ଚାମ୍ପିୟନ୍ସ ଟ୍ରଫି ପରେ ସଂକଟରେ ଜୟସୱାଲଙ୍କ କ୍ୟାରିଅର୍! ଏହି କାରଣରୁ ଟିମ୍ ଇଣ୍ଡିଆକୁ ଫେରିବା ହେଲା ମୁସ୍କିଲ୍….

 

ଯଶସ୍ୱୀ ଜୟସୱାଲ ହେଉଛନ୍ତି ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍। ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଆଧାରରେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ।  କିନ୍ତୁ, ଯେତେ ଶୀଘ୍ର ସେ ସ୍ଥାନ ପାଇଥିଲେ ଏବେ ସେତେ ଶୀଘ୍ର ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଚାମ୍ପିଅନ୍ସ ଟ୍ରଫିରେ ଖେଳିବାର ତାଙ୍କର ସ୍ୱପ୍ନ ମଧ୍ୟ ପୂରଣ ହୋଇ ପାରିନାହିଁ। ଏଭଳି ପରିସ୍ଥିତିରେ ଭବିଷ୍ୟତରେ ଜୟସ୍ୱାଲଙ୍କୁ ଟିମ୍ ଇଣ୍ଡିଆରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବ କି? ବୋଲି ପ୍ରଶ୍ନ ଉଠୁଛି। ଏଭଳି ପରିସ୍ଥିତିରେ ଯଶସ୍ୱୀ ଜୟସୱାଲଙ୍କର ଦଳକୁ ଫେରିବା କଷ୍ଟକର ହେବ ନିଶ୍ଚିତ। 

ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଭାରତରେ ବହୁ ଖେଳାଳି ଅଛନ୍ତି, କିନ୍ତୁ ଅଧିକ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦିଆଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଯଶସ୍ୱୀ ଜୟସୱାଲଙ୍କ ପାଇଁ ସମସ୍ୟା ବଢ଼ିଛି। ଜୟସୱାଲ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍। କ୍ୟାପଟେନ ରୋହିତ ଶର୍ମା ବର୍ତ୍ତମାନ ଏକଦିବସିୟ ଫର୍ମାଟରୁ ଅବସର ନେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ରୋହିତ ୨୦୨୭ ଏକଦିବସିୟ ବିଶ୍ୱକପ ପୂର୍ବରୁ ଅବସର ନେବାକୁ ଯାଉନାହାଁନ୍ତି।

ଯେଉଁଥିପାଇଁ ଜୟସୱାଲଙ୍କୁ ଅଧିକ ସମୟ ବେଞ୍ଚରେ ଦେଖିବାକୁ ମିଳିପାରେ। ରୋହିତ ଶର୍ମା ଅଧିନାୟକ ଅଟନ୍ତି ତେଣୁ ତାଙ୍କୁ ଓପନିଂରୁ କେହି ହଟାଇ ପାରିବେ ନାହିଁ।  ଅନ୍ୟପକ୍ଷରେ ଶୁଭମାନ ଗିଲ ତାଙ୍କ ସାଥୀ ଭାବରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଜୟସୱାଲଙ୍କୁ ଏକଦିବସିୟ ଦଳରେ ସାମିଲ କରିବା ସମ୍ଭବ ନୁହେଁ। 

ଶୁଭମାନ ଗିଲ ଏବଂ ରୋହିତ ଶର୍ମାଙ୍କ କାରଣରୁ ଯଶାସୀ ଜୟସୱାଲଙ୍କୁ ODI ଫର୍ମାଟରେ ଖେଳାଇବା କଷ୍ଟକର ହେବ। ଅନ୍ୟପକ୍ଷରେ, ଟି-୨୦ ଫର୍ମାଟରେ ମଧ୍ୟ ତାଙ୍କ କ୍ୟାରିୟର ଖଣ୍ଡା ଧାରରେ ଝୁଲୁଛି। ଅଭିଷେକ ଶର୍ମା ତାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଦଳରେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି। ତାଙ୍କୁ କ୍ରମାଗତ ଭାବେ ଓପନର୍ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଥିବା ଦେଖିବାକୁ ମିଳୁଛି। ଯଶସ୍ୱୀ ଏବଂ ଅଭିଷେକଙ୍କୁ ଏକାଠି ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଉଭୟ ଖେଳାଳି ବାମହାତୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଏଭଳି ପରିସ୍ଥିତିରେ ଜୟସ୍ୱାଲଙ୍କୁ ଟି-୨୦ ଦଳରୁ ବାଦ୍ ଦିଆଯାଇପାରେ।

ନିକଟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଇଥିଲା, ଯେଉଁଥିରେ ଯଶସ୍ୱୀ ଜୟସୱାଲଙ୍କ ଚୟନ ହୋଇନଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଶୁବମାନ ଗିଲ ପ୍ରଥମ ପସନ୍ଦ ରହିଥିଲେ। ଏହି ଟୁର୍ନାମେଣ୍ଟ ପୂର୍ବରୁ ଇଂଲଣ୍ଡ ସହିତ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ଖେଳାଯାଇଥିଲା। ଏହି ସିରିଜରେ ମଧ୍ୟ ତାଙ୍କୁ ସୁଯୋଗ ମିଳିପାରିନଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ଆଗକୁ କିଭଳି ସୁଯୋଗ ମିଳିବ ତାହା ଦେଖିବା ବାକି ରହିଛି।