ଆଫ୍ରିକା ବିପକ୍ଷରେ ଭାରତର ଲଜ୍ଜାଜନକ ପରାଜୟ, ଏକାକୀ ଲଢ଼ିଲେ କୋହଲି କିନ୍ତୁ ଭାରତକୁ 32 ରନ୍ ରେ ପରାସ୍ତ କଲା ଆଫ୍ରିକା

 

ସେଞ୍ଚୁରିଅନ୍ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। 5 ଦିନ ର ଏହି ମ୍ୟାଚ କେବଳ 3 ଦିନ ରେ ଶେଷ ହୋଇଥିଲା । ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂ ରୁ ନିରାଶା ଦେଖାଗଲା । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କେ.ଏଲ୍ ରାହୁଲଙ୍କ ସହାୟତାରେ ପ୍ରଥମ ଇନିଂସରେ 245 ରନ୍ ହିଁ ସଂଗ୍ରହ କରିଥିଲା ।

ଏହାର ଜବାବରେ ଦକ୍ଷିଣ ଆଫ୍ରିକା 408 ରନ୍ ସଂଗ୍ରହ କରି 163 ରନ୍ ଅଗ୍ରଣୀ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ଏହାର ଜବାବ ଦେବାବେଳେ ଭାରତୀୟ ଇନିଂସ ଖରାପ ହୋଇଯାଇଥିଲା ଏବଂ ମାତ୍ର 131 ରନ୍ ରେ ପୁରା ଦଳ ଆଲ ଆଉଟ ହୋଇଥିଲା । ଫଳସ୍ୱରୂପ ଆୟୋଜକମାନେ ଭାରତକୁ ଏକ ଇନିଂସ ଏବଂ 32 ରନରେ ପରାସ୍ତ କରିଥିଲେ ।

ରାହୁଲଙ୍କ ସାତକ ପ୍ରଥମ ଇନିଂସ ରେ ସାହାର୍ଯ୍ୟ କରିଥିଲା:

ପ୍ରଥମ ଇନିଂସରେ ଭାରତର ଖରାପ ବ୍ୟାଟିଂ ଦେଖାଯାଇଥିଲା । ରୋହିତ ଶର୍ମା, ଯଶସ୍ୱୀ ଜସୱାଲ, ଶୁବମାନ ଗିଲଙ୍କ, କୋହଲି କେହି ବି ଭଲ ପ୍ରଦର୍ଶନ କରିପାରିନଥିଲେ । ତେବେ ବିରାଟ କୋହଲି ଏବଂ ଶ୍ରେୟାସ ଆୟର 68 ରନର ଛୋଟ ଭାଗିଦାରୀ କରିଥିଲେ ।

137 ବଲରେ 101 ରନ୍ ସଂଗ୍ରହ କରି କେ.ଏଲ୍ ରାହୁଲ ସେଞ୍ଚୁରିଅନରେ 2 ଟେଷ୍ଟ ରନ୍ ସ୍କୋର କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ତାଙ୍କ ଇନିଂସ ଯୋଗୁଁ ଭାରତ 245 ରନ୍ ସଂଗ୍ରହ କରିଥିଲା ।

163 ରନର ଅଗ୍ରଣୀକୁ ଉତ୍ତର ଦେବାକୁ ଆସିଥିବା ଟିମ୍ ଇଣ୍ଡିଆ ପୁଣି ଥରେ ନିରାଶାଜନକ ଆରମ୍ଭ କରିଥିଲା ​​। କୋହଲିନ୍କ ଅବ୍ୟତିତ ଅନ୍ୟ କୌଣସି ଖେଳାଳି କିଛି ଖାସ କରିପାରିନଥିଲେ ।ବିରାଟ କୋହଲି ଶେଷ ବଲ ପର୍ଯ୍ୟନ୍ତ ଲଢେଇ କରି 82 ବଲରେ 76 ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଭାରତକୁ ବିଜୟ ଆଡକୁ ନେବା ପାଇଁ ତାଙ୍କର ଉଦ୍ୟମ ଯଥେଷ୍ଟ ନଥିଲା । ଯାହାର ଫଳାଫଳ ହେଲା ଦକ୍ଷିଣ ଆଫ୍ରିକା ଏକ ଇନିଂସ ଏବଂ 32 ରନରେ ଭାରତକୁ ପରାସ୍ତ କରିଛି ।