IND vs AUS : ଶାମିଙ୍କ ଭୟଙ୍କର ଦ୍ରୁତ ବଲକୁ ଦେଖି ଲାବୁଶେନ୍ ହେଲେ ଆଶ୍ଚର୍ଯ୍ୟ, ଉଡ଼ିଗଲା ଷ୍ଟମ୍ପ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

 
labuschagne bowled by m shami

କ୍ରିକେଟ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ବୋର୍ଡର ଗାଭାସ୍କର ଟ୍ରଫି ଖେଳାଯାଉଛି। ନାଗପୁର ଟେଷ୍ଟକୁ ଏକ ଇନିଂସ ଏବଂ 132 ରନରେ ଜିତିବା ପରେ ଭାରତ ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚକୁ 6 ୱିକେଟରେ ଜିତିଥିଲା। ତେବେ ଏହା ପରେ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲା। ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳ ଟିମ୍ ଇଣ୍ଡିଆକୁ 9 ୱିକେଟରେ ପରାସ୍ତ କରିଛି।

ତେବେ କଙ୍ଗାରୁ ଦଳ ଏହି ବିଜୟ ସହିତ ଭାରତ ସିରିଜରେ 2-1 ଅଗ୍ରଣୀ ବଜାୟ ରଖିଛି। ଏହି ସମୟରେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱ ନମ୍ବର- 1 ବ୍ୟାଟ୍ସମ୍ୟାନ୍ ମାର୍ନୁସ୍ ଲାବୁସେନଙ୍କୁ ବୋଲ୍ଡ ଆଉଟ୍ କରିଛନ୍ତି। ଯାହା ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖି ଆପଣ ଅନୁମାନ କରିପାରିବେ। 

ଲାବୁଶେନ୍ ହେଲେ କିନ୍ଲ ବୋଲ୍ଡ :

labuschagne bowled by shami

ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଉସମାନ ଖାୱାଜା ଏବଂ ଟ୍ରାଭିସ୍ ହେଡ୍ ପ୍ରଥମ ୱିକେଟ୍ ପାଇଁ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ବାଣ୍ଟିଥିଲେ। ତେବେ 61 ରେ ହେଡ୍ 31 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ନୁସ୍ ଲାବୁଶେନ୍ କ୍ରିଜରେ ଅଧିକ ସମୟ ରହିପାରିନଥିଲେ ଏବଂ ମହମ୍ମଦ ଶାମି ତାଙ୍କୁ ଆଉଟ୍ କରିଥିଲେ।ଏହାର ଏକ ଭିଡିଓ ଭାଇରାଲ ହେଉଛି।  

ଦେଖନ୍ତୁ ଭିଡିଓ :