କାଣ୍ଡୀରେ ହେବ । ସୁପର 4 କୁ ଯିବାକୁ ହେଲେ ଯେକୌଣସି ଉପାୟରେ ମଧ୍ୟ ନେପାଳକୁ ଭାରତ ପରାସ୍ତ କରିବାକୁ ପଡିବ ।