IND vs WI 2nd ODI: ପରାଜୟ ପରେ କ୍ୟାପଟେନ ପାଣ୍ଡ୍ୟା ହେଲେ କ୍ରୋଧିତ, କହିଲେ "ଏହି ମ୍ୟାଚ ରେ ମୁଁ କଇଁଛ ଭଳି..."

 

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆରେ କାରିବିଆନ୍ ଦଳ 6 ଟି ୱିକେଟ୍ ରେ ଭାରତକୁ ପରାସ୍ତ କରିଛି । ଏହି ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା, ଯେଉଁଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କୁ ଅଧିନାୟକ ଭାବରେ ସୁଯୋଗ ଦେଇଥିଲେ ।

କିନ୍ତୁ ସେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କୁ ଯତେଇବାରେ ବିଫଳ ହୋଇଥିଲେ । ଦଳର ବ୍ୟାଟ୍ସମ୍ୟାନ୍ ବହୁତ ନିରାଶ କରିଥିଲେ ଏବଂ ବୋଲିଂରେ ମଧ୍ୟ ଶାର୍ଦ୍ଦୁଲ ଠାକୁରଙ୍କ ବ୍ୟତୀତ କେହି ଭଲ ପ୍ରଦର୍ଶନ କରିପାରି ନଥିଲେ । ଦଳର ଏହି ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ହାରିବାର ବଡ କାରଣ ଦେଇଛନ୍ତି ।

ପରାଜୟ ପରେ କ୍ୟାପଟେନ ପାଣ୍ଡ୍ୟା ହେଲେ କ୍ରୋଧିତ:

ଦ୍ୱିତୀୟ ଦିନିକିଆରେ ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟ୍ସମ୍ୟାନ୍ ମାନଙ୍କ ଉପରେ ବୟାନ ଦେଇଥିଲେ । ମ୍ୟାଚ ପରେ ହାର୍ଦ୍ଦିକ କହିଛନ୍ତି, 'ଆଜି ୱିକେଟ୍ ଭଲ ଥିଲା, ଏହା ପ୍ରଥମ ମ୍ୟାଚ୍ ଭଳି ନଥିଲା, କିନ୍ତୁ ଆମର ବ୍ୟାଟ୍ସମ୍ୟାନ୍ ମାନେ ଖରାପ ସଟ୍ ଖେଳି ୱିକେଟ୍ ହରାଇଥିଲେ ।

ଶାର୍ଦ୍ଦୁଲ ଚମତ୍କାର ବୋଲିଂ କରିଥିଲେ ଏବଂ ସେ ଆମର ଆଶାକୁ ଜୀବନ୍ତ ରଖିଥିଲେ । କିନ୍ତୁ ଏହି ମ୍ୟାଚ ରେ ବହୁତ କିଛି ଶିଖିବାକୁ ମିଳିଲା । ଓପନରମାନେ ଯେଉଁଭଳି ବ୍ୟାଟିଂ କରିଥିଲେ, କିଶାନ ଯେଉଁଭଳି ବ୍ୟାଟିଂ କରିଥିଲେ, ତାହା ଭାରତୀୟ କ୍ରିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମୁଁ ଏକଦିବସୀୟ ବିଶ୍ୱକପ ପାଇଁ ପ୍ରସ୍ତୁତ ଅଛି, ତେଣୁ ମୁଁ ଆଉ କିଛି ଓଭର ଖେଳୁଛି । ଧିରେ ଧିରେ ମୁଁ ସମ୍ପୂର୍ଣ୍ଣ ବୋଲିଂ ଫିଟନେସ ଆଡକୁ ଗତି କରୁଛି । ଏଥର ମୁଁ କଇଁଛ ପାଲଟିଛି, ଠେକୁଆ ନୁହେଁ । ସିରିଜ୍ 1-1 ସହିତ ସମାନ ରହିଲା ଏବଂ ବର୍ତ୍ତମାନ ଶେଷ ମ୍ୟାଚ୍ ନିର୍ଣ୍ଣାୟକ ହେବ ।