ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ, ଏହି ଖେଳାଳିଙ୍କ ଛୋଟିଏ ଭୁଲ ଯୋଗୁଁ ହାରିଗଲା ଭାରତ

 

ନଭେମ୍ବର 19 ରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଆଇସିସି ODI ବିଶ୍ୱକପ 2023 ର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ (IND ବନାମ AUS) ମୁହାଁମୁହିଁ ହୋଇଥିଲେ ।

ଟସ୍ ଜିତିବା ପରେ ପ୍ୟାଟ୍ କମିନ୍ସ ଟିମ୍ ଇଣ୍ଡିଆ କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ, ଏହା ପରେ ଦଳ ସବୁ ୱିକେଟ୍ ହରାଇବା ପରେ 240 ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ କଙ୍ଗାରୁ ଦଳ ବିପକ୍ଷରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ, ଯେଉଁ କାରଣରୁ ଭାରତର ପରାଜୟ ହୋଇଥିଲା ।

IND ବନାମ AUS: ଭାରତ 240 ରନ୍ ସ୍କୋର କଲା:

ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଦଳର ଆରମ୍ଭ ବିଶେଷ ନଥିଲା। 30 ରନ୍ ସ୍କୋରରେ ଭାରତ ପ୍ରଥମ ଝଟକା ପାଇଥିଲା ।

ମିଚେଲ ଷ୍ଟାର୍କ ଆଦମ ଜାମ୍ପାଙ୍କ ହାତରେ ଶୁବମାନ ଗିଲଙ୍କୁ ଆଉଟ କରିଥିଲେ। ସେ 7 ବଲରେ ମାତ୍ର ଚାରି ରନ୍ ସ୍କୋର କରିଥିଲେ । ତା’ପରେ ପ୍ୟାଟ୍ କମିନ୍ସ ଶ୍ରେୟସ୍ ଆୟରଙ୍କ ଇନିଂସ ଶେଷ କରିଥିବାବେଳେ ରୋହିତ ଶର୍ମା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବଲରେ ୱିକେଟ୍ ହରାଇଥିଲେ।

ତେବେ କେବଳ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରି 31 ବଲରେ 47 ରନ୍ ଯୋଗଦାନ କରିଥିଲେ । ତିନୋଟି ୱିକେଟ୍ ରେ 81 ରନ୍ ସ୍କୋରରେ ପଡ଼ିବା ପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଦାୟିତ୍ତ୍ୱ ଗ୍ରହଣ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଚତୁର୍ଥ ୱିକେଟ୍ ପାଇଁ 67 ରନର ଭାଗିଦାରୀ କରିଥିଲେ ।

ଏହି କାରଣରୁ ହାରିଲା ଭାରତ:

ତେବେ ଭାରତ ତରଫରୁ ଜଣେ ଖେଳାଳି ହିଁ ପଜିଟିଭ ଖେଳିଥିଲେ, ଏବଂ ସେ ଥିଲେ ଅଧିନାୟକ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରି 31 ବଲରେ 47 ରନ୍ କରିଥିଲେ । ତାପରେ ଦଳ ଅତ୍ୟନ୍ତ ଶ୍ଲୋ ଖେଳିଥିଲା ଏବଂ 241 ରନ ର ଲକ୍ଷ ଅଷ୍ଟ୍ରେଲିଆ କୁ ଦେଇଥିଲା ଏବଂ ଅଷ୍ଟ୍ରେଲିଆ ସହଜରେ ବିଜୟ ହୋଇଥିଲା ।