IND vs AUS: ମ୍ୟାଚ ସମୟରେ ହଠାତ ଅଷ୍ଟ୍ରେଲିଆ ଖେଳାଳିଙ୍କ ଆଗରେ କୋହଲି କଲେ ଡ୍ୟାନ୍ସ, ଦେଖନ୍ତୁ ଏହି ମଜାଦାର ଭିଡିଓ

 
kohli dance

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚ୍ କଲି ରାଜକୋଟ ଷ୍ଟାଡିୟମରେ ଖେଳାଯାଇଥିଲା । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ତୃତୀୟ ମ୍ୟାଚ୍ ଟିମ୍ ଇଣ୍ଡିଆ ପରାଜୟ ର ସମ୍ମୁଖୀନ ହୋଇଛି ।

ind vs aus

ଏହି ମଞ୍ଚ ରେ ଦଳକୁ ରୋହିତ, କୋହଲି, ଶିରାଜ ସହ ବୁମ୍ରା ଙ୍କ ପ୍ରତ୍ୟାବର୍ତନ ହୋଇଥିଲା, ଏହି ମ୍ୟାଚ ରେ ବିରାଟ କୋହଲି ଥିଲେ, ଯିଏ ଅଷ୍ଟ୍ରେଲିଆ ଦଳର ଇନିଂସ ସମୟରେ ଫିଲ୍ଡିଂ କରୁଥିବାବେଳେ ଅତ୍ୟନ୍ତ ଖୁସି ଥିବାର ଦେଖାଯାଉଥିଲେ ।

ବିରାଟ କୋହଲିଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଓ କୁଲଦୀପ ଯାଦବଙ୍କୁ ପ୍ରଥମ 2ଟି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଥିଲା । ଏହି ସମସ୍ତ ଖେଳାଳି ତୃତୀୟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବା ଦେଖାଯାଇଥିଲା । ବିରାଟ କୋହଲି ମ୍ୟାଚରେ ଡ୍ରିଙ୍କ୍ସ ବ୍ରେକ୍ ସମୟରେ ନିଜର ଦେଶୀ ଡ୍ୟାନ୍ସ ସହିତ ଷ୍ଟାଡିୟମରେ ବସିଥିବା ସମସ୍ତ ଦର୍ଶକଙ୍କ ହୃଦୟ ଜିତିଥିଲେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡ଼ିଓ: