IND vs PAK: ଲାଇଭ୍ ମ୍ୟାଚ ରେ ରୋହିତ ଙ୍କୁ ପ୍ରଶ୍ନ କଲେ ଅମ୍ପାୟାର "ଏତେ ଲମ୍ବା ଛକା କେମିତି ମାରୁଛ, ବ୍ୟାଟରେ ଯାଦୁ ଅଛି କି?"

 
rohit sharma ans

ଶନିବାର ଦିନ ଭାରତୀୟ ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ବୋଲରମାନେ ୧୯୧ ରନରେ ପାକିସ୍ତାନକୁ ଅଲଆଉଟ୍ କରିଦେଇଥିବାବେଳେ ଏହା ପରେ ଟିମ୍ ଇଣ୍ଡିଆ ୩୦.୩ ଓଭରରେ ୩ ୱିକେଟ୍ ବିନିମୟରେ ୧୯୨ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।

ଭାରତୀୟ ଦଳ ପାଇଁ କ୍ୟାପଟେନ ରୋହିତ ଶର୍ମା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ରୋହିତ ଶର୍ମା ୬୩ ବଲରେ ୮୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଅଧିନାୟକ ରୋହିତ ଶର୍ମା । ଆରମ୍ଭରୁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ ଏପରିକି ପାକିସ୍ତାନର ପ୍ରମୁଖ ବୋଲିଂ ଅସ୍ତ୍ର ସାହିନ ସାହ ଆଫ୍ରିଦିଙ୍କୁ ଚୌକାରେ ସ୍ବାଗତ କରିଥିଲେ। ତାଙ୍କ ପ୍ରଥମ ବଲ୍‌କୁ ସୀମାରେଖା ବାହାରକୁ ପଠାଇ ଭାରତର ଖାତା ଖୋଲିଥିଲେ।

ନିଜ ଦର୍ଶନୀୟ ପାଳିରେ ହିଟ୍‌ମ୍ୟାନ୍ ରୋହିତ ୬ଟି ଲେଖାଏଁ ଛକା ଚୌକା ମାରିଥିଲେ। କେବଳ ୩୬ ବଲ୍‌ରୁ ୩ ଚୌକା ଓ ୪ ଛକା ବଳରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଆଉ ଦିନିକିଆ କ୍ରିକେଟ୍‌‌ରେ ୩୦୦ ଛକା ପୂରଣ କରି ନେଇଥିଲେ ରୋହିତ।

ତେବେ ଯେତେବେଳେ ଭାରତୀୟ ଅଧିନାୟକ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରୁଥିଲେ, ସେତେବେଳେ ଏକ ମଜାଦାର ଘଟଣା ଘଟିଥିଲା। ରୋହିତ ଶର୍ମା ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ସହଜରେ ରନ ସ୍କୋର କରୁଥିବାବେଳେ ଅନ୍ ଫିଲ୍ଡ ଅମ୍ପାୟାର ରୋହିତ ଶର୍ମାଙ୍କୁ ପଚାରିଲେ, ତୁମେ ଏତେ ଲମ୍ବା ଛକା ଏତେ ସହଜରେ କିପରି ମାରୁଛ ? ଲମ୍ବା ଛକା ପଛରେ ବ୍ୟାଟର କୌଣସି ଯାଦୁ ଅଛି କି?

rohit umpire

ଏହା ପରେ ଭାରତୀୟ ଅଧିନାୟକ ଅମ୍ପାୟାରଙ୍କୁ ଉତ୍ତର ଦେଇଥିଲେ ଯେ ଏହା ପଛର କାରଣ ବ୍ୟାଟ୍ ନୁହେଁ, ମୋର ଶକ୍ତି ଯୋଗୁଁ ମୁଁ ଛକା ମାରିଥିଲି | ଏହା ପରେ ଅମ୍ପାୟାର ଏବଂ ରୋହିତ ଶର୍ମା ହସିଥିଲେ।

ଦେଖନ୍ତୁ ଇନ୍ଷ୍ଟଗ୍ରାମ ଭିଡ଼ିଓ: