WTC ଫାଇନାଲ ରେ ଭାରତର ଲଜ୍ଜାଜନକ ପରାଜୟ, ମାତ୍ର ରୋହିତ ଭାଙ୍ଗିଲେ ଧୋନିଙ୍କ ଏହି ବଡ ରେକର୍ଡ

 

WTC ଫାଇନାଲ୍ 2023 ଭାରତ ବନାମ ଅଷ୍ଟ୍ରେଲିଆ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2023 ର ଅନ୍ତିମ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଗଲା । ଏହି ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ 444 ରନ୍ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚରେ ଭାରତକୁ 209 ରନରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ଜିତିଥିଲା ।

ରୋହିତ ଭାଙ୍ଗିଲେ ଧୋନି ଙ୍କ ରେକର୍ଡ:

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2023 ର ଫାଇନାଲରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଇନିଂସରେ 15 ରନ୍ ଏବଂ ଦ୍ୱିତୀୟ ଇନିଂସରେ 43 ରନ୍ ସଂଗ୍ରହ କରିଥିଲେ। ଏହା ସହ ସେ ଅନ୍ତର୍ଜାତୀୟ କ୍ରିକେଟ୍ ର ତିନୋଟି ଫର୍ମାଟରେ ସର୍ବାଧିକ ରନ୍ ସ୍କୋର କରିବାରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଏପର୍ଯ୍ୟନ୍ତ 17115 ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ଧୋନି ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ 17092 ରନ୍ ସଂଗ୍ରହ କରିଛନ୍ତି । ସଚିନ ତେନ୍ଦୁଲକର ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ।

ଆନ୍ତର୍ଜାତୀୟ କ୍ରିକେଟ୍ ର ତିନୋଟି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର:

ସଚିନ ତେନ୍ଦୁଲକର - 34357 ରନ୍

ବିରାଟ କୋହଲି - 25385 ରନ୍

ରାହୁଲ ଦ୍ରାବିଡ - 24064 ରନ୍

ସୌରଭ ଗାଙ୍ଗୁଲି - 18433 ରନ୍

ରୋହିତ ଶର୍ମା - 17115 ରନ୍

ମହେନ୍ଦ୍ର ସିଂ ଧୋନି - 17092